କ୍ରିକେଟ୍‌ରୁ ଅବସର ନେଲେ ଅଲ୍‌ରାଉଣ୍ଡର ୟୁସୁଫ୍ ପଠାନ୍, ପୂରା ଭାରତକୁ ଟ୍ଵିଟ୍ କରି ଜଣାଇଲେ ଧନ୍ୟବାଦ

କେନ୍ୟୁଜ୍(ବ୍ୟୁରୋ):  କ୍ରିକେଟ୍‌ରୁ ଅବସର ନେଲେ ଅଲ୍‌ରାଉଣ୍ଡର ୟୁସୁଫ୍ ପଠାନ୍ । କ୍ରିକେଟ୍‌ର ସବୁ ଫର୍ମାଟ୍‌ରୁ ଅବସର ଘୋଷଣା କରିଛନ୍ତି । ପରିବାର, ବନ୍ଧୁ, ପ୍ରଶଂସକ, ଟିମ୍‌, କୋଚ୍ ଓ ପୂରା ଭାରତକୁ ଟ୍ଵିଟ୍ କରି ଧନ୍ୟବାଦ ଜଣାଇଛନ୍ତି । ଭାରତ ପାଇଁ ସେ ୫୭ଟି ଦିନିକିଆ ଓ ୨୨ଟି ଟେ୍ଵଣ୍ଟି-ଟେ୍ଵଣ୍ଟି ମ୍ୟାଚ୍ ଖେଳିଥିଲେ ।

୨୦୦୭ ଟି-ଟେ୍ଵଣ୍ଟି ଓ୍ଵାର୍ଲଡ୍ କପ୍ ବିଜୟୀ ଭାରତୀୟ ଟିମ୍‌ର ସଦସ୍ୟ ଥିଲେ ୟୁସୁଫ୍ ପଠାନ୍ । ୨୦୧୧ ଆଇସିସି ଓ୍ଵାର୍ଲଡ୍ କପ୍ ଟିମ୍‌ରେ ମଧ୍ୟ ସାମିଲ ଥିଲେ । ୨୦୦୭ରେ ଭାରତୀୟ ଟିମ୍‌ରେ ସାମିଲ ହୋଇଥିଲେ ୟୁସୁଫ୍ ପଠାନ୍ । କ୍ରିଟେଟ୍‌ରୁ ଅବସର ଘୋଷଣା ପାଇଁ ଏବେ ସମୟ ଆସିଥିବା କହିଛନ୍ତି ଏହି ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ୍‌। .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.