ଆପଣ ଚାହା ପିଇବା ପରେ ପିଉନାହାଁନ୍ତି ତ ପାଣି, ହୋଇପାରେ ଶରୀରର ଏମିତି କ୍ଷତି

କଡ଼ା ଚା’ ଏକ କପ୍‌ ପିଇବା ପରେ ଶରୀରରେ ଫୂର୍ତ୍ତି ଆସିଥାଏ । ତେବେ ଏହା ଶରୀର ପାଇଁ କ୍ଷତିକାରକ ମଧ୍ୟ ହୋଇପାରେ । ଯଦି ଆପଣ ଚା’ ପିଇବା ପରେ ପାଣି ପିଉଛନ୍ତି । ବେଳେ ବେଳେ ଦେଖାଯାଏ ଲୋକେ ଚା’ ପିଇବାର ୧୦-୧୫ ମିନିଟ୍‌ ପରେ ପାଣି ପିଇ ଦିଅନ୍ତି । କିନ୍ତୁ ଗରମ ଚା’ ଓ ଥଣ୍ଡା ପାଣିର ସଂଯୋଗ କେବଳ ଦାନ୍ତ ପାଇଁ ନୁହେଁ ପେଟ ପାଇଁ ମଧ୍ୟ ହାନିକାରକ ହୋଇଥାଏ । ଆସନ୍ତୁ ଜାଣିବା ଗରମ ଚା’ ପରେ ଥଣ୍ଡା ପାଣି ପିଇଲେ କ’ଣ କ୍ଷତି ହୋଇଥାଏ ।

ଏକ୍ସପର୍ଟଙ୍କ କହିବା ଅନୁଯାୟୀ, ଏକ କପ୍‌ ଚା’ରେ ପ୍ରାୟ ୫୦ ମି.ଗ୍ରା କେଫିନ୍‌ ରହିଥାଏ । ଯାହାଦ୍ୱାରା ଶୀଘ୍ର ପରିସ୍ରା ଲାଗିଥାଏ । ଯେଉଁଥି ପାଇଁ ଶରୀରରେ ପାଣି କମିଯାଇଥାଏ ।

heart failure
photo credit: punjabkesari.in

ଚା’ ପିଇବାର କେତେ ସମୟ ପରେ ପାଣି ପିଇବା କଥା

ଚା’ ବା କୌଣସି ବି ଗରମ ପଦାର୍ଥ ପିଇବା ପରେ ପାଣି ପିଇବା କଥା ନୁହେଁ । ଦୀର୍ଘଦିନ ପାଇଁ ଏହି ଅଭ୍ୟାସ ଜାରି ରହିଲେ ଏହା ଶରୀରର ବହୁତ କ୍ଷତି ଘଟାଇଥାଏ । ସାଧାରଣତଃ ଗରମ ପାନୀୟ ପିଇବାର ଅତି କମରେ ୧୫ ରୁ ୨୦ ମିନିଟ୍‌ ପରେ ଆବଶ୍ୟକ ପଡ଼ିଲେ ପାଣି ପିଇ ପାରିବେ ।

ଚା’ ପିଇବା ପରେ ଯଦି ପିଉଛନ୍ତି ପାଣି ହୋଇପାରେ ଏମିତି ରୋଗ

ଚା’ ପିଇବାର ପରେ ପରେ ଯଦି ଆପଣ ପାଣି ପିଉଛନ୍ତି ତେବେ ଆପଣଙ୍କ ପେଟରେ ଅଲ୍‌ସର (ଘା) ହୋଇପାରେ । ଏଥି ସହ ନାକରୁ ରକ୍ତ ବି ପଡ଼ିପାରେ । ଗରମ ଓ ଥଣ୍ଡା ମିଶ୍ରଣରେ ଆପଣଙ୍କୁ ସର୍ଦ୍ଦି ମଧ୍ୟ ହୋଇପାରେ । ଏହାଛଡ଼ା ଆପଣଙ୍କ ଗଳା ମଧ୍ୟ ବସିପାରେ । ସବୁଠୁ ବଡ଼ ମାରାତ୍ମକ ହେଉଛି ଏହାଦ୍ୱାରା ଆପଣଙ୍କ ହାର୍ଟ ବି ଫେଲୁଅର୍‌ ହୋଇପାରେ ।

ଚା’ ପିଇବା ପୂର୍ବରୁ ପିଅନ୍ତୁ ପାଣି

କମ୍‌ ସେ କମ୍‌ ଚା’ ପିଇବାର ୩୦ ରୁ ୧୫ ମିନିଟ୍‌ ପୂର୍ବରୁ ପାଣି ପିଅନ୍ତୁ । ଯେତେବେଳେ ଆପଣ ଚା’ କିମ୍ବା କଫି ପିଇବାର ପୂର୍ବରୁ ୧ ଗ୍ଲାସ ପାଣି ପିଉଛନ୍ତି ତାହାଲେ ଆପଣଙ୍କ ପେଟରେ ଗ୍ୟାସ, ଏସିଡିଟି, କ୍ୟାନ୍‌ସର ଓ ଅଲ୍‌ସର ହେବାର ଭୟ ନଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.