କରୋନା ସଙ୍କଟ ସମୟରେ ମିଡିଆକୁ ସାହାଯ୍ୟ କରିବା ପାଇଁ ଫଣ୍ଡ ଘୋଷଣା କଲା ଗୁଗଲ୍

କରୋନା ଭାଇରସ୍ ମହାମାରୀ ସତ୍ତ୍ୱେ ମଧ୍ଯ ନିଜର ସମସ୍ତ କାର୍ଯ୍ୟ ଜାରି ରଖିବା ପାଇଁ ସଂଘର୍ଷ କରୁଥିବା ସ୍ଥାନୀୟ ମିଡିଆ ପ୍ରତିଷ୍ଠାନକୁ ସାହାଯ୍ୟ କରିବା ପାଇଁ ପ୍ରସିଦ୍ଧ ଇଣ୍ଟରନେଟ କମ୍ପାନୀ ଗୁଗଲ୍ ଆପାତ କୋଷ ବା ଫଣ୍ଡ ଆରମ୍ଭ କରିବାକୁ ଯାଉଛି । ଯଦିଓ ଗୁଗଲ୍ ଏହି ରାଶିର ପରିମାଣ ଘୋଷଣା କରିନାହିଁ କିନ୍ତୁ ସେ ସମସ୍ତ ଛୋଟ ମିଡିଆଠୁ ନେଇ ବଡ ମିଡିଆ ପ୍ରତିଷ୍ଠାନକୁ ଆର୍ଥିକ ସାହାଯ୍ୟ କରିବ ବୋଲି ଘୋଷଣା କରିଛି ।

ତେବେ କମ୍ପାନୀ ଏହି ଘୋଷଣା ସେହି ସମୟରେ କରିଛି ଯେତେବେଳେ କରୋନା ପାଇଁ ବିଜ୍ଞାପନର ଅଭାବ ଏବଂ କାମ କରିବାରେ ଅସୁବିଧା ହେତୁ ମିଡିଆ ପ୍ରତିଷ୍ଠାନ ଗୁଡିକ ଅନେକ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଗୁଗଲ୍ ନ୍ୟୁଜ ଉପାଧ୍ୟକ୍ଷ ରିଚାର୍ଡ ଗୀଙ୍ଗରାସଙ୍କ କହିବା ଅନୁଯାୟୀ ସମୟକୁ ସମୟ ସମସ୍ତ ଘଟଣା ସହ ଯୋଡ଼ି ହୋଇ ରହିବା ପାଇଁ ମିଡିଆ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ଅଟେ । ଏହାସହିତ ସେ କହିଥିଲେ ଯେ ଆଜିର ସମୟରେ ମିଡିଆ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏହା ଲୋକମାନଙ୍କୁ ଲକ୍ ଡାଉନ୍ ବା ବନ୍ଦ ହୋଇ ରହିବା ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଥାଏ ।

ଏଭଳି ସଂକଟ ସମୟରେ ମିଡିଆ ପ୍ରତିଷ୍ଠାନ ଗୁଡିକ ଲୋକଙ୍କ ପାଖରେ କିପରି ଜରୁରୀ ସୂଚନା ପହଞ୍ଚାଇ ପାରିବେ ସେଥିପାଇଁ ଏହି କୋଷ ବା ଫଣ୍ଡର ବ୍ୟବସ୍ଥା କରାଯାଇଛି । ଏଥିପାଇଁ 29 ଏପ୍ରିଲ ମଧ୍ୟରେ ମିଡିଆ ପ୍ରତିଷ୍ଠାନ ଗୁଡିକୁ ଆବେଦନ କରିବା ପାଇଁ କୁହାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.