IIT କ୍ୟାମ୍ପସ୍‌ ନିଯୁକ୍ତି: ଜଣଙ୍କୁ ୨.୧୫ କୋଟି, ୧୧ ଛାତ୍ରଛାତ୍ରୀଙ୍କୁ ମିଳିଛି କୋଟିଏରୁ ଅଧିକ ପ୍ୟାକେଜ୍‌

ନୂଆଦିଲ୍ଲୀ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଆଇଆଇଟି)ରେ ଚଳିତବର୍ଷ ଏତେ କ୍ୟାମ୍ପସ୍‌ ନିଯୁକ୍ତି ହୋଇଛି ଯେ ଯାହାକୁ ବିଶ୍ୱାସ କରିବା ଅସମ୍ଭବ ହୋଇପଡ଼ିଛି। ଚଳିତବର୍ଷ ଏକାଧିକ ପିଲାଙ୍କୁ କୋଟିଏ ଟଙ୍କାର ବାର୍ଷିକ ପ୍ୟାକେଜ୍‌ ଅଫର ହୋଇଛି। ଚଳିତବର୍ଷ ନୂଆଦିଲ୍ଲୀ ଆଇଆଇଟିରେ ଡିସେମ୍ବର ୧ ରେ କ୍ୟାମ୍ପସ ଚୟନ ହୋଇଛି। ଏଥିରେ ଦେଶ ବିଦେଶର ଅନେକ କମ୍ପାନୀ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କର ଇଣ୍ଟରଭ୍ୟୁ ନିଆଯାଇଛି। କ୍ୟାମ୍ପସ୍‌ ପ୍ଲେସ୍‌ମେଣ୍ଟରେ ଜଣେ ଛାତ୍ରଙ୍କୁ ୨.୧୫ କୋଟିର ଇଣ୍ଟରନ୍ୟାସନାଲ ପ୍ୟାକେଜ୍‌ ମିଳିଛି, ଯାହା ଏବେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି। ଏହି ପ୍ୟାକେଜ୍‌ ପାଇଥିବା ଆଇଆଇଟି Roorkeeର କମ୍ପ୍ୟୁଟର ସାଇନ୍ସ ଛାତ୍ର। ତାଙ୍କୁ ବାର୍ଷିକ ୨ କୋଟି ୧୫ ଲକ୍ଷ ଟଙ୍କାର ବାର୍ଷିକ ପ୍ୟାକେଜ୍‌ ମିଳିଛି। ଏହି ଅଫର ବର୍ତ୍ତମାନ ପର୍ଯ୍ୟନ୍ତର ସବୁଠୁ ବଡ଼ ଇଣ୍ଟରନ୍ୟାସନାଲ ପ୍ୟାକେଜ୍‌।

ସେହିପରି ଆଇଆଇଟି ବମ୍ବେ (IIT Bombay) ର ଜଣେ ଛାତ୍ରଙ୍କୁ ଉବର (Uber) ପକ୍ଷରୁ ବାର୍ଷିକ ୨.୦୫ କୋଟି ପ୍ୟାକେଜ୍‌ ଆକାରରେ ମିଳିଛି।

ଆଇଆଇଟି ଗୌହାଟୀର ଜଣେ ଛାତ୍ରକୁ ବାର୍ଷିକ ୨ କୋଟି ଟଙ୍କାର ପ୍ୟାକେଜ୍‌ ଅଫର ହୋଇଛି।

ଚଳିତ ଥର ୩ ଜଣ ଛାତ୍ରଙ୍କୁ ୧.୩୦ କୋଟିରୁ ୧.୮୦ କୋଟି ପର୍ଯ୍ୟନ୍ତ ଘରୋଇ ପ୍ୟାକେଜ୍‌ ଅଫର କରାଯାଇଛି।

ଦୁଇ ବର୍ଷ ପୂର୍ବେ ସବୁଠୁ ଅଧିକ ଇଣ୍ଟରନ୍ୟାସନାଲ ପ୍ୟାକେଜ୍‌ ୧.୫୩ କୋଟି ଥିଲା। ୧୨ ଜଣଙ୍କୁ ସେତେବେଳେ ଇଣ୍ଟରନ୍ୟାସନାଲ ଅଫର ମିଳିଥିଲା। ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କୁ ୧ କୋଟିରୁ ଅଧିକ ଟଙ୍କାର ଅଫର ମିଳିଥିଲା।

ଏସବୁ କମ୍ପାନୀ ଦେଇଛନ୍ତି କୋଟିଏ ଟଙ୍କାର ଅଫର:

ଆଇଆଇଟି କାନପୁର (IIT Kanpur) ରେ ୨.୦୫ କୋଟି ଟଙ୍କାର ଟପ୍‌ ପ୍ୟାକେଜ୍‌ ଉବର (Uber) ଦେଇଛି। ସେହିପରି Rubrik ପକ୍ଷରୁ ୯୦.୬ ଲକ୍ଷ ଟଙ୍କା ବାର୍ଷିକ ପ୍ୟାକେଜ୍‌ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.