ଖୋର୍ଦ୍ଧା ପୁବୁସାହି ଜୟମଙ୍ଗଳ ରାସ୍ତା ନିକଟରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହରେ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ୍

ଖୋର୍ଦ୍ଧା: ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ପୁବୁସାହି ଜୟମଙ୍ଗଳ ରାସ୍ତାରେ ଆଜି ସକାଳୁ ଏକ ମୃତଦେହ ପଡିଥିବାର ଦେଖାଯାଇଥିଲା । ମୃତକ  ସେହି ଗାଁର ଗଗନ ବେହେରା ନାମକ ଜଣେ ବ୍ଯକ୍ତି ବୋଲି ଜଣାପଡିଛି । ସମ୍ପତ୍ତି ଭାଗବଣ୍ଟାକୁ ନେଇ ନିଜ ପରିବାର ମଧ୍ଯରେ କିଛି ଦିନ ଧରି ଗଣ୍ଡଗୋଳ ଲାଗିରହିଥିଲା । ମୃତଦେହ ପାଖରେ ଗଗନଙ୍କ ଗାଡି ପଡିଥିବାବେଳେ ପୋଲିସ୍ ଖବର ପାଇଁ ଘଟଣାସ୍ଥଳରେ ପହଁଚି ମୃତଦେହକୁ ଜବତ କରିଛି । ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡିଥିବାବେଳେ ପୋଲିସ୍ ଏନେଇ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.