ଆରଏସଏସ ବିରୋଧୀ ମନ୍ତବ୍ୟ ଦେଇ ବିବାଦରେ ଗାନ୍ଧୀବାଦୀ ପ୍ରଚାରକ କୁମାର ପ୍ରଶାନ୍ତ, ଥାନାରେ ରୁଜୁ ହେଲା ମାମଲା

ଅଡୁଆରେ ଗାନ୍ଧୀବାଦୀ ପ୍ରଚାରକ କୁମାର ପ୍ରଶାନ୍ତ । ଆରଏସଏସ ବିରୋଧୀ ମନ୍ତବ୍ୟ ଦେଇ ବିବାଦରେ ଫସିଛନ୍ତି । ଓଡ଼ିଶା ଗସ୍ତରେ ଥିବା କୁମାର ପ୍ରଶାନ୍ତ ଭାଷଣରେ କହିଥିଲେ ଆରଏସଏସର ଦେଶ ସ୍ୱାଧୀନତା ସଂଗ୍ରାମରେ ଭୂମିକା ନଥିଲା । ଏନେଇ ଅଭିଯୋଗ ଉପରେ କୁମାର ପ୍ରଶାନ୍ତ କହିଛନ୍ତି, ସେ ଯାହା କହିଛନ୍ତି ତାହା ଇତିହାସରେ ଲେଖାଅଛି । ତାଙ୍କୁ ଏଫଆଇଆର ଭୟ ଦେଖାଇ କେହି ଚୁପ୍‌ କରିପାରିବେ ନାହିଁ । ଗିରଫ ହେବାକୁ ପ୍ରସ୍ତୁତ ଥିବା କହିଛନ୍ତି କୁମାର ପ୍ରଶାନ୍ତ ।

ଆରଏସଏସକୁ ନିନ୍ଦିତ କରିବା ଅଭିଯୋଗରେ ଫୁଲବାଣୀ ଟାଉନ ଥାନାରେ କୁମାର ପ୍ରଶାନ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ଆଡଭୋକେଟ ଭଗବାନ ମହାନ୍ତି । ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଅଧ୍ୟକ୍ଷ କୁମାର ପ୍ରଶାନ୍ତଙ୍କ ବିରୋଧରେ ଆଇନଗତ କାଯ୍ୟାର୍ନୁଷ୍ଠାନ ପାଇଁ ଦାବି କରିଛନ୍ତି । ସେ କହିଛନ୍ତି, ଦେଶ ବିରୋଧରେ ଏହା ଷଡଯନ୍ତ୍ର । ତେଣୁ ତାଙ୍କୁ ତୁରନ୍ତ ଗିରଫ କରାଯାଉ। ସାରା ଦେଶରେ ମହାତ୍ମାଗାନ୍ଧୀଙ୍କ ୧୫୦ତମ ବାର୍ଷିକୀ ପାଳନ କରାଯାଉ ଥିବା ବେଳେ ବାପୁଙ୍କର ଜୀବନ ଓ ଦର୍ଶନ ଉପରେ ପ୍ରଚାର ପାଇଁ କୁମାର ପ୍ରଶାନ୍ତ ଓଡ଼ିଶା ଗସ୍ତରେ ଅଛନ୍ତି । ଏହି ବିବାଦ ଆଗକୁ କେଉଁ ମୋଡ ନେଉଛି ତାହା ଉପରେ ସମସ୍ତ ଙ୍କ ନଜର ରହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.