Below header

ଦେଶର ସବୁଠୁ ଛୋଟ ରେଳ ମାର୍ଗ, ୮ ମିନିଟ୍‌ରେ ଦେବାକୁ ପଡିଥାଏ ୮୦୦ ଟଙ୍କା

ଦେଶର ସବୁଠୁ ଛୋଟ ରେଳ ମାର୍ଗ, ଯାତ୍ରା ହୋଇଥାଏ ମାତ୍ର ୮ ମିନିଟ୍‌ର, କିନ୍ତୁ ଦେବାକୁ ପଡିଥାଏ ୮୦୦ ଟଙ୍କା ।ମହାରାଷ୍ଟ୍ର ନାଗପୁରରେ ରହିଛି ଦେଶର ସବୁଠୁ ଛୋଟ ରେଳ ଷ୍ଟେସନ ମାର୍ଗ। ଯାହାକି ନାଗପୁର ଏବଂ ଅଜନି ରେଳ ଷ୍ଟେସନକୁ ଯୋଡିଛି।

ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଲୋକ ନିଜର ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ଭାରତୀୟ ରେଳବାଇକୁ ବାଛିଥାନ୍ତି । ଏହା ଦେଶର ଅଗ୍ରଗତିରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଛି। ଏଠାରେ ପ୍ରତ୍ୟେକ ଦିନ ଏକା ସାଙ୍ଗରେ ଅନେକ ଘଟଣା ଘଟିଥାଏ , ଯେମିତିକି ଅଧିକ ବେଗରେ ଚାଲୁଥିବା ଟ୍ରେନ୍, ବ୍ୟସ୍ତବହୁଳ ଯାତ୍ରୀ, ହକର୍, ଟିଟି ଆଦିଙ୍କୁ ଗୋଟିଏ ମୁହୁର୍ତ୍ତ ବି କାହାରିକୁ ଖାଲିରେ ବସୁଥିବା ଦେଖିବାକୁ ପାଇବେନି। ଲକ୍ଷ ଲକ୍ଷ ଯାତ୍ରୀ ଭାରତୀୟ ରେଳବାଇରେ ଯିବା ଆସିବା କରିଥାନ୍ତି। ଏଥିପାଇଁ ଭିନ୍ନ ଭିନ୍ନ ରେଳ ମାର୍ଗ ପ୍ରସ୍ତୁତ କରାଯାଇଛି। ତେବେ ଆମେ ଆଜି ଆପଣଙ୍କୁ ଏମିତି ଏକ ରେଳ ଷ୍ଟେସନ ରୁଟ ବିଷୟରେ କହିବୁ ଯାହାକି ସବୁଠାରୁ ଛୋଟ। ଆଉ ଏଥିରେ ଯାତ୍ରୀ ମାତ୍ର ୮ ମିନିଟ୍‌ର ଯାତ୍ରା କରିଥାନ୍ତି । ତାହା ବି ପୁଣି ୮୦୦ ଟଙ୍କା ଟିକେଟରେ…

ମହାରାଷ୍ଟ୍ର ନାଗପୁରରେ ରହିଛି ଦେଶର ସବୁଠୁ ଛୋଟ ରେଳ ଷ୍ଟେସନ ମାର୍ଗ। ଯାହାକି ନାଗପୁର ଏବଂ ଅଜନି ରେଳ ଷ୍ଟେସନକୁ ଯୋଡିଛି। ଏହାରି ଷ୍ଟେସନ ମଧ୍ୟରେ ଥିବା ରେଳ ମାର୍ଗର ଦୂରତା କେବଳ ୩ କିଲୋମିଟର। ଆଜ୍ଞା ହଁ ନାଗପୁର ଷ୍ଟେସନରୁ ଅଜନି ରେଳ ଷ୍ଚେସନ ପହଞ୍ଚିବାକୁ ହେଲେ ମାତ୍ର ୮ରୁ ୯ ମିନିଟ୍ ଲାଗିଥାଏ । ଏହା ଦେଶର ସବୁଠୁ ଛୋଟ ରେଳ ମାର୍ଗ। ଉଭୟ ଷ୍ଟେସନକୁ ଯିବା ପାଇଁ ସୁବିଧା ରହିଛି। କିନ୍ତୁ ଏଥିରେ ଟିକେଟର ଦାମ ଆକାଶ ଛୁଆଁ। ନାଗପୁର ଏବଂ ଅଜନି ପର୍ଯ୍ୟନ୍ତ ଯାତ୍ରା ପାଇଁ ଯାତ୍ରୀଙ୍କୁ ୮୦୦ ଟଙ୍କା ଦେବାକୁ ପଡିଥାଏ। ଯଦିଓ କେହି ରିକ୍ସା ଦ୍ୱାରା ଏତେ କମ୍ ଦୂରତା ଯାତ୍ରା କଲେ, ତେବେ ତାଙ୍କୁ ୫୦-୬୦ ରୁ ଅଧିକ ଟଙ୍କା ଦେବାକୁ ପଡିବ ନାହିଁ କିନ୍ତୁ ଏହି ଟ୍ରେନରେ ଯାତ୍ରା କଲେ ଟିକେଟ ପ୍ରତି ୮୦୦ ଟଙ୍କା ଦେବାକୁ ପଡିବ। କାହିଁକି ଏବେ ଜାଣନ୍ତୁ ..

ସବୁଠୁ ବଡ କଥା ହେଲା ଯାତ୍ରୀ ଦୂରବାଟକୁ ମଧ୍ୟ ଯାତ୍ରା କଲେ ତାଙ୍କୁ ସମାନ ଦାମରେ ଟିକେଟ୍ କାଟିବାକୁ ପଡେ। ଅର୍ଥାତ୍ ନାଗପୁର ଏବଂ ଅଜନି ରେଳ ମାର୍ଗ ଭିତରେ ଯାତ୍ରା କଲେ ଟିକେଟର ଦାମ ଯେତିକି ଅନ୍ୟ ଦୂର ବାଟକୁ ଯାତ୍ରା କଲେ ମଧ୍ୟ ସମାନ ଦାମ୍ ଲାଗିଥାଏ। ଯେମିତିକି ଜଣେ ଯାତ୍ରୀଙ୍କୁ ଦିଲ୍ଲୀରୁ ଉତ୍ତରପ୍ରଦେଶର କାନପୁର ସହରକୁ ଯିବାକୁ ହେଲେ ତାଙ୍କୁ ୫୦୦ କିଲୋମିଟର ଯାତ୍ରା କରିବାକୁ ପଡିବ। ସେଥିପାଇଁ ତାଙ୍କୁ ୭୫୦ ଟଙ୍କା ଭଡା ଦେବାକୁ ପଡିବ। ତେବେ ଏହି ୩ କିଲୋମିଟର ରେଳ ମାର୍ଗ ଭିତରେ ଯାତ୍ରୀଙ୍କ ପାଇଁ ଭିନ୍ନ ଭିନ୍ନ ଶ୍ରେଣୀରେ ଯିବା ପାଇଁ ଭିନ୍ନ ଭଡା ରହିଛି। ଯେମିତିକି ସ୍ଲିପରରେ ଯିବାକୁ ହେଲେ ଯାତ୍ରାଙ୍କୁ ୧୭୫ରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ଭଡା ଦେବାକୁ ପଡିବ। ସେହିପରି ଜେନେରାଲ ବଗିରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ୬୦ରୁ ୭୦ ଟଙ୍କା ଭିତରେ ଭଡା ଦେବାକୁ ପଡିବ। ଆଉ ଏସି ସ୍ଲିପରଙ୍କ ପାଇଁ ୭୦୦ରୁ ୮୦୦ ଟଙ୍କା ଟିକେଟ ରହିଛି । ତେଣୁ ଆପଣ ବି ଯାତ୍ରା କଲେ ଏହି ଦର ଦେଇ ଯାତ୍ରା କରିବାକୁ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.