ଭାରତୀୟ ମୁଦ୍ରା: ଜାଣନ୍ତୁ କାହିଁକି ‘ମେଁ ଧାରକ କୋ..ରୁପେୟା ଅଦା କରନେ କା ବଚନ ଦେତା ହୁଁ’, ଲେଖାଯାଇଥାଏ ସବୁ ଭାରତୀୟ ନୋଟରେ

ସମସ୍ତେ ପ୍ରାୟ ନୋଟ୍ ଦେଖିଥିବେ ଓ ଏହାକୁ ବ୍ୟବହାର କରୁଥିବେ। ଯଦି ଆପଣ କେବେ ମଧ୍ୟ ଧ୍ୟାନ ଦେଇଛନ୍ତି, ତେବେ ଆପଣ ଜାଣିଥିବେ ଯେ ନୋଟ୍ ଉପରେ ୧୦ ଟଙ୍କା ରୁ ୨୦୦୦ ଟଙ୍କା ଉପରେ ଏକ ବିଶେଷ ବାକ୍ୟ ଲେଖାଯାଇଛି। ଯାହା ହେଉଛି ‘ମେଁ ଧାରକ କୋ… ରୁପେୟା ଅଦା କରନେ କା ବଚନ ଦେତା ହୁଁ’, ଅର୍ଥାତ ଧାରକକୁ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛି’। କିନ୍ତୁ ଏହାର ଅର୍ଥ କ’ଣ ଆପଣ କେବେ ଚିନ୍ତା କରିଛନ୍ତି କି? ଯଦି ଏହା ଲେଖା ହୋଇନଥାନ୍ତା ତେବେ କଣ ହୋଇଥାନ୍ତା ? ଆସନ୍ତୁ ଏହାର କାରଣ ଜାଣିବା। ଭାରତରେ ସମସ୍ତ ନୋଟ୍ ତିଆରି ଏବଂ ବିତରଣ କରିବାର ଦାୟିତ୍ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ଉପରେ ରହିଛି।

ଧାରକଙ୍କୁ ଆତ୍ମବିଶ୍ୱାସ ଦେବା ପାଇଁ ରିଜର୍ଭ ବ୍ୟାଙ୍କ ଏହି ପ୍ରତିଶ୍ରୁତି ନୋଟ୍ ଉପରେ ଲେଖିଛି। ଏହାର ଅର୍ଥ ହେଉଛି ଆପଣଙ୍କ ସହିତ ଥିବା ନୋଟର ମୂଲ୍ୟ, ସମାନ ମୂଲ୍ୟର ସୁନା RBI ପାଖରେ ରିଜର୍ଭ ଅଛି। ତେବେ ଏକ ଗ୍ୟାରେଣ୍ଟି ଅଛି ଯେ ୧୦୦ କିମ୍ବା ୨୦୦ ଟଙ୍କିଆ ନୋଟ୍ ପାଇଁ ଧାରକଙ୍କ ୧୦୦ କିମ୍ବା ୨୦୦ ଟଙ୍କାର ଦାଇତ୍ୱ ଅଛି।

ତେବେ ୧ ଟଙ୍କିଆ ନୋଟ୍ ପାଇଁ RBI ର ହସ୍ତାକ୍ଷର ନଥାଏ। ଭାରତରେ ୧ ଟଙ୍କାରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ନୋଟ୍ ପ୍ରଚାରରେ ଅଛି। ଏହି ସମସ୍ତ ନୋଟଗୁଡ଼ିକର ମୂଲ୍ୟ ପାଇଁ ଦାୟିତ୍ୱରେ ଅଛନ୍ତି ଆରବିଆଇ ଗଭର୍ଣ୍ଣର। କେବଳ ଗୋଟିଏ ଏକ ଟଙ୍କିଆ ନୋଟ୍ ବ୍ୟତୀତ ଅନ୍ୟ ସମସ୍ତ ନୋଟରେ ଆରବିଆଇ ଗଭର୍ଣ୍ଣରଙ୍କ ଦସ୍ତଖତ ରହିଛି। ଏଥି ସହିତ ଗୋଟିଏ ଟଙ୍କିଆ ନୋଟରେ ଭାରତର ଅର୍ଥ ସଚିବଙ୍କ ଦସ୍ତଖତ ରହିଛି। ଆପଣ ନିଶ୍ଚୟ ଧ୍ୟାନ ଦେଇଥିବେ ଯେ ୧୦୦, ୨୦୦, ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟଗୁଡ଼ିକର ପାର୍ଶ୍ୱରେ ସ୍ଲିଣ୍ଟିଂ ଲାଇନ ଅଛି। ଏମାନଙ୍କୁ ‘ବ୍ଲିଡ ମାର୍କ’ ବୋଲି କୁହାଯାଏ। ଏହି ମାର୍କ ଦୃଷ୍ଟିହୀନମାନଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ରଖା ଯାଇଛି। ନୋଟ୍ ଉପରେ ଏହି ରେଖାଗୁଡ଼ିକୁ ସ୍ପର୍ଶ କରି, ସେମାନେ କେତେ ଟଙ୍କା ନୋଟ୍ ତାହା କହିପାରିବେ। ସେଥିପାଇଁ ୧୦୦, ୨୦୦, ୫୦୦ ଏବଂ ୨୦୦୦ ର ନୋଟରେ ବିଭିନ୍ନ ସଂଖ୍ୟକ ରେଖା ପ୍ରସ୍ତୁତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.