ଫ୍ଲିପକାର୍ଟରେ ଫେଷ୍ଟିଭ ସେଲରେ ମିଳୁଛି OnePlus ଟିଭିରେ ବମ୍ପର ଅଫର, ଜାଣନ୍ତୁ କ’ଣ

ଖୁବଶୀଘ୍ର Oneplus TV Y ସିରିଜ ମଡେଲ ୧୨ ଅକ୍ଟୋବରରୁ ଫ୍ଲିପକାର୍ଟରେ ଆରମ୍ଭ ହେବାକୁ ଯାଉଛି। ଏହି ଟିଭି ମଡେଲର ବିକ୍ରି ୧୬ ଅକ୍ଟୋବରରୁ ଫ୍ଲିପକାର୍ଟରେ ବିଗ୍‌ ବିଲଅନ ଡେ ସେଲରେ ଆରମ୍ଭ ହେବ।

ଏହି ଟିଭିର ୪୩ ଇଞ୍ଚ ଭାରିଅଣ୍ଟର ମୂଲ୍ୟ ୨୪,୯୯୯ ଟଙ୍କା ରହିଥିବା ବେଳେ ୩୨ ଇଞ୍ଚ ଭାରିଅଣ୍ଟର ମୂଲ୍ୟ ୧୪,୯୯୯ ଟଙ୍କା ରହିଛି। ଏହାଛଡା କମ୍ପାନୀ ଘୋଷଣା କରିଛି କି, Y ସିରିଜ ଟିଭି ମଡେଲରେ ଫ୍ଲିପକାର୍ଟରେ ୧୬ରୁ ୧୮ ଅକ୍ଟୋବର ମଧ୍ୟରେ କିଣିଲେ ୧୦୦୦ ଟଙ୍କାର ଡିସକାଉଣ୍ଟ ମଧ୍ୟମିଳିବ। ଡିସକାଉଣ୍ଟ ଛଡା ଏହି ଟିଭି ମଡେଲ ସହିତ ଅନେକ ଡେଭିଟ କାର୍ଡରେ ନୋ କଷ୍ଟ ଇଏମଆଇ ଅଫରର ମଧ୍ୟ ଲାଭ ମିଳିବ। ବିଗ୍‌ ବିଲିଅନ ଡେ ସେଲ ସମୟରେ ଏସବିଆଇ କ୍ରେଡିଟ କାର୍ଡ କିମ୍ବା ଡେବିଟ କାର୍ଡଧାରୀଙ୍କୁ ଟିଭି କିଣିବାରେ ୧୦ ପ୍ରତିଶତ ଇନଷ୍ଟାଣ୍ଟ ଡିସକାଉଣ୍ଟ ମିଳିବ।

oneplus

ସୂଚନାଯୋଗ୍ୟ, Oneplus TV Y ସିରିଜର ଏହି ଦୁଇଟି ସ୍ମାର୍ଟଟିଭି ମଡେଲକୁ ଚଳିତବର୍ଷ ପ୍ରଥମରୁ କମ୍ପାନୀ ଲଞ୍ଚ କରିଥିଲା। ଯାହା କେବଳ ଆମାଜନରେ ମିଳୁଥିଲା। କିନ୍ତୁ କମ୍ପାନୀ ଏହାକୁ ଏବେ ଫ୍ଲିପକାର୍ଟରେ ଲଞ୍ଚ କରୁଛି।oneplus ଏବେ ତିନିଟିQ, Y ଏବଂ U ସିରିଜର ଟିଭି ମିଳୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.