ବଣାଇ ବନଖଣ୍ଡର ଟେନସା ନେଚର କ୍ଯାମ୍ପ, ଛୁଟୁଛି ପର୍ଯ୍ୟଟକଙ୍କ ସୁଅ 

ବଣାଇ(କେନ୍ଯୁଜ୍): ସହରରେ ଚାକଚକ୍ଯ ଭିତରେ ହଜିଯାଉଛି ପ୍ରାକୃତିକ ପରିବେଶ। ତେଣୁ ବିରାମ ଟିକେ ପାଇଲେ ଲୋକେ ଛୁଟି ଆସନ୍ତି ପାହାଡ ପର୍ବତ ଘେରା ଜଙ୍ଗଲର ସୌନ୍ଦର୍ଯ୍ଯକୁ ଉପଭାଗ କରିବାକୁ । ଏଥିରେ ଆଉ ଓଡିଶା ଖୁବ୍ ଆଗରେ । ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ଯ ଅତି ମନଲୋଭା।  ଏଥି ମଧ୍ଯରେ ସୁନ୍ଦରଗଡ ଜିଲ୍ଲା ବଣାଇ ବନଖଣ୍ଡର ଟେନସା ନେଚର କ୍ଯାମ୍ପ ଅନ୍ଯତ୍ତମ । ଅକ୍ଟୋବର ୨ ରେ ଶୁଭାରମ୍ଭ ହୋଇଥିବା ଏହି ନେଚର କ୍ଯାମ୍ପରେ ଜମୁଛି ପର୍ଯ୍ୟଟକଙ୍କ ଭିଡ ।

ଏହି ପ୍ରାକୃତିକ ପର୍ଯ୍ୟଟନ କେନ୍ଦ୍ରଟି ସମୁଦ୍ର ପତନ ଠାରୁ ୧୨୦୦ ମିଟର ଉଚ୍ଚତାରେ ଅବସ୍ଥିତ। ଘଞ୍ଚ ଜଙ୍ଗଲ ଓ ମନୋରମ ପ୍ରାକୃତିକ ଦୃଶ୍ୟକୁ ପର୍ଯ୍ୟଟକମାନେ ମନ ଭରି ଉପଭୋଗ କରିପାରିବେ। ଏଥିପାଇଁ ବଣେଇ ବନବିଭାଗ ପକ୍ଷରୁ ଜିଲ୍ଲା ଖଣିଜ ପାଣ୍ଠିରୁ ୧.୫୦ କୋଟି ଟଙ୍କାର ଖର୍ଚ୍ଚ ବିନିମୟରେ ୬ ଟି ପ୍ରାକୃତିକ ଆରାମ ଦାୟକ ପ୍ରାକୃତିକ ବିଶ୍ରାମ କକ୍ଷ ନିର୍ମାଣ ହୋଇଛି। ଏଥିରେ ସମସ୍ତ ପ୍ରକାର ଆନୁଷଙ୍ଗିକ ବ୍ଯବସ୍ଥା ସହିତ ରାସ୍ତା ଘାଟର ଉନ୍ନତିକରଣ , ପାନୀୟ ଜଳର ବ୍ଯବସ୍ଥା ଏବଂ ଏକ ୱାଚ ଟାୱାର ମଧ୍ଯ ନିର୍ମାଣ ହୋଇଛି। ଏହି ୱାଚ ଟାୱାରରୁ ଦର୍ଶକମାନେ ପ୍ରାକୃତିକ ପରିବେଶର ଦୃଶ୍ଯ ସହିତ ବନ୍ଯଜନ୍ତୁ, ସେଲର ବରସୁଆଁ ଲୌହ ଖଣିକୁ ଉପଭୋଗ କରି ପାରିବେ।

NATURE CAMP-1

 

ଏଥିପାଇଁ ପ୍ରତେକ ବିଶ୍ରାମ କକ୍ଷକୁ ରାଜ୍ଯ ସରକାରଙ୍କ ପର୍ଯ୍ୟଟକ ବିଭାଗ ପକ୍ଷରୁ ଅଗ୍ରୀମ ସଂରକ୍ଷିତ କରିବା ପାଇଁ ବ୍ଯବସ୍ଥା ହୋଇଥିବା ବେଳେ ଗୋଟିଏ କକ୍ଷ ପାଇଁ ଜିଏସଟି ସହିତ ଗୋଟିଏ ଦିନ ପାଇଁ ୪୯୦୦ ଟଙ୍କା ଧାର୍ଯ୍ଯ କରାଯାଇଛି। ଏଥିରେ ଦିନକ ପାଇଁ ମଧ୍ୟାହ୍ନ , ରାତ୍ରି ଭୋଜନ ଓ ଜଳଖିଆ ବ୍ଯବସ୍ଥା କରା ଯାଇଥିବା ବେଳେ ଗୋଟିଏ ଦିନର ରାତ୍ରୀ ଜାପନର ବ୍ଯବସ୍ଥା କରାଯାଇଛି। ଏଥିପାଇଁ ପ୍ରଥମ ଦିନରେ ଅନ ଲାଇନ ଯୋଗେ ୪୫ ଜଣ ଅଗ୍ରୀମ ସଂରକ୍ଷଣ କରିପାରିବେ। ସେହିପରି ଏହି ପ୍ରାକୃତିକ ପର୍ଯ୍ୟଟନ କେନ୍ଦ୍ରରେ ବାହାମା ଗ୍ରାମର ଭି ଏସ ଏସ ସଦସ୍ଯ ୧୨ ଜଣଙ୍କୁ ପ୍ରତ୍ୟେକ୍ଷ ଭାବେ ନିଯୁକ୍ତିର ସୁଯୋଗ ମିଳିଛି। ସୁଯୋଗ ମିଳିଥିବାରୁ ସେମାନେ ଏବେ ବେଶ୍ ଖୁସି ଥିବା ସହିତ ଅତିଥିମାନଙ୍କୁ ସେବା ଯୋଗାଇ ଦେଉଛନ୍ତି ।

NATURE CAMP-2

 

ପ୍ରାକୃତିକ ସୌନ୍ଦର୍ଯ୍ଯକୁ  ଉପଭୋଗ କରିବାକୁ ବହୁ ଦୂରଦୂରାନ୍ତରୁ ଆସୁଛନ୍ତି ପର୍ଯ୍ୟଟକ । ଏଠାକୁ ଯିଏ ଥରେ ଆସୁଛି ଆଉ ଯିବାକୁ ମନ କରୁନି। ଆପଣ ବି ଥରେ ଏଠାକୁ ଆସନ୍ତୁ, ଆଉ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ଯକୁ ମନଭରି ଉପଭୋଗ କରନ୍ତୁ ।

ବଣାଇରୁ ସତ୍ୟନାରାୟଣ ମିଶ୍ର, କେନ୍ଯୁଜ୍

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.