ମାନ୍ଦା ଅର୍ଥନୀତିକୁ ନେଇ ଚିନ୍ତା, ଅର୍ଥମନ୍ତ୍ରୀ କହିଲେ ଆମେରିକା ଓ ଚୀନ୍‌ ବିବାଦରୁ ପ୍ରଭାବିତ ହୋଇଛି ଭାରତର ଆର୍ଥିକ ସ୍ଥିତି

ବିଶ୍ୱର ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ ଭାରତ ଉପରେ ପଡିଛି। କିନ୍ତୁ ଭାରତର ଆର୍ଥିକ ଅବସ୍ଥା ଆମେରିକା ଓ ଚୀନଠାରୁ ଭଲ ଅଛି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆମେରିକା ଓ ଚୀନର ବାଣିଜ୍ୟିକ ପ୍ରତିଯୋଗିତା ଭାରତର ଆର୍ଥିକ ଅବସ୍ଥାକୁ ପ୍ରଭାବିତ କରିଛି। ଏହା ସତ୍ୱେ ଭାରତର ଆର୍ଥିକ ସଂସ୍କାର ପ୍ରକ୍ରିୟା ଦ୍ରୁତ ଗତିରେ ଆଗକୁ ବଢୁଛି। ଟିକସ ସଂସ୍କାରଠାରୁ ଆରମ୍ଭ କରି ଶ୍ରମିକ ଆଇନରେ ସଂସ୍କାର ସହ ପରିବେଶ ମଂଜୁରୀ ଲାଗି ଥିବା ନିୟମକୁ ସରଳୀକରଣ କରାଯାଇଛି। ଜିଏସଟି ଆଇନ ମଧ୍ୟ ସରଳ ହୋଇଛି। ବ୍ୟବସାୟୀ ଯେପରି ହଇରାଣ ନହୁଅନ୍ତି, ସେଥିପାଇଁ ସରକାର ଦୃଷ୍ଟି ଦେଉଥିବା କହିଛନ୍ତି ସୀତାରମଣ।  ଆର୍ଥିକ ମାନ୍ଦାବାସ୍ଥାକୁ ଦୃଷ୍ଟିରେ ରଖି ସରକାର କେତେକ ପଦକ୍ଷେପ ସଂପର୍କରେ ଆଜି ଘୋଷଣା କରିଛନ୍ତି। ଏଣିକି କଂପାନୀଗୁଡିକର ସିଏସଆର ସଂପର୍କିତ ଅନିୟମିତତା ଅପରାଧ ଶ୍ରେଣୀଭୁକ୍ତ ହେବ ନାହିଁ। ଏହି ଅନିୟମିତତାକୁ ସିଭିଲ ମ୍ୟାଟର ବୋଲି ଧରାଯିବ। ସେହିପରି ଆସନ୍ତା ଅକ୍ଟୋବର ପହିଲାରୁ ଆଇଟି ସଂପର୍କିତ ଅର୍ଡର, ସମନ ସବୁ ସେଣ୍ଟ୍ରାଲାଇଜ ହେବ। କ୍ୟାପିଟାଲ ଗେନ୍‌ ଓ ଫରେନ ପୋର୍ଟଫୋଲିଓ ଇନ୍‌ଭେଷ୍ଟର(ଏଫପିଆଇ)ରୁ ସରଚାର୍ଜ ପ୍ରତ୍ୟାହୃତ କରିବାକୁ ଘୋଷଣା କରିଛନ୍ତି ସୀତାରମଣ। ସେହିପରି ବଜାରରେ ତରଳତା ଦୂର କରିବାକୁ ବ୍ୟାଙ୍କଗୁଡିକ ଗ୍ରାହକଙ୍କୁ ସରଳ ଓ ସହଜ ଋଣ ଯୋଗାଇ ଦେବା ନେଇ ସରକାର କିଛି ନୂଆ ପଦକ୍ଷେପ ନେଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.