ଦେଖୁ ଦେଖୁ ଚଳନ୍ତା ଟ୍ରେନ୍‌ ଭିତରକୁ ପଶି କଟିଗଲେ କନେଷ୍ଟବଳ, କାରଣ କେହି ବି ବୁଝିପାରୁନାହାନ୍ତି; ଦେଖନ୍ତୁ ଛାତିଥରା ଭିଡିଓ

ମୃତ୍ୟୁ… କେତେବେଳେ, କେମିତି ଆଉ କାହା ପାଇଁ ଆସିବ କେହି କହିପାରିବେ ନାହିଁ। ଉତ୍ତର ପ୍ରଦେଶର ଆଗ୍ରାରେ ଏମିତି ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି। ଭିଡିଓରେ ଦେଖା ଯାଇଛି ଯେ ପ୍ଲାଟଫର୍ମରେ ଠିଆ ହୋଇଥିବା ଜଣେ କନଷ୍ଟେବଳଙ୍କ ମୁଣ୍ଡ ବୁଲାଇବାରୁ ସେ ଚଳନ୍ତା ଟ୍ରେନ୍‌ ତଳେ ଖସି ପଡ଼ିଛନ୍ତି। ସେହି ସମୟର ସିସିଟିଭି ଫୁଟେଜ୍‌ ଏବେ ଖୁବ ଭାଇରାଲ ହେଉଛି। ଟ୍ରେନରେ କଟି କନେଷ୍ଟବଳଙ୍କ ମୃତ୍ୟୁ ହୋଇଛି।

ଦେଖନ୍ତୁ ଭିଡିଓ :


ଭିଡିଓରେ ଦେଖିବାକୁ ମିଳିଛି ଯେ ଏକ ମାଲବାହୀ ଟ୍ରେନ୍‌ ଯାଉଥିବା ବେଳେ କନଷ୍ଟେବଳ ଜଣକ ତା କଡ଼ରେ ଠିଆ ହୋଇଥିଲେ। ହଠାତ୍‌ କଣ ହେଲା କେଜାଣି ତାଙ୍କ ମୁଣ୍ଡ ବୁଲାଇଥିଲା। ସେ ନିଜେ ଠିଆ ହୋଇଥିବା ସ୍ଥାନରେ ଚାରି ଘେରା ବୁଲିଯାଇଥିଲେ। ଆଉ ସେମିତି ବୁଲି ବୁଲି ହଠାତ୍‌ ଟ୍ରେନ ଧାରଣାକୁ ଖସି ପଡ଼ିଥିଲେ। ଟ୍ରେନ୍‌ ଲାଇନ୍‌ ଭିତରେ ପ୍ରଥମେ ତାଙ୍କ ମୁଣ୍ଡ ପଶି ଯାଇଥିଲା। ଆଉ ତାପରେ ପୂରା ଶରୀର ଲାଇନ ଭିତରେ ପଶି କଟିଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ଜୀବନ ଚାଲିଯାଇଥିଲା।

ପାଖରେ ଥିବା ଜଣେ ଟିଟିଇ ତାଙ୍କୁ ଉଦ୍ଧାର କରିବାକୁ ଦୌଡ଼ି ଆସିଥିଲେ ବି ଚଳନ୍ତା ଟ୍ରେନ୍‌ ଭିତରୁ ତାଙ୍କୁ ଉଦ୍ଧାର କରିପାରିନଥିଲେ। ଟ୍ରେନଟି ଯିବା ପରେ ତାଙ୍କୁ ଉଦ୍ଧାର କରାଯାଇଥିଲେ ମଧ୍ୟ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ କନେଷ୍ଟବଳଙ୍କ ନାଁ ରେଗାଲ କୁମାର ସିଂହ ବୋଲି ଜଣାପଡ଼ିଛି। ଉତ୍ତରପ୍ରଦେଶ ବିଜନୋରରେ ତାଙ୍କ ଘର।

ତେବେ ଏହି ଭିଡିଓ ଦେଖିବା ପରେ ପରିବାର ଲୋକଙ୍କୁ ବି ବୁଝାପଡ଼ିନଥିଲା ଯେ ପ୍ରକୃତରେ କ’ଣ ହେଲା। କନେଷ୍ଟବଳ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ। ଏଣୁ ହଠାତ୍‌ ତାଙ୍କର ଏମିତି କ’ଣ ଓ କାହିଁକି ହେଲା ଏହା ଏବେ ପ୍ରଶ୍ନ ଘେରରେ। ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ସତ ସାମ୍ନାକୁ ଆସିବ। ଅନ୍ୟପଟେ କନେଷ୍ଟବଳ ଘରେ ତାଙ୍କ ପତ୍ନୀ ଓ ଦୁଇଟି ପିଲା ଅଛନ୍ତି। ସେ ୨୦୧୧ ମସିହାରେ ଉତ୍ତର ପ୍ରଦେଶ ପୋଲିସରେ ଯୋଗ ଦେଇଥିଲେ। ପରେ ୨୦୨୧ରେ ଜିଆରପିକୁ ତାଙ୍କ ବଦଳି ହୋଇଥିଲା। ୨୦୨୧ରୁ ଏବେ ଯାଏଁ ସେ ଜିଆରପି ପୋଲିସରେ କାର୍ଯ୍ୟ କରୁଥିଲେ। କିନ୍ତୁ ଏବେ ତାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ସମ୍ପୂର୍ଣ୍ଣ ବେସାହାରା ହୋଇଯାଇଛି। ଏଣୁ ତାଙ୍କ ପରିବାରକୁ ସାହାଯ୍ୟ ପାଇଁ ଦାବି ହୋଇଛି।

Also Read: କରନ୍‌ କୁନ୍ଦ୍ରାଙ୍କ ନାଁରେ ହାତରେ ମେହେନ୍ଦି ଲଗାଇଲେ ତେଜସ୍ୱୀ ପ୍ରକାଶ, ଖୁବଶୀଘ୍ର କରିପାରନ୍ତି ବିବାହ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.