ଇଣ୍ଡିଆନ ଅଏଲରେ ୪୬୯ ପଦବୀରେ ବମ୍ପର ନିଯୁକ୍ତି, ଜଲଦି କରନ୍ତୁ ଆବେଦନ

ଅଏଲ୍‌ ଇଣ୍ଡିଆ ଲିମିଟେଡ (IOCL) ରେ ପାଇପଲାଇନ ଡିଭିଜନରେ ଅପରେଣ୍ଟିସ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଗ୍ରହଣ କରୁଛି। ଆବେଦନ ମୁତାବକ ଟ୍ରେଡ ଅପରେଣ୍ଟିସ, ଟେକ୍ନିସିଆନ ଏବଂ ଡାଟା ଏଣ୍ଟ୍ରି ଅପରେଟର ସହିତ ୪୬୯ ପଦବୀ ଖାଲିପଡିଛି। ଏହି ପଦବୀରେ ନିଯୁକ୍ତି ପାଇଁ ଅନଲାଇନ୍‌ ମାଧ୍ୟମରେ ଆବେଦନ କରାଯିବ। ଯେଉଁ ପ୍ରାର୍ଥୀମାନେ ଚାକିରି କରିବା ପାଇଁ ଇଛୁକ, ସେମାନେ ଅଏଲ ଇଣ୍ଡିଆ ଲିମିଟେଡର ଅଧିକାରିକ ୱେବସାଇଟରେ ଜାରି କରାଯାଇଥିବା ଅଧିସୂଚନାକୁ ଭଲଭାବେ ପଢନ୍ତୁ।

ପଦବୀ ବିବରଣୀ: ୪୬୯

ଶିକ୍ଷାଗତ ଯୋଗ୍ୟତା: ଟେକ୍ନସିଆନ ଅପରେଣ୍ଟିସ ପାଇଁ କୌଣସି ମାନ୍ଯତାପ୍ରାପ୍ତ ବୋର୍ଡରୁ +୨ ପାସ୍ ସହିତ ସମ୍ବନ୍ଧିତ ଟ୍ରେଡରେ ଫୁଲ୍ ଟାଇମ୍ ଡିପ୍ଲୋମା କରିଥିବା ଜରୁରୀ। ସେହିପରି ଟ୍ରେଡ ଅପରେଣ୍ଟିସ ପାଇଁ କୌଣସି ମାନ୍ଯତାପ୍ରାପ୍ତ ସଂସ୍ଥାରୁ ଫୁଲଟାଇମ ଗ୍ରାଜୁଏସନର ଡିଗ୍ରୀ ରହିଥିବା ଜରୁରୀ।

ମହତ୍ୱପୂର୍ଣ୍ଣ ତାରିଖ: ଅନଲାଇନ ଆବେଦନର କରିବାର ଶେଷ ତାରିଖ ୨୫ ଅକ୍ଟୋବର ୨୦୨୧ ରହିଛି।

ବୟସ ସୀମା: ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀମାନଙ୍କ ନୁନ୍ୟତମ ବୟସ ସୀମା ୧୮ ବର୍ଷ ଏବଂ ଅଧିକତମ ବୟସ ସୀମା ୨୪ ବର୍ଷ ନିର୍ଦ୍ଧାରିତ କରାଯାଇଛି।

କେମିତି କରିବେ ଆବେଦନ :

ପ୍ରଥମେ ଅଫିସିଆଲ ୱେବସାଇଟକୁ ଯାଆନ୍ତୁ। ତା’ ପରେ ହୋମ ପେଜ୍ ‘ହ୍ବାଟସ ନ୍ଯୁ’ ସେକ୍ସନକୁ ଯାଇ ସମ୍ବନ୍ଧିତ ଅପରେଣ୍ଟିସ ପଦବୀରେ କ୍ଲିକ କରନ୍ତୁ। ତା’ ପରେ ନୂଆ ପେଚରେ ପାଇପଲାଇନ ଡିଭିଜନକୁ ଯାଇ ଅପରେଣ୍ଟିସ ଲିଙ୍କରେ କ୍ଲିକ କରନ୍ତୁ। ଏଠାରେ ଦିଆଯାଇଥିବା ଲିଙ୍କ ବିଜ୍ଞାପନ ଉପରେ ଡାଉନଲୋଡ କରନ୍ତୁ। ଏହାକୁ କ୍ଲିକ କରିବା ପରେ ଆପ୍ଲିକେସନ ପେଜକୁ ଯାଆନ୍ତୁ। ରେଜିଷ୍ଟ୍ରସନ ନମ୍ବର ଏବଂ ପାସୱାର୍ଡ ସାହାଯ୍ଯରେ ଲଗଇନ କରି ଆପ୍ଲିକେସନ ସବମିଟ୍ କରନ୍ତୁ।

https://iocl.com/admin/img/Apprenticeships/Files/3e6dc36a547f4e37a19ca0bf6c344625.pdf?ref=inbound_article

https://plapps.indianoil.in/?ref=inbound_article

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.