Below header

ଦେଶରେ କରୋନା ପାଇଁ ପ୍ରସ୍ତୁତ କରାଗଲା ପ୍ରଥମ ମୋବାଇଲ ଲ୍ୟାବ ଆମ୍ବୁଲାନ୍ସ, ଜାଣନ୍ତୁ କଣ ରହିଛି ସୁବିଧା

କରୋନା ଯୁଦ୍ଧରେ ଜିତିବା ପାଇଁ ଡାକ୍ତରଙ୍କ ଠାରୁ ଆରମ୍ଭ କରି ବୈଜ୍ଞାନିକମାନେ ଦିନରାତି ଲାଗିପଡିଛନ୍ତି । ତେବେ ଏହା ମଧ୍ୟରେ ସ୍ପେନ୍ସର ନାମକ କମ୍ପାନୀ ଏପରି ଏକ ମୋବାଇଲ୍ ଲ୍ୟାବ ଆମ୍ବୁଲାନ୍ସ ପ୍ରସ୍ତୁତ କରିଛି ଯାହା କରୋନା ରୋଗୀ ଏବଂ ଡାକ୍ତରମାନଙ୍କ ପାଇଁ ଅତ୍ୟନ୍ତ ସହାୟକ ହେବ । ଏହି ଲ୍ୟାବ ଆମ୍ବୁଲାନସର ସ୍ଵତନ୍ତ୍ରତା ହେଉଛି ଏଥିରେ ବସିଥିବା ଡାକ୍ତର୍ ସିଧାସଳଖ କାହାର ସଂସ୍ପର୍ଶରେ ଆସିବେ ନାହିଁ । ଏହି ଲ୍ୟାବ ଆମ୍ବୁଲାନ୍ସକୁ ଏପରି ଭାବେ ଡିଜାଇନ୍ କରାଯାଇଛି ଯେ ଏଥିରେ ରୋଗୀ ଡାକ୍ତର୍ ସଂସ୍ପର୍ଶରେ ଆସିବେ ନାହିଁ କିମ୍ବା ଡାକ୍ତର୍ ଓ ମେଡିକାଲର କୌଣସି ଷ୍ଟାଫ୍ ମଧ୍ଯ ରୋଗୀ ସଂସ୍ପର୍ଶରେ ଆସିବେ ନାହିଁ । ଏହାକୁ ପ୍ରସ୍ତୁତ କରିଥିବା ମନିଷ ମାଲିକଙ୍କ କହିବା ଅନୁଯାୟୀ ଏହା କରୋନା ରୋଗୀଙ୍କୁ ଟେଷ୍ଟ କରିବାରେ ସହାୟକ ହେବ ଏବଂ ଏହି ଲ୍ୟାବ ଆମ୍ବୁଲାନ୍ସ ଯେକୌଣସି ହଟସ୍ପଟକୁ ମଧ୍ଯ ଯାଇପାରିବ ।

ସୁଚନା ଅନୁଯାୟୀ ସ୍ପେନ୍ସର୍ କମ୍ପାନୀ ଇଟାଲିର ଏକ କମ୍ପାନୀ ଅଟେ ଯାହାକି ସ୍ପେଶିଆଲାଇଜଡ ଆମ୍ବୁଲାନ୍ସ ପାଇଁ କାମ କରିଥାଏ । ଏହି ମୋବାଇଲ ଲ୍ୟାବ ଆମ୍ବୁଲାନ୍ସରେ ହେଲଥକେୟାର ଷ୍ଟାଫଙ୍କ ପାଇଁ PPE ଶୁଟ୍ ଓ ଶାର୍ପ କଣ୍ଟେନର ସହିତ ଅନ୍ୟାନ୍ୟ ସୁବିଧା ମଧ୍ଯ ରହିଛି ଯାହାକି ଗୋଟିଏ ଆମ୍ବୁଲାନ୍ସ ଭିତରେ ରହିଥାଏ ।

ଏହି ଭ୍ୟାନ୍ ଯେକୌଣସି ସ୍ଥାନକୁ ମଧ୍ଯ ଯାଇପାରିବ ଏବଂ ଯେକୌଣସି ହଟସ୍ପଟରେ ଅତି ସହଜରେ ପହଞ୍ଚି ପାରିବ । କମ୍ପାନୀର କହିବା ଅନୁଯାୟୀ ବର୍ତ୍ତମାନ୍ ଅନେକ୍ ସ୍ଥାନରୁ ଏହି ଲ୍ୟାବ ଆମ୍ବୁଲାନ୍ସ ପାଇଁ ଅର୍ଡର ଆସୁଛି । ଦିଲ୍ଲୀ ସରକାରଙ୍କ ବ୍ୟତୀତ ଅନ୍ୟ ରାଜ୍ୟର ସରକାରଙ୍କ ସହିତ ମଧ୍ଯ ଏନେଇ ଆଲୋଚନା ଚାଲିଛି । ଯଦି କୌଣସି ସରକାର ଚାହାଁନ୍ତି ତାହେଲେ ଏହି ଟିମ ମୋବାଇଲ ଲ୍ୟାବ ଆମ୍ବୁଲାନ୍ସ ତିଆରି କରିବା ପାଇଁ ପ୍ରସ୍ତୁତ ଅଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.