Below header

ଭି-ସେପ୍ ରିକଭରି ରାସ୍ତାରେ ଭାରତୀୟ ଅର୍ଥନୀତି

କେନ୍ୟୁଜ୍(ବ୍ୟୁରୋ): ଭି-ସେପ୍ ରିକଭରି ରାସ୍ତାରେ ଭାରତୀୟ ଅର୍ଥନୀତି । ସଙ୍କୋଚନରୁ ସମ୍ପ୍ରସାରଣ। ନେଗେଟିଭ୍ ଜୋନ୍‌ରୁ ପଜିଟିଭି ଜୋନ୍ । ୨୦୨୦-୨୧ ଆର୍ଥିକ ବର୍ଷର ତୃତୀୟ କ୍ୱାର୍ଟର ଅର୍ଥାତ ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ମାସର ଅଭିବୃଦ୍ଧି ୦.୪% ରହିଛି। ପ୍ରଥମ କ୍ୱାର୍ଟରରେ ଜିଡିପି ମାଇନସ ୨୩.୯% ଓ ଦ୍ୱିତୀୟ କ୍ୱାଟରରେ ଜିଡିପି -୭.୫ % ପ୍ରତିଶତ ରହିଥିଲା।

ପ୍ରଥମ ଦୁଇଟି କ୍ୱାର୍ଟର ଅଭିବୃଦ୍ଧି ନେଗେଟିଭ୍ ରହିବା ପରେ ଏବେ ଅଭିବୃଦ୍ଧି ରହିଛି ୦.୪ ପ୍ରତିଶତ। ଆଜି ସଦ୍ୟ ପ୍ରକାଶିତ ତଥ୍ୟ ମୁତାବକ ଦେଶରେ ଚଳିତ ଆର୍ଥିକ ବର୍ଷର ଅଭିବୃଦ୍ଧି ମାଇନସ ୮ ପ୍ରତିଶତ ରହିବ। ଉତ୍ପାଦନ କ୍ଷେତ୍ର ଅଭିବୃଦ୍ଧି ୧.୬%, ବିଦ୍ୟୁତ୍ କ୍ଷେତ୍ର ଅଭିବୃଦ୍ଧି ୭.୩%, ନିର୍ମାଣ କ୍ଷେତ୍ର ଅଭିବୃଦ୍ଧି ୬.୨%, କୃଷି ଅଭିବୃଦ୍ଧି ୩.୯%, ବାଣିଜ୍ୟ ଓ ହୋଟେଲ ଶିଳ୍ପ କ୍ଷେତ୍ରରେ ମାଇନସ ୭.୭% , ଶିଳ୍ପ ଅଭିବୃଦ୍ଧି ୨.୭% ଓ ସେବାକ୍ଷେତ୍ର ମାଇନସ ୧% ପ୍ରତିଶତ ଅଭିବୃଦ୍ଧି ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.