Below header

୭ ଦିନ ଭିତରେ କ୍ରେଡିଟ କାର୍ଡ ବନ୍ଦ ନହେଲେ କାର୍ଡଧାରକଙ୍କୁ ପ୍ରତିଦିନ ମିଳିବ ୫୦୦ ଟଙ୍କା ଜରିମାନା

କ୍ରେଡିଟ କାର୍ଡଧାରୀ ଧ୍ୟାନ ଦିଅନ୍ତୁ। ଭାରତୀୟ ରିଜର୍ଭ ବ୍ୟାଙ୍କ ନିକଟରେ କ୍ରେଡିଟ କାର୍ଡ ଏବଂ ଡେବିଟ୍‌ କାର୍ଡ ଜାରି କରିବା ଏବଂ ସଞ୍ଚାଳନ କରିବା ଉପରେ ନୂଆ ନିର୍ଦ୍ଦେଶନାମା ଜାରୀ କରିଛନ୍ତି। ନିର୍ଦ୍ଦେଶ ଅନୁଯାୟୀ କ୍ରେଡିଟ କାର୍ଡ ଖାତା ବନ୍ଦ କରିବାରେ ଯଦି ବିଳମ୍ବ ହୁଏ ତାହେଲେ କାର୍ଡ ଜାରି କରିଥିବା ବ୍ୟାଙ୍କ, କାର୍ଡଧାରକଙ୍କୁ ଜରିମାନା ଦେବ। ଭାରତୀୟ ରିଜର୍ଭ ବ୍ୟାଙ୍କ କ୍ରେଡିଟ – ଡେବିଟ କାର୍ଡକୁ ଗୁରୁତ୍ୱର ସହ ନେଇଛି। ଆରବିଆଇ କ୍ରେଡିଟ ଏବଂ ଡେବିଟ କାର୍ଡ ସହ ଜଡିତ ମାଷ୍ଟର ଦିଶା ନିର୍ଦ୍ଦେଶରେ କୁହାଯାଇଛି ଯେ ବିନା ଆବେଦନରେ କାର୍ଡ ଜାରି କରିବା କିମ୍ବା ଅପଗ୍ରେଡ କରିବାରେ କଡା ପଦକ୍ଷେପ ନିଆଯିବ।

କ୍ରେଡିଟ କାର୍ଡ ବନ୍ଦ କରିବାକୁ ନେଇ ଆରବିଆଇର ନୂଆ ନିୟମ

  1. ଆରବିଆଇର ଦିଶାନିର୍ଦ୍ଦେଶରେ କୁହାଯାଇଛି ଯେ କ୍ରେଡିଟ କାର୍ଡକୁ ବନ୍ଦ କରିବାର କୌଣସି ବି ଅନୁରୋଧକୁ କ୍ରେଡିଟ କାର୍ଡ ଜାରୀକର୍ତ୍ତାଙ୍କ ଦ୍ୱାରା କାର୍ଡଧାରକଙ୍କର ସମସ୍ତ ବକେୟା ପେମେଣ୍ଟକୁ ସାତ ଦିନ ଭିତରେ ପୂରା କରାଯିବା ଉଚିତ।
  2. କ୍ରେଡିଟ କାର୍ଡକୁ ବନ୍ଦ କରିବା ପାଇଁ କାର୍ଡଧାରକଙ୍କୁ ଇମେଲ, ଏସଏମଏସ ଆଦି ମାଧ୍ୟମରେ ତୁରନ୍ତ ସୂଚିତ କରିଦିଆଯିବା ଉଚିତ।
  3. କ୍ରେଡିଟ କାର୍ଡ ଜାରୀକର୍ତ୍ତାଙ୍କୁ କ୍ରେଡିଟ କାର୍ଡ ଖାତା ବନ୍ଦ କରିବା ପାଇଁ ଅନୁରୋଧ ପ୍ରସ୍ତୁତ କରିବା ପାଇଁ ଅନେକ ଚ୍ୟାନେଲ ଉପଲବ୍ଧ କରିବାକୁ ହେବ।
  4. ଏଥିରେ ହେଲ୍ପଲାଇନ, ଇ-ମେଲ ଆଇଡି, ଇଣ୍ଟରଆକ୍ଟିଭ ଭଏସ ରେସପନ୍ସ, େଓ୍ଵବସାଇଟରେ ପ୍ରମୁଖତାରେ ଦେଖାଯାଉଥିବା ଲିଙ୍କ, ଇଣ୍ଟରନେଟ ବ୍ୟାକିଙ୍ଗ, ମୋବାଇଲ ଆପ୍‌ କିମ୍ବା କୌଣସି ଅନ୍ୟ ମୋଡ ସାମିଲ ରହିଛି।
  5. କାର୍ଡ ଜାରିକର୍ତ୍ତା ଡାକ କିମ୍ବା ଅନ୍ୟ ମାଧ୍ୟମରେ ବନ୍ଦ କରିବାକୁ ଅନୁରୋଧ ପଠାଇବାରେ ଚାପ ପକାଇବେନାହିଁ। ଯାହାର ପରିଣାମସ୍ୱରୁପ ଅନୁରୋଧ ପାଇବାରେ ବିଳମ୍ବ ହୋଇପାରେ।
  6. ଯଦି କାର୍ଡ ଜାରିକର୍ତ୍ତା ୭ ଦିନ ଭିତରେ କ୍ରେଡିଟ କାର୍ଡକୁ ବନ୍ଦ କରିବାରେ ବିଫଳ ହେବେ, ତାହେଲେ ଖାତା ବନ୍ଦ ହେବା ପର୍ଯ୍ୟନ୍ତ ଗ୍ରାହକଙ୍କୁ ୫୦୦ ଟଙ୍କା ପ୍ରତିଦିନ ଜରିମାନା ଦେବାକୁ ହେବ।
  7. ଯଦି କ୍ରେଡିଟ କାର୍ଡର ଉପଯୋଗ ଏକ ବର୍ଷରୁ ଅଧିକ ଦିନ ଧରି କରାଯାଇନାହିଁ, ତାହେଲେ କାର୍ଡ ଜାରିକର୍ତ୍ତା କାର୍ଡଧାରକଙ୍କୁ ସୂଚିତ କରିବା ପରେ କ୍ରେଡିଟ କାର୍ଡ ଖାତାକୁ ବନ୍ଦ କରିବା ପ୍ରକ୍ରୀୟାକୁ ଆରମ୍ଭ କରିପାରେ।
  8. ଯଦି ୩୦ ଦିନ ଅବଧି ଭିତରେ କାର୍ଡଧାରକଙ୍କ ପକ୍ଷରୁ କୌଣସି ଉତ୍ତର ମିଳୁନାହିଁ, ତାହେଲେ କାର୍ଡ ଜାରିକର୍ତ୍ତାଙ୍କ ଦ୍ୱାରା କାର୍ଡ ଖାତାକୁ ବନ୍ଦ କରିଦିଆଯିବ।
  9. କାର୍ଡ ଜାରିକର୍ତ୍ତାଙ୍କୁ ୩୦ ଦିନ ଅବଧି ଭିତରେ କ୍ରେଡିଟ ଇନଫରମେସନ କମ୍ପାନୀ ସହିତ କାର୍ଡ ବନ୍ଦ ହେବାର ସୂଚନା ଦେବାକୁ ହେବ।
  10. କ୍ରେଡିଟ କାର୍ଡ ଖାତା ବନ୍ଦ ହେବା ପରେ, କ୍ରେଡିଟ କାର୍ଡ ଖାତାରେ ଉପଲବ୍ଧ କୌଣସି ବି କ୍ରେଡିଟ ଶେଷ, କାର୍ଡଧାରକଙ୍କ ବ୍ୟାଙ୍କ ଖାତାରେ ସ୍ଥାନାନ୍ତରିତ କରାଯିବା ଉଚିତ।

CREDIT CARDବିନା ଆବେଦନରେ କ୍ରେଡିଟ-ଡେବିଟ କାର୍ଡ ଜାରି କରାଯାଏ ତାହେଲେ ବ୍ୟାଙ୍କ ଉପରେ ଲାଗିବ ଦୁଇଗୁଣା ଜରିମାନା

ଆରବିଆଇ ପକ୍ଷରୁ ଜାରି ନୋଟିଫିକେସନ୍‌ ମୁତାବକ, ଯଦି ବ୍ୟାଙ୍କ ଏମିତି କରେ ତାହେଲେ ବିଲିଙ୍ଗ ରାଶିର ଦୁଇଗୁଣା ଜରିମାନା ଭରିବାକୁ ପଡିବ। ଏହାସହିତ କେନ୍ଦ୍ରୀୟ ବ୍ୟାଙ୍କ କହିଛି ଯେ କାର୍ଡ ଜାରି କରିଥିବା କମ୍ପାନୀ କିମ୍ବା କୌଣସି ଥାର୍ଡ ପାର୍ଟି ଏଜେଣ୍ଟ ବକେୟା ରାଶି ପାଇଁ ଗ୍ରାହକଙ୍କୁ ହଇରାଣ କରିପାରିବେନାହିଁ। ଏହି ଦିଶା ନିର୍ଦ୍ଦେଶ ୧ ଜୁଲାଇ ୨୦୨୨ ଠାରୁ ଲାଗୁ ହେବ। କାର୍ଡ ଜାରି କରିବା ପାଇଁ ପ୍ରାଇଭେଟ୍‌ ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀକୁ ବି ଏହି ନିୟମ ମାନିବାକୁ ହେବ। କ୍ରେଡିଟ କାର୍ଡକୁ ନେଇ ଦିଶାନିର୍ଦ୍ଦେଶ ଜାରି କରିଥିବା ଆରବିଆଇ କହିଛି ଯେ ବିନା ଗ୍ରାହକଙ୍କ ଅନୁମତିରେ କାର୍ଡ ଜାରି କରିବା କିମ୍ବା ତାର ଅବଧି ବଢ଼ାଇବା ଅଥବା ଅନ୍ୟ ସୁବିଧା ଦେବା ସମ୍ପୂର୍ଣ୍ଣ ଭାବେ ମନା।

କିଛି ଖାସ୍‌ କଥା ଉପରେ ଦିଅନ୍ତୁ ଧ୍ୟାନ

  • ବ୍ୟାଙ୍କ-କମ୍ପାନୀକୁ ଆବେଦନ ପତ୍ର ସହିତ ଏକ ଅଲଗା ପେଜରେ କାର୍ଡ ସହ ଜଡିତ ସୁଧ ଦର, ଶୁଳ୍କ ସମେତ ଅନ୍ୟ ପ୍ରମୁଖ ବିବରଣୀ ଦେବାକୁ ହେବ।
  • ବ୍ୟାଙ୍କ କିମ୍ବା କମ୍ପାନୀ ଗ୍ରାହକଙ୍କୁ ବୀମାର ବିକଳ୍ପ ମଧ୍ୟ ଦେଇପାରେ। ଯାହାଦ୍ୱାରା କାର୍ଡ ହଜିଗଲେ କିମ୍ବା ଠକାମିର ସମ୍ମୁଖୀନ ହେଲେ ଟଙ୍କାର କ୍ଷତିପୂରଣ ମିଳିପାରିବ।
  • ବୀମା କମ୍ପାନୀ ସହିତ ମିଶି କାର୍ଡ ଜାରି କରିଥିବା ବ୍ୟାଙ୍କ କିମ୍ବା କମ୍ପାନୀକୁ ଗ୍ରାହକଙ୍କ ଠାରୁ ଡିଜିଟାଲ ତରିକାରେ ସ୍ପଷ୍ଟ ଅନୁମତି ନେବାକୁ ହେବ।
  • ସୁରକ୍ଷା ପାଇଁ କାର୍ଡ ଜାରି କରିଥିବା କ୍ରେଡିଟ କାର୍ଡ ସକ୍ରିୟ କରିବା ପାଇଁ ଓ୍ଵାନ ଟାଇମ ପାସଓ୍ଵାର୍ଡ ଜରିଆରେ ଗ୍ରାହକଙ୍କ ଠାରୁ ଅନୁମତି ନେବାକୁ ହେବ।
  • ଯଦି ଗ୍ରାହକ ଏମିତି କରିପାରୁନାହାଁନ୍ତି ତାହେଲେ କାର୍ଡ ଜାରି କରିଥିବା କମ୍ପାନୀ ବିନା କୌଣସି ବିଳମ୍ବରେ ସାତ ଦିନ ଭିତରେ କ୍ରେଡିଟ କାର୍ଡକୁ ବନ୍ଦ କରିବ।
  • ବ୍ୟାଙ୍କ-କମ୍ପାନୀକୁ ଏକ ମାସ ଭିତରେ ଗ୍ରାହକଙ୍କ ଅଭିଯୋଗକୁ ସମାଧାନ କରିବାକୁ ହେବ।
  • ଅଭିଯୋଗ ସମଧାନ ହେବା ଦ୍ୱାରା ଗ୍ରାହକ ଆରବିଆଇର ଓମବଡସମ୍ୟାନ ପାଖରେ ଅଭିଯୋଗ କରିପାରିବେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.