ଯଦି ଆପଣଙ୍କ ପାଖରେ ବି ଅଛି ଏଭଳି ୨୦ ଟଙ୍କିଆ ନୋଟ୍‌, ତେବେ ଘରେ ବସି ରୋଜଗାର କରିପାରିବେ ମୋଟା ଅଙ୍କର ଟଙ୍କା; ଜାଣନ୍ତୁ କେମିତି

୨୦ ଟଙ୍କିଆ ନୋଟ୍‌ ବଦଳରେ ମିଳିବ ହଜାର ହଜାର ଟଙ୍କା। ଶୁଣିବାକୁ ଅବିଶ୍ୱସନୀୟ ଲାଗୁଥିଲେ ବି ଏହା ସତ। ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ଏଭଳି ଘୋଷଣା କରାଯାଇଛି। ଯଦି ଆପଣଙ୍କ ପାଖରେ ଏହି ପ୍ରକାରର ୨୦ ଟଙ୍କିଆ ଅଛି ତେବେ ଘରେ ବସି ବସି ଆପଣଙ୍କୁ ମୋଟା ଅଙ୍କର ଅର୍ଥ ମିଳିବ। ଆସନ୍ତୁ ଜାଣିବା କାହିଁକି ଓ କେମିତି…

ରିପୋର୍ଟ ମୁତାବକ, ଭାରତୀୟ ରିଜର୍ଭ ବ୍ୟାଙ୍କ ୧୨ଟି ଭିନ୍ନ ଭିନ୍ନ ମୂଲ୍ୟବର୍ଗର ଇଣ୍ଡିଆନ୍‌ କରେନ୍ସି ନୋଟ୍‌ ଜାରି କରିଥିଲା। ଏଥିରେ ୨୦ ଟଙ୍କିଆ ନୋଟ୍‌ ବି ରହିଥିଲା। ନିୟମ ମୁତାବକ, ପ୍ରତ୍ୟେକ ନୋଟ୍‌ରେ ଛପାଯାଇଥିବା ତାରିଖ ଓ ତାହାର ବୈଧତା ବର୍ଷ ଲେଖାଯାଇଥିଲା। ମାତ୍ର ଦୁର୍ଭାଗ୍ୟବଶତଃ ଅନେକ ନୋଟ୍‌ରେ ତାରିଖ ଓ ବର୍ଷ ଲେଖିବା ବାକି ରହିଯାଇଥିଲା। କିନ୍ତୁ ତାହା ଜାରି ହୋଇଯାଇଥିଲା।

ଏ ନେଇ ଜଣାପଡ଼ିବା ପରେ ୨୦୦୫ ମସିହାରେ ସମସ୍ତ ୨୦ ଟଙ୍କିଆ ନୋଟ୍‌କୁ ଆରବିଆଇ ଫେରାଇ ନେଇଥିଲା ଓ ପ୍ରତିବଦଳରେ ସେହି ଡିଜାଇନ୍‌ର ୨୦ ଟଙ୍କିଆ ନୂଆ ନୋଟ୍‌ ଜାରି କରିଥିଲା। ଏହି ନୂଆ ନୋଟ୍‌ରେ ଛପାଯାଇଥିବା ଓ ବୈଧତା ଉଭୟ ତାରିଖ ଓ ବର୍ଷ ଲେଖାଯାଇଥିଲା। ଏହା ପରେ ମଧ୍ୟ ତାରିଖ ଓ ବର୍ଷ ନଥିବା କିଛି ୨୦ ଟଙ୍କିଆ ନୋଟ୍‌ ଏବେ ବି ଲୋକଙ୍କ ପାଖରେ ରହିଛି। ଯଦି ଆପଣଙ୍କ ପାଖରେ ବି ଏହି ନୋଟ୍‌ ରହିଛି ତେବେ ଘରେ ବସି ଆପଣ ଏଥିରୁ ଟଙ୍କା ରୋଜଗାର କରିପାରିବେ।

ଏମିତି କରନ୍ତୁ ଏକ୍ସଚେଞ୍ଜ:

  • ଏକ୍ସଚେଞ୍ଜ କରିବା ପାଇଁ ପ୍ରଥମେ Leftovercurrency.com କୁ ଯାଆନ୍ତୁ।
  • ଏହା ପରେ ‘Add to Wallet’ ଉପରେ କ୍ଲିକ୍‌ କରନ୍ତୁ।
  • ଏଠାରେ ଆପଣଙ୍କୁୁ କହିବାକୁ ହେବ ଯେ ବିନା ତାରିଖ-ବର୍ଷ ଯୁକ୍ତ କେତୋଟି ନୋଟ୍‌ ଆପଣଙ୍କ ପାଖରେ ଅଛି।
  • ଏଠାରେ ଆପଣ ଯେତେ ଯେତେ ନୋଟ୍‌ ଏକ୍ସଚେଞ୍ଜ କରିବେ ସେତିକି ଟଙ୍କା ଆପଣଙ୍କ ପକେଟ୍‌କୁ ଆସିବ।
  • ଏହି ଟ୍ରାନ୍‌ଜାକ୍ସନ୍‌ର ୫ ଦିନ ଭିତରେ ଆପଣଙ୍କୁ ସମସ୍ତ ଧନରାଶି ମିଳିଯିବ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.