ଛୋଟ ଡ୍ରେସ ଓ ଚପ୍ପଲରେ ଗଣେଶ ପ୍ରତିମାଙ୍କ ସହ ପୂଜା ବାତ୍ରାଙ୍କ ଫଟୋ ପୋଜ୍‌ ଦେଖି ରାଗିଲେ ଲୋକେ, ଶୁଣାଇଲେ ଏମିତି କଥା

ଅଭିନେତ୍ରୀ ପୂଜା ବାତ୍ରା ନିଜର ସୋସିଆଲ୍‌ ମିଡ଼ିଆ ଆକାଉଣ୍ଟରେ ଛାଡିଥିବା ଏକ ଫଟୋ ପୋଜ୍‌କୁ ନେଇ ଲୋକେ ରାଗି ନିଆଁ ବାଣ ହୋଇଛନ୍ତି । ରେଷ୍ଟୁରାଣ୍ଟରେ ଲାଗିଥିବା ଭଗବାନ ଗଣେଶଙ୍କ ପ୍ରତିମା ନିକଟରେ ପୂଜା ଚପ୍ପଲ ପିନ୍ଧି ଏହି ଫଟୋ ପୋଜ୍‌ ଦେଇଥିଲେ । ଲୋକେ ପୂଜାଙ୍କ ଏପରି ଛୋଟ ଡ୍ରେସ୍‌ ପିନ୍ଧି ଗଣେଶଙ୍କ ସହ ଦେଇଥିବା ଫଟୋ ପୋଜ୍‌କୁ ନାପସନ୍ଦ କରିଛନ୍ତି । ଏଥିସହ ଗୋଡ଼ରେ ଚପ୍ପଲ ପିନ୍ଧିବାକୁ ନେଇ ପୂଜାଙ୍କ ଉପରେ ରାଗି ଲାଲେଲାଲ୍‌ ହୋଇଛନ୍ତି ଲୋକେ ।

ପୂଜା ବାତ୍ରା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଛାଡ଼ିଥିବା ଫଟୋରେ ମଡର୍ଣ୍ଣ ଡ୍ରେସ ପିନ୍ଧିଥିବାର ନଜର ଆସିଛନ୍ତି । ରେଷ୍ଟୁରାଣ୍ଟରେ ଲାଗିଥିବା ଏହି ଗଣେଶଙ୍କ ମୂର୍ତ୍ତିକୁ ତାରିଫ କରିବା ସହ ଗୋଡ଼ରେ ଚପ୍ପଲ ପିନ୍ଧିଥିବା ଦେଖିବାକୁ ମିଳିଛନ୍ତି । ଜଣେ ୟୁଜର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ‘ପାଦରେ ଚପଲ ପିନ୍ଧି ଦର୍ଶନ କରନ୍ତି ନାହିଁ ।’

ଆଉ ଜଣେ ୟୁଜର ଲେଖିଛନ୍ତି ‘ ଯଦି ଫଟୋ ଉଠାଇବାର ଥିଲା ପାଦରୁ ଚପ୍ପଲ କାଢ଼ିଦେବାର ଥିଲା ।’ ଆଉ ଜଣେ କହିଛନ୍ତି ‘ ଏମିତି ଡ୍ରେସ ପିନ୍ଧି ଗଣେଶଜୀଙ୍କୁ ଅପମାନ କରିଛନ୍ତି ।’ ଏମିତି ଅନେକ ୟୁଜର ବିଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି । ପୂଜା ଖୁବ୍‌ ଶୀଘ୍ର ସଲ୍‌ମାନ୍‌ ଖାନ୍‌ ଙ୍କ ଫିଲ୍ମ ‘ଦବଙ୍ଗ ୩’ ରେ ନଜର ଆସିବେ ବୋଲି ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.