କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଜାରି କଲା ମାର୍ଚ୍ଚ ମାସର ଗାଇଡଲାଇନ, ଜାଣନ୍ତୁ କଣ ରହିଛି କଟକଣା

କେନ୍ୟୁଜ୍(ବ୍ୟୁରୋ):  କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାର୍ଚ୍ଚ ମାସର ଗାଇଡଲାଇନ  ଜାରି କଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ।  ଗାଇଡଲାଇନ୍ ଅନୁଯାୟୀ, ପୂର୍ବଭଳି ଜାରି ରହିବ କଣ୍ଟେନମେଣ୍ଟ ବ୍ୟବସ୍ଥା, ଆଇସୋଲେସନ ଓ ସାବଧାନତା। ନୂଆ ଗାଇଡଲାଇନରେ  ଟିକାକରଣ ତ୍ୱରାନ୍ୱିତ କରିବାକୁ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ।

 ଗାଇଡଲାଇନ ଅନୁଯାୟୀ:

  •  ପୂର୍ବଭଳି ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ନିୟମ ବଳବତ୍ତର ରହିବ ।
  • କୋଭିଡ୍ ଗାଇଡଲାଇନକୁ ପାଳନ କରି ସ୍କୁଲ କଲେଜ୍ ଚାଲିବ ।
  • କ୍ଲାସରୁମରେ ଛାତ୍ରଛାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରହିବ।
  • ସେହିପରି ୫୦ ପ୍ରତିଶତ ଦର୍ଶକରେ ସିନେମା ହଲ୍ ଚାଲିପାରିବ।
  • ବାହାଘର ଏବଂ ଅନ୍ତିମ ଯାତ୍ରାରେ ସମସ୍ତେ ମାସ୍କ ପିନ୍ଧିବେ ଏବଂ ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ।

ତେବେ ଫେବ୍ରୁଆରି ମାସରେ ଯେଉଁ ଗାଇଡଲାଇନ୍ ଜାରି ହୋଇଥିଲା, ତାକୁ ମାର୍ଚ୍ଚ ୩୧ ଯାଏ ବଳବତ୍ତର ରଖିଛନ୍ତି କେନ୍ଦ୍ର ସରକାର।