ବସରୁ ଓହ୍ଲାଇବା ପରେ ରାସ୍ତାରେ ସନ୍ତାନ ଜନ୍ମ କଲେ ମହିଳା, ସ୍ଥାନୀୟ ମହିଳା କଲେ ସାହାଯ୍ୟ

ରାସ୍ତା ମଝିରେ ପ୍ରସବ କଲେ ମହିଳା। ବ୍ରହ୍ମପୁର ସହରର କୋର୍ଟପେଟା ଛକ ରାସ୍ତାରେ ଏହି ଘଟଣା ଘଟିଛି। ପାତ୍ରପୁର ବ୍ଲକ ସାମନ୍ତିଆପଲ୍ଲୀ ଅଞ୍ଚଳର ଜଣେ ଗର୍ଭବତୀ ମହିଳା ପ୍ରସବ ପାଇଁ ବ୍ରହ୍ମପୁର ବଡ ମେଡିକାଲ ଆସୁଥିଲେ। ଛକରେ ବସ୍ରୁ ଓହ୍ଲାଇବା ପରେ ତାଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା। ସ୍ଥାନୀୟ କିଛି ମହିଳା ତୁରନ୍ତ ତାଙ୍କୁ ସହଯୋଗ କରିଥିଲେ। ରାସ୍ତାରେ ଏକ କନ୍ୟା ସନ୍ତାନକୁ ମହିଳା ଜଣକ ଜନ୍ମ ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚିଥିଲା। ଜଣେ ମେଡିକାଲ କଲେଜର ଡାକ୍ତର ସ୍ମୃତିରଞ୍ଜନ ପଟ୍ଟନାୟକ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଦେଖିବା ସହ ତାଙ୍କୁ ବଡ ମେଡିକାଲକୁ ପଠାଇଥିଲେ। ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ଭଲ ଅଛି ବୋଲି ମେଡିକାଲ ଅଧୀକ୍ଷକ ପ୍ରଫେସର ଚରଣ ପଣ୍ଡା କହିଛନ୍ତି।.