ଗର୍ଭବତୀ ମା’ଠୁ କରୋନା ସଂକ୍ରମିତ ହୋଇପାରେ ଗର୍ଭସ୍ଥ ଶିଶୁ, ICMR ଦେଲା ସୂଚନା

ଗର୍ଭବତୀ ମା’ଠାରୁ ଗର୍ଭସ୍ଥ ଶିଶୁକୁ କରୋନା ସଂକ୍ରମଣର ସମ୍ଭାବନା ରହିଛି। ଏନେଇ ସୂଚନା ଦେଇଛନ୍ତି ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ICMR)। ତେବେ ଗର୍ଭାବସ୍ଥାରେ ସଂକ୍ରମଣର ଭୟ କେତେ ପ୍ରତିଶତ ରହିଛି ସେ ନେଇ ଏବେ ରିସର୍ଚ୍ଚ ଚାଲିଛି ବୋଲି ଆଇସିଏମଆର ସୂଚନା ଦେଇଛି।

Coronavirus: What we know so far about risks to pregnancy and ...

ରିସର୍ଚ୍ଚ ମୁତାବକ ଭାଇରସର ସଂକ୍ରମଣ ଜନ୍ମ ପୂର୍ବରୁ ଶିଶୁକୁ ହୋଇପାରେ। ଗର୍ଭରେ କିମ୍ବା ପ୍ରସବ ସମୟରେ ଶିଶୁ ସଂକ୍ରମିତ ହେବା ଆଶଙ୍କା ଅଧିକ ରହିଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଭାଇରସ ପାଇଁ ମା’ କ୍ଷୀରର ପରୀକ୍ଷଣ ଏବେ ଯାଏଁ ହୋଇନଥିବା ଜଣାଯାଇଛି।

pregnant

କରୋନା ଭାଇରସ ମହାମାରୀ ବେଳେ ଗର୍ଭବତୀଙ୍କ ପାଇଁ ଗାଇଡ଼ଲାଇନ ଜାରି କରି ICMR କହିଛି ଯେ ଗର୍ଭାବସ୍ଥାରେ କରୋନା ଭାଇରସ ନିମୋନିଆର ମାମଲା ଦେଖିବାକୁ ମିଳିଛି। ମାତ୍ର ଏହା ଏତେ ଗୁରୁତର ନୁହେଁ। ଏଭଳି ମାମଲାରେ ରୋଗୀ ଶୀଘ୍ର ସୁସ୍ଥ ହୋଇଥାଏ। ତେବେ ହୃଦରୋଗ ଥିବା ମହିଳାଙ୍କର କ୍ଷେତ୍ରରେ ଅଧିକ ବିପଦ ରହିଛି। ମାତ୍ର ଗର୍ଭାବସ୍ଥାରେ ଭାଇରସ କେତେ କ୍ଷତି କରିବ ସେନେଇ କୌଣସି ସ୍ପଷ୍ଟ ତଥ୍ୟ ମିଳିପାରିନାହିଁ ବୋଲି ICMR କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.