Below header

ଏବେ ଅନଲାଇନରେ ବି ଚେକ୍ କରିପାରିବେ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଆସିଲା କି ନାହିଁ, ଜାଣନ୍ତୁ କେମିତି

ଲକଡାଉନ ବେଳେ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବା ଲୋକଙ୍କ ପାଇଁ ଖୁସିଖବର। ଏବେ ଇନକମ ଟ୍ୟାକ୍ସ ରିଫଣ୍ଡ ବି ଆପଣଙ୍କୁ ସହାୟତା ଯୋଗାଇପାରେ। ଲକଡାଉନ ଘୋଷଣା ପରେ ଅର୍ଥ ମନ୍ତ୍ରଣାଳୟ ଇନକମ ଟ୍ୟାକ୍ସ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଇନକମ ଟ୍ୟାକ୍ସ ରିଫଣ୍ଡକୁ ତୁରନ୍ତ ରିଲିଜ କରାଯାଉ। ଫଳରେ ଦେଶର ପ୍ରାୟ ୧୪ ଲକ୍ଷ କର ଦାତା ଉପକୃତ ହେବେ।

ଏ ଅବସରରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ସୂଚନା ଦେଇ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୧୦.୨ ଲକ୍ଷ ଲୋକଙ୍କୁ ରିଫଣ୍ଡ କରାସରିଲାଣି। ଏହା ଦ୍ୱାରା ୪,୨୫୦ କୋଟି ଟଙ୍କା ଟ୍ୟାକ୍ସ ଦାତାଙ୍କ ଆକାଉଣ୍ଟକୁ ଫେରିଛି। ଏହା ବ୍ୟତୀତ ଅନ୍ୟ ୧.୭୫ ଲକ୍ଷ ଲୋକଙ୍କୁ ଖୁବଶୀଘ୍ର ରିଫଣ୍ଡ ମିଳିବ ବୋଲି ସେ କହିଛନ୍ତି। ଏଥିପାଇଁ ଆଉ ସପ୍ତାହେ ସମୟ ଲାଗିପାରେ।

 

Income tax refund status Online in India - How to check it

ଆପଣଙ୍କ ରିଫଣ୍ଡ ଆସିଲାଣି କି ନାହିଁ ତାହା ଘରେ ବସି ମଧ୍ୟ ଆପଣ ଚେକ କରିପାରିବେ। ଆସନ୍ତୁ ଜାଣିବା କେମିତି…
ଏଥିପାଇଁ ପ୍ରଥମେ ଆପଣଙ୍କୁ https://tin.tin.nsdl.com/oltas/refund-status-pan.html ଲିଙ୍କକୁ ଯିବାକୁ ପଡ଼ିବ। ଏଠାରେ PAN ନମ୍ବର ଦେବେ। ପରେ ତଳେ ଆସେସମେଣ୍ଟ ଇୟର ସିଲେକ୍ଟ କରିବାକୁ ପଡ଼ିବ। ଏବେ ତଳେ ଦିଆଯାଇଥିବା କ୍ୟାପଚା କୋଡ଼ ପୂରଣ କରିବାକୁ ହେବ। ଏହା ପରେ Proceed କ୍ଲିକ କରନ୍ତୁ। ଏବେ ଆପଣଙ୍କ ଷ୍ଟାଟସ ଆସିଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.