ଫେରିଲା ଆଇସୋଲେସନ, ୧୨ ରାଜ୍ୟରୁ ଫେରୁଥିବା ଯାତ୍ରୀ ୭ ଦିନ ଗୃହ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ସମ୍ଭାବ୍ୟ ଦ୍ୱିତୀୟ ପର୍ଯ୍ୟାୟ କୋଭିଡ୍ ସଂକ୍ରମଣ ରୋକିବାକୁ ନିୟମ କଡ଼ାକଡ଼ି କର । ଆଜି ଲୋକସେବା ଭବନରୁ ଭିସିରେ ବିଭିନ୍ନ ଜିଲ୍ଲାର କୋଭିଡ୍ ସ୍ଥିତି ସମୀକ୍ଷା କରି ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ସଂକ୍ରମଣ ରୋକିବାକୁ ଗ୍ରାମ ଓ ସହରାଞ୍ଚଳରେ କଟକଣା କଡ଼ାକଡ଼ି ପାଇଁ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗହଳି ସ୍ଥାନ ଗୁଡିକରେ କଟକଣାକୁ କଡାକଡ଼ି କରିବା, ଗ୍ରାମ ଓ ସହରାଞ୍ଚଳରେ ସଚେତନତା କାର‌୍ୟ୍ୟକ୍ରମ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି । ନିୟମ ଉଲ୍ଲଂଘନକାରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ ।

ସେହିପରି  ୧୨ ରାଜ୍ୟରୁ ଫେରୁଥିବା ଯାତ୍ରୀ ୭ ଦିନ ଗୃହ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ । ବିମାନବନ୍ଦର ଓ ରେଳ ଷ୍ଟେସନରେ କରାଯିବ ଥର୍ମାଲ ସ୍କ୍ରିନିଂ । ଲକ୍ଷଣ ଜଣାପଡିଲେ ହେବ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ । ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.