ଭାରତୀୟ ବଜାରରେ ଲଞ୍ଚ ହେଲା Infinix Note 30 5G, ରହିଛି ଜବରଦସ୍ତ ଫିଚର

ବଜାରରେ ଲଞ୍ଚ ହେଲା Infinix Note 30 5G । ଏହି ଫୋନରେ ଜବରଦସ୍ତ ଡିସପ୍ଲେ ଫିଚର ସହ ଭଲ ପ୍ରୋସେସର ରହିଛି । ଏହା ତିନୋଟି କଲର ଭାରିଆଣ୍ଟରେ ଉପଲବ୍ଧ ରହିଛି । ମେଜିକ ବ୍ଲାକ, ଇଣ୍ଟରଷ୍ଟେଲାର ବ୍ଲୁ ଓ ସନସେଟ ଗୋଲ୍ଡ । ଜୁନ ୨୨ରୁ ଏହା ଇକର୍ସ ପ୍ଲାଟଫର୍ମରେ ଉପଲବ୍ଧ ହେବ ।

କେନ୍ୟୁଜ୍(ବ୍ୟୁରୋ): ବଜାରରେ ଲଞ୍ଚ ହେଲା Infinix Note 30 5G । ପ୍ରଥମଥର ପାଇଁ କମ୍ପାନୀ ଏହାର Note 30 ସିରିଜକୁ ଭାରତରେ ଲଞ୍ଚ କରିଛି । ଏହି ଫୋନରେ ଜବରଦସ୍ତ ଡିସପ୍ଲେ ଫିଚର ସହ ଭଲ ପ୍ରୋସେସର ରହିଛି । ଏହାସହ ଅଧିକ ଷ୍ଟୋରେଜ କାପାସିଟି ଦେଖିବାକୁ ମିଳିବ । କ୍ୟାମେରାରେ ବି ଏହି ବ୍ରାଣ୍ଡ ଅନ୍ୟସବୁ ବ୍ରାଣ୍ଡକୁ ଟକ୍କର ଦେବାକୁ ଯାଉଛି । ତେବେ ନଜର ପକାଇବା ଏହାର ଫିଚର ଉପରେ ।

 

ପ୍ରଥମେ ଏହାର ଡିସପ୍ଲେ ଫିଚର ଉପରେ ନଜର ପକାଇବା । ଏଥିରେ ରହିଛି 120Hz ରିଫ୍ରେସ ରେଟ ସହ 6.78 ଇଞ୍ଚ ଫୁଲ ଏଚଡି ଏଲସିଡି ଡିସପ୍ଲେ । ଏହାସହ ଏହାର 580 ନିଟ୍ସ ବ୍ରାଇଟନେସ ରହିଛି । ଏଥିରେ ଆପଣଙ୍କୁ ଏନଇଜି ଗ୍ଲାସ ପ୍ରୋଟେକ୍ଟସନ ମିଳିବ ।

 

ଏହାର ପ୍ରୋସେସର ଉପରେ ନଜର ପକାଇଲେ ଏଥିରେ ଆପଣଙ୍କୁ Octa Core MediaTek Dimensity 6080 6nm ଚିପସେଟ ମିଳିବ । ଏହାସହ ଏଥିରେ Mali-G57 MC2 GPU ଗ୍ରାଫିକ୍ସ କାର୍ଡ ରହିଛି । XOS 13 ସପୋର୍ଟ ସହ Android 13 ଅପରେଟିଂ ସିଷ୍ଟମ ରହିଛି । ଏହା ଦୁଇଟି ଷ୍ଟୋରେଜ ଭାରିଆଣ୍ଟରେ ଆସିବାକୁ ଯାଉଛି । LPDDR4X 4ଜିବି RAM ସହ 128ଜିବି UFS 2.2 ଷ୍ଟୋରେଜ କାପାସିଟି ରହିଛି । ଏହାସହ 8ଜିବି RAM ସହ 256 ଜିବି ଷ୍ଟୋରେଜ କାପାସିଟି ରହିଛି । ମାଇକ୍ରୋ ଏସଡି କାର୍ଡ ସହ 2ଟିବି ପର୍ଯ୍ୟନ୍ତ ଏହାର ଷ୍ଟୋରେଜକୁ ବୃଦ୍ଧି କରାଯାଇ ପାରିବ ।

 

କ୍ୟାମେରା ଫିଚର ଉପରେ ନଜର ପକାଇଲେ ଏଥିରେ ଟ୍ରିପଲ କ୍ୟାମେରା ଫିଚର ଦେଖିବାକୁ ମିଳିବ । 108 ମେଗାପିକ୍ସେଲ ପ୍ରାଇମେରି କ୍ୟାମେରା, 2 ମେଗାପିକ୍ସେଲ ଡେପ୍‌ଥ କ୍ୟାମେରା ଓ ଏଆଇ କ୍ୟାମେରା ପାଇ ପାରିବେ । ଏହାର କ୍ୟାମେରା ଫିଚରରେ ଫିଲ୍ମ ମୋଡ ରହିଛି ଯେଉଁଥିରେ ଆପଣ ଭଲ ଭିଡିଓ ସୁଟ କରିପାରିବେ । ଏହାସହ ଏଥିରେ ସୁପର ନାଇଟ ମୋଡ ରହିଛି ଯାହାକୁ ବ୍ୟବହାର କରି ଅଳ୍ପ ଲାଇଟରେ ଭଲ ଫଟୋ ଉଠାଇ ପାରିବେ । ସେହିପରି ଏଥିରେ ଡୁଆଲ ଭିଉ ଫିଚର ରହିଛି । ଏହି ଫିଚର ବଳରେ ଏକା ସାଙ୍ଗରେ ଫ୍ରଣ୍ଟ ଓ ରିଅର କ୍ୟାମେରା ବ୍ୟବହାର କରି ଭିଡିଓ ରେକର୍ଡ କରିପାରିବେ । ଏହାର ଫ୍ରଣ୍ଟରେ 16 ମେଗାପିକ୍ସେଲ ସେଲଫି କ୍ୟାମେରା ରହିଛି ।

 

ବ୍ୟାଟେରି ବ୍ୟାକଅପ କଥା ଦେଖିଲେ ଏଥିରେ 45 ୱାଟ ଫାଷ୍ଟ ଚାର୍ଜିଂ ସପୋର୍ଟ ସହ 5000 mAh ବ୍ୟାଟେରି ବ୍ୟାକଅପ ମିଳିବ । ଏହାସହ ଏଥିରେ ବାଏପାସ ଚାର୍ଜିଂ ଫିଚର ରହିଛି । ଏହା ଚାର୍ଜିଂ ସମୟରେ ଓଭର ହିଟିଂରୁ ଫୋନକୁ ବଞ୍ଚାଇବ । ଏହା ତାପମାତ୍ରାକୁ ୭ ଡିଗ୍ରୀ ପର୍ଯ୍ୟନ୍ତ କମାଇବ। ଏହାସହ ଏଥିରେ ଡୁଆଲ ଚ୍ୟାନେଲ ଫାଷ୍ଟ ଚାର୍ଜିଂ ଟେକ୍ନୋଲୋଜି ବ୍ୟବହାର ହୋଇଛି । ଏହା ୩୦ ମିନିଟ ସମୟ ଭିତରେ ୭୫ ପ୍ରତିଶତ ଚାର୍ଜ କରିଦେବ । ଏଥିରେ ୟୁସବି ଟାଇପ-ସି ଚାର୍ଜିଂ ପୋର୍ଟ ରହିଛି ।

 

ଏହି ଫୋନରେ ସାଇଡ ମାଉନଟେଡ ଫିଙ୍ଗରପ୍ରିଣ୍ଟ ସ୍କାନର ରହିଛି । ଏଥିରେ ଡଷ୍ଟ ରେଜିଟେନ୍ସ ଫିଚର ରହିଛି । 3.5 ଓଡିଓ ଜାକ, ଡୁଆଲ ସ୍ପିକର ସହ ବ୍ଲୁ ତୁଥ୍ 5.1ର ସପୋର୍ଟ ରହିଛି । ଏହାର ଓଜନ ରହିଛି 204.7 ଗ୍ରାମ । ଏହା ତିନୋଟି କଲର ଭାରିଆଣ୍ଟରେ ଉପଲବ୍ଧ ରହିଛି । ମେଜିକ ବ୍ଲାକ, ଇଣ୍ଟରଷ୍ଟେଲାର ବ୍ଲୁ ଓ ସନସେଟ ଗୋଲ୍ଡ । ଜୁନ ୨୨ରୁ ଏହା ଇକର୍ସ ପ୍ଲାଟଫର୍ମରେ ଉପଲବ୍ଧ ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.