Below header

ଆଜି ରାଜ୍ୟରୁ ସୁସ୍ଥ ହେଲେ ୩୩୫୮ କରୋନା ଆକ୍ରାନ୍ତ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହୋଇଛନ୍ତି ୩୩୫୮ ଜଣ ଆକ୍ରାନ୍ତ। ଆଜିର ସୁସ୍ଥଙ୍କ ମଧ୍ୟରେ କଟକ ଜିଲ୍ଲାରୁ ସର୍ବାଧିକ ୪୮୪ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ଏହି ସୂଚନା ଦେଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୯୦ ହଜାର ୭୭୮ ରେ ପହଞ୍ଚିଛି।

ସ୍ୱାସ୍ଥ୍ୟ ବିଭାଗ ସୂଚନାନୁସାରେ ଆଜି ରବିବାର କଟକ ଜିଲ୍ଲାରୁ ୪୮୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୩୮୬ ଜଣ, ଯାଜପୁରରୁ ୨୯୦, ବାଲେଶ୍ୱର ୨୭୮,ପୁରୀ ୨୨୯, ମୟୁରଭଞ୍ଜ ୧୯୭, ନୟାଗଡ଼ ୧୭୪, ଜଗତସିଂହପୁର ୧୪୫, ଭଦ୍ରକ ୧୩୬, ଅନୁଗୁଳ ଓ କେନ୍ଦ୍ରାପଡ଼ା ୧୧୦ ଲେଖାଏଁ, ଢ଼େଙ୍କାନାଳ ୧୦୫, କେଉଁଝର ୯୩,ରାୟଗଡ଼ାରୁ ୮୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି ସୁନ୍ଦରଗଡ଼ରୁ ୬୭ ଜଣ, କୋରାପୁଟ ୬୬, ମାଲକାନଗିରି ୫୦, ନବରଙ୍ଗପୁର ୪୯, କନ୍ଧମାଳ ୪୩, କଳାହାଣ୍ଡି ୩୩,ବଲାଙ୍ଗିର ୩୧, ବରଗଡ଼ ୨୬, ସମ୍ବଲପୁର ୨୫, ସୋନପୁର ୨୧, ବୌଦ୍ଧ ୧୮, ଗଜପତି ୧୬, ଗଞ୍ଜାମ ୧୩, ନୂଆପଡ଼ା ୦୭, ଝାରସୁଗୁଡା ୦୬, ଦେଓଗଡ଼ ୦୫ ଜଣ ଓ ରାଜ୍ୟ ପୁଲରୁ ୬୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜି ସୁଦ୍ଧା ଓଡ଼ିଶାରେ ମୋଟ ସୁସ୍ଥ ସଂଖ୍ୟା ୮ ଲକ୍ଷ ୯୦ ହଜାର ୭୭୮ ରେ ପହଞ୍ଚିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.