Below header

କରୋନା ସଂକଟର ନୁହେଁ ସଲ୍ୟୁସନ୍‌, କେବଳ ଲକଡାଉନ୍‌ ଦ୍ୱାରା ଏହି ଯୁଦ୍ଧକୁ ଜିତି ହେବ ନାହିଁ: ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ । କେବଳ ଏକ ପଜ୍‌ ବଟନ୍‌ । କରୋନା ସଂକଟର ନୁହେଁ ସଲ୍ୟୁସନ୍‌ । କେବଳ ଲକଡାଉନ୍‌ ଦ୍ୱାରା ଏହି ଯୁଦ୍ଧକୁ ଜିତି ହେବ ନାହିଁ । ଟେଷ୍ଟିଂ ହିଁ ପ୍ରମୁଖ ଅସ୍ତ୍ର । କୋଭିଡ୍‌-୧୯ ଉପରେ ଏକ ପ୍ରେସମିଟରେ ଏହି କଥା କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ସେ କହିଛନ୍ତି, ଦେଶରେ ଅଧିକ ଟେଷ୍ଟିଂ ସୁବିଧା କରାଯାଉ । ଟେଷ୍ଟିଂ ସଂଖ୍ୟା ବୃଦ୍ଧି ସହ ଏଦିଗରେ କେନ୍ଦ୍ର ସରକାର ଏକ ରଣନୀତି ସହ ଆଗକୁ ବଢ଼ନ୍ତୁ । ବର୍ତ୍ତମାନ ଦେଶ ଏକ ଗମ୍ଭୀର ସ୍ଥିତି ଦେଇ ଗତି କରୁଛି । ଦଳମତ ନିର୍ବିଶେଷରେ ସମସ୍ତେ ଏକ ହୋଇ କାମ କରିବା ଉଚିତ ।

ରାହୁଲ ଗାନ୍ଧି କହିଛନ୍ତି, ଲକ୍‌ଡାଉନ୍‌ ସରିବା ପରେ କରୋନା ସଂକଟର ପ୍ରଭାବ ଦେଖିବାକୁ ମିଳିବ । ବର୍ତ୍ତମାନ ବେରୋଜଗାରୀ ବଢ଼ିଛି । ଏହି ପ୍ରସଙ୍ଗକୁ ସରକାର ଗମ୍ଭୀରତାର ସହ ବିଚାର କରିବା ଆବଶ୍ୟକ । ସେହିପରି କ୍ଷୁଦ୍ର ଶିଳ୍ପଗୁଡ଼ିକ ପାଇଁ ପ୍ୟାକେଜ୍‌ କରନ୍ତୁ ସରକାର । କରୋନା ମୁକାବିଲା କ୍ଷେତ୍ରରେ ସବୁ ରାଜ୍ୟ ସରକାର ଭଲ କାମ କରୁଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟଗୁଡ଼ିକୁ ସେମାନଙ୍କର ପ୍ରାପ୍ୟ ମିଳୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.