ଯାତ୍ରୀମାନେ ଦୟା କରି ଧ୍ୟାନ ଦିଅନ୍ତୁ, ଏବେ ଟିକେଟ୍‌ ବୁକିଂ କରିବା ବେଳେ ଆଉ କରିବାକୁ ପଡ଼ିବନି ଅପେକ୍ଷା

ବର୍ତ୍ତମାନ କରୋନା କାଳ ଚାଲିଥିବାରୁ ଲୋକମାନେ ସବୁ କିଛି ଅନ୍‌ଲାଇନ୍‌ରେ କରିବା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏମିତିକି ଯାତ୍ରା ପାଇଁ ଟ୍ରେନ୍‌ ଟିକେଟ୍‌ ବୁକିଂ ମଧ୍ୟ ଅନ୍‌ଲାଇନ୍‌ରେ କରୁଛନ୍ତି। ମାତ୍ର ନେଟ୍‌ ସମସ୍ୟା ଯୋଗୁ ଟିକେଟ୍‌ ବୁକିଂ କରିବାରେ ଗ୍ରାହକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଟ୍ରେନ୍‌ ଟିକେଟ୍‌ ବୁକିଂ କରିବା ବେଳେ ଗ୍ରାହକମାନେ ଯେଭଳି ସମସ୍ୟାର ସମ୍ମୁଖୀନ ନ ହେବେ ତାହାକୁ ଦୃଷ୍ଟିରେ ରଖି ରେଲଓ୍ଵେ ତରଫରୁ ଟିକେଟ୍‌ ବୁକିଂ ଆପ୍‌କୁ ଅପ୍‌ଗ୍ରେଡ୍‌ କରାଯାଇଛି। ଏବେ ଏହି ଆପ୍‌ ସାହାଯ୍ୟରେ ଯାତ୍ରୀମାନେ ସହଜରେ ଅନ୍‌ଲାଇନ୍‌ରେ ଟିକେଟ୍‌ ବୁକିଂ କରିପାରିବେ।

କେନ୍ଦ୍ର ରେଳ ମନ୍ତ୍ରୀ ପୀୟୁଷ ଗୋୟଲ ଆଇଆରସିଟିସିର ଓ୍ଵବେ୍‌ସାଇଟ୍‌କୁ ଅପଗ୍ରେଡ୍‌ କରିବା ପାଇଁ ଚାଲିଥିବା କାମର ସମୀକ୍ଷା କରିବା ପରେ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଇଆର୍‌ସିଟିସିର ଇ-ଟିକେଟିଂ ୱେବ୍‌ସାଇଟ୍‌ ଓ ଆପ୍‌ରେ ଯାତ୍ରୀମାନେ ଏବେ ସହଜରେ ବୁକିଂ କରିପାରିବେ। ଏହା ବେଶ୍‌ ସରଳ ହେବ ଓ ସ୍ପିଡ୍‌ରେ ଯାତ୍ରୀମାନେ ଟିକେଟ୍‌ ବୁକିଂ କରିବେ।

ଭାରତୀୟ ରେଲଓ୍ଵେ ତରଫରୁ କୁହାଯାଇଛି ଯେ, ନୂଆ ଡିଜିଟାଲ ଇଣ୍ଡିଆ ଅନ୍ତର୍ଗତ ଅଧିକରୁ ଅଧିକ ଲୋକ ଟ୍ରେନ୍‌ ଟିକେଟ୍‌ ପାଇଁ ରିଜର୍ଭେସନ୍‌ କାଉଣ୍ଟରକୁ ନ ଯାଇ ଅନ୍‌ଲାଇନ୍‌ ଟିକେଟ୍‌ ବୁକ୍‌ କରୁଛନ୍ତି। ଏଣୁ ଆଇଆରସିଟିସି ନିଜ ୱେବ୍‌ସାଇଟ୍‌କୁ ଲଗାତାର ଅପ୍‌ଡେଟ୍‌ କରୁଛି। ଫଳରେ ଯାତ୍ରୀଙ୍କୁ ଆଉ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ।

Leave A Reply

Your email address will not be published.