ଇଫକୋ ଓଡିଶାରେ ଆସିଷ୍ଟାଣ୍ଟ ଟ୍ରେନି ପଦବୀ ଖାଲି, ମାସକୁ ଦରମା ୬୪ ହଜାର ଟଙ୍କା

ଇଫକୋରେ ଚାକିରି ଖୋଜୁଥିବା ଓଡିଶାର ଯୁବପିଢିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଇଫକୋ ଓଡିଶାରେ ଖାଲିପଡିଛି ପଦବୀ। ଏହା ଅଧିନରେ ଆସିଷ୍ଟାଣ୍ଟ ଟ୍ରେନି ଅପରେଟର ପଦବୀରେ ଭର୍ତ୍ତି ପାଇଁ ଆବେଦନ ପତ୍ର ଗ୍ରହଣ କରାଯାଉଛି। ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାର୍ଥୀ ଅନଲାଇନ ମୋଡରେ ଆବେଦନ କରିପାରିବେ। ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି।

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୧୩ ନଭେମ୍ବର ୨୦୨୨ ରହିଛି।

ପଦବୀ ବିବରଣୀ :

ଆସିଷ୍ଟାଣ୍ଟ ଟ୍ରେନି(ଅପରେଟର)

ଶିକ୍ଷାଗତ ଯୋଗ୍ୟତା : ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ କେମିକାଲ ଇଂଜିନିୟରିଂ/ଫିଜିକ୍ସ/କେମେଷ୍ଟ୍ରି/ ଗଣିତରେ ବିଏସି କିମ୍ବା ସମକକ୍ଷ ପଢିଥିବା ଜରୁରୀ। ଏହାସହିତ ଅତିକମରେ ୬୦ ପ୍ରତିଶତ ମାର୍କ ରଖି ପାସ୍‌ କରିଥିବା ଜରୁରୀ।

ବୟସ ସୀମା : ଭର୍ତ୍ତି ପାଇଁ ପ୍ରାର୍ଥୀଙ୍କ ବୟସ ସୀମା ୧୮ରୁ ୨୭ ବର୍ଷ ହେବା ଜରୁରୀ।

କେମିତି ହେବ ଚୟନ :

ଏହିସବୁ ପଦବୀରେ ଚୟନ ଅନଲାଇନ ଲିଖିତ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ଆଧାରରେ ହେବ।

ଦରମା : ଅଫିସିଆଲ ନୋଟିଫିକେସନ ଅନୁଯାୟୀ ମାସିକ ଦରମା ୩୧,୦୦୦ ଟଙ୍କା ମିଳିବ। ପରେ ଏହା ବଢିବ।

କେମିତି କରିବେ ଆବେଦନ : ଆବେଦନ କରିବା ପାଇଁ ପ୍ରାର୍ଥୀ ଅଫିସିଆଲ େଓ୍ଵବସାଇଟ www.iffco.in/en/corporate କୁ ଯାଇ ୧୩ ନଭେମ୍ବର ପୂର୍ବରୁ ଆବେଦନ କରିପାରିବେ।

ଆଡଭାଇଟାଇଜମେଣ୍ଟକୁ ଯାଇ ନୋଟିଫିକେସନ ଆଣ୍ଡ ଚେକ୍‌ ଏଲିଜିବିଲିଟ୍‌ କ୍ଲିକ କରନ୍ତୁ।

ତା’ ପରେ ଆପ୍ଲାଏ ଏବଂ ଫିଲ ଅପ୍‌ ଫର୍ମ ପୂରଣ କରନ୍ତୁ।

ତା’ ପରେ ଫାଇନାଲ ସବମିଟ୍‌ ବଟନ ଏବଂ ପ୍ରିଣ୍ଟ ଆପ୍ଲିକେସନ ଫର୍ମ ରଖନ୍ତୁ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :

https://appspd.iffco.coop/trms/default

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.