ଜାଣିଛନ୍ତି କି ମହିଳାମାନେ ସବୁଠୁ ବେଶି ଖୁସିରେ କେତେବେଳେ ରହିଥାନ୍ତି? ବିବାହ ପୂର୍ବରୁ ନା ପରେ…

ପ୍ରତ୍ୟକଙ୍କ ଜୀବନରେ ଖୁସିର ଅଲଗା ଅଲଗା କାରଣ ରହିଥାଏ । କାହାକୁ ଏକା ରହିବାରେ ଖୁସି ମିଳିଥାଏ ତ କାହାକୁ ସର୍ବଦା ସାଙ୍ଗସାଥୀରେ ପାର୍ଟି କରିବାରେ ଖୁସି ମିଳିଥାଏ । କିନ୍ତୁ ବିଭିନ୍ନ ସମୟରେ ଲୋକେ ପାରିବାରିକ ଗତିବିଦ୍ଧିରେ ଏତେ ମାତ୍ରାରେ ବ୍ୟସ୍ତ ରହିଯାଇଥାନ୍ତି କି ସେମାନେ ନିଜେ ନିଜ ଖୁସିକୁ ହିଁ ଅଣଦେଖା କରିଦିଅନ୍ତି । ଖାସ୍ କରି ମହିଳାମାନଙ୍କ କ୍ଷେତ୍ରରେ। ଆଜ୍ଞା ହଁ ନିକଟରେ ହୋଇଥିବା ଏକ ପରୀକ୍ଷଣରେ ଜଣାପଡିଛି କି, ମହିଳାମାନେ ବିବାହ ପୂର୍ବରୁ ଅପେକ୍ଷାକ୍ରୁତ ଭାବେ ଅଧିକ ଖୁସି ରହିଥାନ୍ତି ।

happyନିକଟରେ ହୋଇଥିବା ଆମେରିକା ଟାଇନ୍ ନ୍ଯୁଜ୍ ସର୍ଭେ ମୁତାବକ ବିବାହିତ ଲୋକଙ୍କ ଠାରୁ ଖୁସିର ସୂଚନା ସେତେବେଳେ ମିଳିଲା ଯେତେବେଳେ ସେମାନଙ୍କୁ ନିଜର ସାଥୀଙ୍କ ଉପସ୍ଥିତିରେ ଏହି ପ୍ରଶ୍ନ ପଚରାଯାଇଥିଲା । ଖାସ୍ କଥା ହେଉଛି କି ଅବିବାହିତ ଲୋକଙ୍କ ପାଖରେ ବିବାହିତ ଲୋକଙ୍କ ତୁଳନାରେ କମ ଦୁଃଖ ରହିଥାଏ । ହାପି ଏଭର ଆକ୍ଟର ପୁସ୍ତକର ଲେଖକ ପାଁଲ୍ ଡୋଲନ୍ କହିଛନ୍ତି କି,ବିବାହ ଦ୍ବାରା ପୁରୁଷଙ୍କୁ ଲାଭ ମିଳିଥାଏ କିନ୍ତୁ ମହିଳାମାନେ ବିବାହ ପୂର୍ବରୁ ବହୁତ ଖୁସିରେ ରହିଥାନ୍ତି । ଏଠାରେ ସର୍ଭେରେ ମଧ୍ୟ ଜଣାପଡିଛି କି ବିବାହ ପରେ ପୁରୁଷ ଶାନ୍ତ ହୋଇଯାଇଥାନ୍ତି ଏବଂ କମ୍ ଟେନସନ୍ ନେବାକୁ ଚେଷ୍ଟା କରିଥାନ୍ତି । ଏହି ପରିପେକ୍ଷୀରେ ମହିଳାମାନେ ବିବାହ ପରେ ବହୁତ ପ୍ରେସରରେ ରହିଥାନ୍ତି ।

womenନିକଟରେ ମାର୍କେଟିଙ୍ଗ ଇଂଟେଲିଜେନ୍ସି କମ୍ପାନୀ ମେଂଟେଲ୍ ଦ୍ବାରା କରାଯାଇଥିବା ଏକ ଷ୍ଟଡିରେ ମହିଳାମାନଙ୍କର ଏକ ଇଣ୍ଟରଭ୍ୟୁ କରାଯାଇଥିଲା ସେଥିରେ ଜଣାପଡିଥିଲା କି ୬୧ % ସିଙ୍ଗଲ ରହିବା ଦ୍ବାରା ବହୁତ ଖୁସି ଅଛନ୍ତି ଏବଂ ଅନ୍ୟପଟେ ୭୧% ମହିଳା ଜିବନସାଥୀ ମଧ୍ୟ ଖୋଜୁନାହାନ୍ତି । ଏହି ଅଧ୍ୟୟନରେ ଏହା ଜଣାପଡିଛି କି, ଆଜିର ମହିଳା ଜେନେରେସନ୍ ପତି ଏବଂ ଶିଶୁଙ୍କ ଜରିଆରେ ଖୁସି ହେବାକୁ ଚାହୁଁନାହାନ୍ତି ବରଂ ନିଜକୁ ମିଳୁଥିବା ଅଧିକାର ଦ୍ବାରା ଖୁସି ହେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.