ଆକାଉଣ୍ଟରେ ପଇସା ନଥାଇ ଏଟିଏମରୁ ପଇସା ଉଠାଉଥିଲେ ଲାଗିବ ଏକ୍ସଟ୍ରା ଚାର୍ଜ, ଜାଣନ୍ତୁ କ’ଣ ରହିଛି ନିୟମ

ଅନେକ ଥର ବ୍ଯାଙ୍କ ନିୟମ ବିଷୟରେ ସଠିକ୍ ଭାବେ ନ ଜାଣିବାରୁ ଉପଭୋକ୍ତାଙ୍କୁ ଏକ୍ସଟ୍ରା ଚାର୍ଜ (ଶୁଳ୍କ) ପଡିଥାଏ। ଯଦି ଆପଣଙ୍କ ସଂଚୟ ଖାତାରେ ପଇସା ନାହିଁ କିମ୍ବା ଏଟିଏମରୁ ପଇସା କାଢିବା ସମୟରେ ଅସଫଳ ହୁଅନ୍ତି ତେବେ ମଧ୍ୟ ପଇସା ଦେବାକୁ ବାଧ୍ୟ ହେବ। ସରକାର ସମେତ କେତେକ ପ୍ରାଇଭେଟ ବ୍ଯାଙ୍କ ଏଥିପାଇଁ ଚାର୍ଜ କରିବ। ତେବେ କେଉଁ ବ୍ଯାଙ୍କ କେତେ ଚାର୍ଜ କରିବ, ତାହା ଜାଣିନିଅନ୍ତୁ…

ଏସବିଆଇ: ଯଦି ଆପଣ ଭାରତୀୟ ଷ୍ଟେଟ ବ୍ଯାଙ୍କର ଗ୍ରାହକ ଅଟନ୍ତି ଆଉ ଆପଣଙ୍କ ସଂଚୟ ଖାତାରେ ପଇସା ନାହିଁ। ଏପରି ପରିସ୍ଥିତିରେ ଆପଣ ଭୁଲରେ ମଧ୍ୟ ଏଟିଏମରୁ ପଇସା କାଢିବା ସମୟରେ ଅସଫଳ ହୁଅନ୍ତି ଆପଣଙ୍କୁ ୨୦ ଟଙ୍କା ଅତିରିକ୍ତ ଚାର୍ଜ ଦେବାକୁ ହେବ।

HDFC ବ୍ଯାଙ୍କ :ଏହି ବ୍ଯାଙ୍କ ATM ଟ୍ରାଞ୍ଜାକ୍ସନ ଅସଫଳ ହେଲେ ଶୁଳ୍କ ଲଗାଇଥାଏ। HDFC ଗ୍ରାହକ ଯଦି ଅନ୍ଯ କୌଣସି ବ୍ଯାଙ୍କର ATM ବ୍ଯବହାର କରନ୍ତି ତେବେ ପ୍ରତି ଟ୍ରାଞ୍ଜାକ୍ସନରେ ୨୫ ଟଙ୍କା ଅତିରିକ୍ତ ଚାର୍ଜ ଦେବାକୁ ପଡିବ।

atm 1

ICICI ବ୍ଯାଙ୍କ: ଏହି ବ୍ଯାଙ୍କ ଏଟିଏମ ଅସଫଳ ହେଲେ ମଧ୍ୟ ୨୫ ଟଙ୍କା ଅତିରିକ୍ତ ଚାର୍ଜ ଏବଂ କୋଟାକ ଏବଂ ଆକ୍ସିସ ବ୍ଯାଙ୍କରେ ମଧ୍ୟ ୨୫ ଟଙ୍କା ଏକ୍ସଟ୍ରା ଚାର୍ଜ ମିଳିବ।

ଯଦି ଆପଣ ଏହି ଚାର୍ଜରୁ ବଞ୍ଚିବାକୁ ଚାହୁଁଛନ୍ତି, ତେବେ ସଂଚୟ ଖାତାରେ ଜମା ରାଶି ବିଷୟରେ ଜାଣିବା ପାଇଁ ଆପଣଙ୍କ ରେଜିଷ୍ଟ୍ରରେଡ ମୋବାଇଲ ନମ୍ବରରୁ ବ୍ଯାଙ୍କ ପକ୍ଷରୁ ଦିଆଯାଇଥିବା ନମ୍ବରରେ ମିଡସ କଲ ଏବଂ ଏସଏମଏସ ପଠାଇ ସବିଶେଷ ବିବରଣୀ ମିନିଟରେ ହାସଲ କରିପାରିବେ। ଏହାସହିତ ମୋବାଇଲ ଆପ୍ ଜରିଆରେ ମଧ୍ୟ ବାଲାନ୍ସ ଚେକ୍ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.