କରନ୍‌ କୁନ୍ଦ୍ରାଙ୍କ ନାଁରେ ହାତରେ ମେହେନ୍ଦି ଲଗାଇଲେ ତେଜସ୍ୱୀ ପ୍ରକାଶ, ଖୁବଶୀଘ୍ର କରିପାରନ୍ତି ବିବାହ

ବିଗ୍‌ ବସ୍‌ ଶୋ’ରେ ଦେଖା ଆଉ ତା’ ପରେ ବାହାରକୁ ଆସି ଖୁଲମ୍‌ଖୁଲା ପ୍ରେମରେ ବୁଡ଼ିଛନ୍ତି ତେଜସ୍ୱୀ ପ୍ରକାଶ ଓ କରନ୍‌ କୁନ୍ଦ୍ରା। ନିକଟରେ ତେଜସ୍ୱୀ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଷ୍ଟୋରି ସେୟାର କରିଛନ୍ତି। ଏଥିରେ ସେ ବୟଫ୍ରେଣ୍ଡ୍‌ କରନ୍‌ କୁନ୍ଦ୍ରାଙ୍କ ନାଁର ମେହେନ୍ଦି ଲଗାଇଛନ୍ତି। ଏହା ଦେଖି କରନ୍‌ ନିଜକୁ ତେଜସ୍ୱୀଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି କହିଛନ୍ତି। କରନ୍‌ କୁନ୍ଦ୍ରା ଓ ତେଜସ୍ୱୀ ପ୍ରକାଶଙ୍କୁ ଟିଭିର ପାଓ୍ଵାର କପଲ ବୋଲି କୁହାଯାଏ। ବିଗ୍‌ ବସ୍‌ ଘରୁ ବାହାରିବା ପରେ କରନ୍‌ ଓ ତେଜସ୍ୱୀଙ୍କ ରାସ୍ତା ଏକ ହୋଇଯାଇଛି। କାମରେ ବ୍ୟସ୍ତ ରହିବା ପରେ ବି ଉଭୟେ ପରସ୍ପରକୁ ସମୟ ଦେବା ଭୁଲି ନାହାନ୍ତି।

kundra
Image Credit: Instagram

ଯେତେବେଳେ ବି ଏମାନଙ୍କୁ ସମୟ ମିଳେ, ସେମାନେ ପରସ୍ପରକୁ ଭେଟିବାକୁ ପହଞ୍ଚିଯାଆନ୍ତି। ଫ୍ୟାନ୍‌ମାନେ ଏମାନଙ୍କ ବିବାହକୁ ଅପେକ୍ଷା କରିଛନ୍ତି।

କରନ୍‌ କୁନ୍ଦ୍ରା ଏକ ଇଣ୍ଟରଭ୍ୟୁରେ ବିବାହ ପ୍ରଶ୍ନକୁ ନେଇ କହିଥିଲେ, ଘର ଲୋକ ତ ପଛରେ ପଡ଼ି ଯାଇଛନ୍ତି, ବାହା ହେଇଯା କହୁଛନ୍ତି। କିନ୍ତୁ ଏବେ ଆହୁରି ଅନେକ କାମ ବାକି ଅଛି। କ୍ୟାରିୟର ଉପରେ ବି ଫୋକସ୍‌ କରିବାର ଅଛି। କିନ୍ତୁ ଫ୍ୟାନ୍‌ମାନେ ଖୁସି ଅଛନ୍ତି ଯେ ଆମେ ଏହି ସମ୍ପର୍କକୁ ଆଗକୁ ନେଉଛୁ।

 

View this post on Instagram

 

A post shared by Karan Kundrra (@kkundrra)

ସୂଚନାଯୋଗ୍ୟ ଯେ ସୋସିଆଲ ମିଡିଆରେ ଉଭୟଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ କରନ୍‌ କହୁଥିଲେ ଯାହାକୁ ଯାହା ଭାବିବାର ଅଛି ଭାବି ନିଅନ୍ତୁ।

ଏଥିସହ ଆଉ ଏକ ଭିଡିଓରେ ସେ ତେଜସ୍ୱୀକୁ ନିଜ ସ୍ତ୍ରୀ ବୋଲି ବି କହୁଥିବାର ଦେଖାଯାଇଛି। ତେବେ ତେଜସ୍ୱୀ ଏବେ ହାତରେ ଏକ ସୁନାର ଚୁଡ଼ି ପିନ୍ଧୁଛନ୍ତି। ତାହା କରଣ କୁନ୍ଦ୍ରାଙ୍କ ମା’ଙ୍କର ବୋଲି ମଧ୍ୟ ଚର୍ଚ୍ଚା ହେଉଛି। କିନ୍ତୁ କରନ୍‌ କୁନ୍ଦ୍ରା କି ତେଜସ୍ୱୀ ପ୍ରକାଶ କେହି ବି ଏ ନେଇ ମୁହଁ ଖୋଲି ନାହାନ୍ତି।

ସୂଚନାଯୋଗ୍ୟ ଯେ ଗତ ବିଗ୍‌ବସ୍‌ ସିଜନର ବିଜୟିନୀ ହେଉଛନ୍ତି ତେଜସ୍ୱୀ ପ୍ରକାଶ। ବିଗ୍‌ବସ୍‌ ହାଉସ୍‌ରେ ହିଁ ସେ କରନ୍‌ କୁନ୍ଦ୍ରାଙ୍କୁ ଭେଟିଥିଲେ। ସେଠାରୁ ଉଭୟଙ୍କର ପ୍ରଥମେ ବନ୍ଧୁତା ହୋଇଥିଲା। ତା’ ପରେ ଏହି ବନ୍ଧୁତା ଧୀରେ ଧୀରେ ପ୍ରେମରେ ବଦଳିଛି। ଉଭୟେ ଶୋ’ରେ ବି ଅନ୍ତରଙ୍ଗ ହୋଇଥିବା ଦେଖାଯାଇଥିଲା। ତେବେ ଶୋ ଛାଡ଼ିବା ପରେ ବି ଉଭୟ ପରସ୍ପରକୁ ଭୁଲି ନାହାନ୍ତି। ବିଗ୍‌ ବସ୍‌ ହାଉସ୍‌ରୁ ବାହାରିବା ପରେ କରନ୍‌ କୁନ୍ଦ୍ରା ଓ ତେଜସ୍ୱୀ ପ୍ରକାଶଙ୍କ ସମ୍ପର୍କ ଆହୁରି ଗଭୀର ହୋଇଛି। ଉଭୟଙ୍କୁ ପ୍ରାୟତଃ ରେସ୍ତୋରାଁ, ମଲ୍‌ ଆଦିରେ ଦେଖିବାକୁ ମିଳେ। ତେଜସ୍ୱୀଙ୍କୁ ଭେଟିବାକୁ କରନ୍‌ ପ୍ରାୟତଃ ସୁଟିଂ ସେଟ୍‌କୁ ଯାଉଥିବାର ଭିଡିଓ ମଧ୍ୟ ନିକଟରେ ସାମ୍ନାକୁ ଆସିଥିଲା।

Also Read: ଧନବାନ ହେବାକୁ ଶୁକ୍ରବାର ରାତିରେ କରନ୍ତୁ ଏହି କାମ, ଦୂର ହେବ ଆର୍ଥିକ ସଙ୍କଟ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.