Below header

ଘଟର୍ଗାଁ: ଘର ନିର୍ମାଣ ବେଳେ ଭାରାରୁ ପଡି ରାଜମିସ୍ତ୍ରୀ ମୃତ

ଘଟର୍ଗାଁ(କେନ୍ୟୁଜ୍‌): ଘର ନିର୍ମାଣରେ ପ୍ଲାଷ୍ଟର କରୁଥିବା ବେଳେ ଭାରାରୁ ପଡି ରାଜମିସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଖବର ଅନୁଯାୟୀ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଦୈତାରୀ ଥାନା ଅନ୍ତର୍ଗତ ବାଙ୍ଗୁରୁଶୁଣୀ ଗ୍ରାମର ଜୟପାଲ ପୃର୍ତ୍ତି(୫୫) ସାନଶିଆଡିମାଳ ଗ୍ରାମର ମଦନ ମହାନ୍ତଙ୍କ ଘର ନିର୍ମାଣ କାର୍ଯ୍ୟ କରୁଥିଲେ । ଘରର କାନ୍ଥ ଗୁଡ଼ିକ ପ୍ଲାଷ୍ଟର ନିମନ୍ତେ ଭାରାରେ ଚଢି କାମ କରୁଥିଲେ । କୌଣସି କାରଣରୁ ଅଚାନକ ଗୋଡ଼ ଖସିଯିବାରୁ ତଳେ ପଡ଼ି ଗୁରୁତର ହୋଇଥିଲେ ।

ଘଟଣାସ୍ଥଳରେ ତାଙ୍କୁ ଗୁରୁତର ଅବସ୍ଥାରେ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲା। ହେଲେ ଚିକିତ୍ସାଳୟରେ ଚିକିତ୍ସା ଆରମ୍ଭ ପୂର୍ବରୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଦୈତାରୀ ପୋଲିସ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.