Below header

ଟଙ୍କା ଖର୍ଚ୍ଚ କରିବା ସମୟରେ ଧ୍ୟାନରେ ରଖନ୍ତୁ ଏହି ୧୪ ଟିପ୍ସ, ନଚେତ୍ ଆୟଠୁ ଦୁଇ ଗୁଣା ହୋଇଯିବ ବ୍ୟୟ

ଘରକୁ ଭଲ ଭାବରେ ଚଲାଇବା ପାଇଁ ଟଙ୍କାର ମ୍ୟାନେଜମେଣ୍ଟ କରିବା ବହୁତ ଜରୁରୀ । ଏହା ଦ୍ବାରା ଆପଣ ଆପଣଙ୍କ ଟଙ୍କାର ସଠିକ୍ ବ୍ୟବହାର କରିପାରିବେ । ଏହା ସହ ସଞ୍ଚୟ ମଧ୍ୟ କରିପାରିବେ । ସେଥିପାଇଁ ଆଜି ଆମେ କହିବୁ କିଛି ଟିପ୍ସ । ଯାହାକୁ ଖର୍ଚ୍ଚ ବେଳେ ଧ୍ୟାନରେ ରଖିଲେ ଭବିଷ୍ୟତରେ ହଇରାଣ ହେବେ ନାହିଁ ।

– ସର୍ବପ୍ରଥମେ କାମ ପାଇଁ ଗୋଟିଏ ବଜେଟ୍ ନିର୍ଦ୍ଧାରଣ କରନ୍ତୁ । ଆଉ ସେହି ବଜେଟ୍ ହିସାବରେ ଘରର ଖର୍ଚ୍ଚ, ଖାଇବା, ବୁଲିବା ଏବଂ ସପିଂ ପାଇଁ କେତେ ଖର୍ଚ୍ଚ ହେବ ଏକ ଲିଷ୍ଟ ପ୍ରସ୍ତୁତ କରନ୍ତୁ ।

ଏହା ସହ ପଢନ୍ତୁ ଆରବିଆଇ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶ, ଏଣିକି ସମସ୍ତ କଏନ୍ ବୈଧ

needs– ଜିନିଷ କିଣିବାକୁ ଯାଉଛନ୍ତି ଯଦି ନେଗୋସିଏଟ୍ ନିଶ୍ଚୟ କରନ୍ତୁ । କାରଣ ଦୋକାନୀ ସର୍ବଦା ଅଧିକ ଦାମ୍ କହିଥାନ୍ତି । ଆଉ ଯଦି ଆପଣ ସେତିକି ଟଙ୍କା ଦେଇ ଚାଲିଆସିବେ ତେବେ ଆପଣଙ୍କ ବଜେଟ୍ ଦୋହଲିଯିବ ।

– ନିଜ ଇଛା ଉପରେ କିଛି ନିୟନ୍ତ୍ରଣ ରଖନ୍ତୁ । ଉଦାହରଣ ସ୍ବରୂପ, ଯଦି ନୂଆ ଫୋନ୍ ନେବାକୁ ଚାହୁଁଛନ୍ତି ତେବେ ନିଜକୁ ପ୍ରଥମେ ପଚାରନ୍ତୁ ପୁରୁଣା ଫୋନରେ କଣ ସମସ୍ୟା ଅଛି । ଯଦି ସବୁକିଛି ଠିକ୍ ତେବେ ନୂଆ ଫୋନ୍ ନେବାର ଆବଶ୍ୟକତା କଣ ରହିଛି ।

– ସେହିପରି ସୁଧ ହାର ବିଷୟରେ ଜ୍ଞାନ ରଖନ୍ତୁ । ଯେତେବେଳେ ବି କୌଣସି ଋଣ ବା କ୍ରେଡିଟ୍ କାର୍ଡ ବିଷୟରେ କଥା ଆସୁଛି ତେବେ ଆବେଦନ କରିବା ପୂର୍ବରୁ ସୁଧ ହାର ବିଷୟରେ ଯାଂଚ କରିବା ଉଚିତ୍ ।

money invest– ଟଙ୍କାକୁ ସେହି ସ୍ଥାନରେ ଇନଭେଷ୍ଟ କରନ୍ତୁ ଯେଉଁଠି ଆବଶ୍ୟକତା ଅଛି ଏବଂ ଲାଭ ଅଛି । ବିନା କୌଣସି କାରଣରେ କେଉଁଠାରେ ବି ଟଙ୍କା ଖର୍ଚ୍ଚ କରନ୍ତୁ ନାହିଁ ।

– ଜିନିଷ ଅଳ୍ପ ଖରାପ ହୋଇଥିଲେ ତାକୁ ଫିଙ୍ଗିବା ପରିବର୍ତ୍ତେ ଠିକ୍ କରି ବ୍ୟବହାର କରନ୍ତୁ ।

– ସେ ଜିନିଷକୁ ନେବା ପାଇଁ ମନା କରନ୍ତୁ ଯାହା ପାଇଁ ଆପଣଙ୍କୁ ଟଙ୍କା ଦେବାକୁ ପଡୁଛି ଅଥଚ କୌଣସି କାମରେ ଆସୁନାହିଁ ।

– ପୁରା ସପିଙ୍ଗ୍ ଏକାସାଥିରେ କରନ୍ତୁ । ଏହା ଦ୍ବାରା ପେଟ୍ରୋଲ୍ ବି ବଂଚିବ ଆଉ ସମୟ ବି ।

– ଆପଣଙ୍କ ନିକଟରେ ଯେତିକି ଅଛି ସେତିକିରେ ଖୁସି ହେବା ଶିଖନ୍ତୁ ।

– ଟଙ୍କା ସଂଚୟ କରିବା ଶିଖନ୍ତୁ । ଯେମିତି ରୋଷେଇ ଘରେ ରଖି ଦେଲେ କିମ୍ବା କେବେ ଆଲମାରୀରେ କପଡା ତଳେ ରଖିଦେଲେ । ଏମିତି କଲେ ଆପଣଙ୍କ ଛୋଟ ଛୋଟ ଆବଶ୍ୟକତା ପାଇଁ ଟଙ୍କା ମିଳିଯିବ ।

ଏହା ସହ ପଢନ୍ତୁ ଆଧାର ଜରିଆରେ ଏବେ ବ୍ୟବସାୟୀ ହେବା ସହଜ, ମୋଦି ସରକାରଙ୍କ ନିଷ୍ପତ୍ତି

money– ସବୁ ଆବଶ୍ୟକତା ପାଇଁ ଏକ କୁମ୍ପି କରନ୍ତୁ । ଆଉ ଯେଉଁ କୁମ୍ପି ଯେଉଁ କାମ ପାଇଁ ସେହି କାମ ପାଇଁ ସେଥିରୁ ଖର୍ଚ୍ଚ କରନ୍ତୁ ।

– ଲୋନରେ ନୂଆ କାର ନେବା ଠାରୁ ଭଲ ସେକେଣ୍ଡ ହାଣ୍ଡ କାର୍ କିଣିବା ।

– ନିଜ କ୍ରେଡିଟ୍ କାର୍ଡ ଉପରେ ସର୍ବଦା କଣ୍ଟ୍ରୋଲ୍ ରଖନ୍ତୁ ।

– ଆପଣ ଯେଉଁଠି ଚାକିରି କରୁଛନ୍ତି ତାହା ଠିକ୍ ଅଛି । ଏହା ସହ ଯେଉଁ କ୍ଷେତ୍ରରେ ରୁଚି ଅଛି ସେଥିରେ ଫ୍ରିଲାନ୍ସିଙ୍ଗ ଆରମ୍ଭ କରିଦିଅନ୍ତୁ । ଏହା ଦ୍ବାରା ଆୟ ଦୁଇଗୁଣ ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.