ଆଣ୍ଡ୍ରଏଡ ଏବଂ ଆଇଓଏସ୍‌ ରେ ଉପଲବ୍ଧ ହେଲା ଗୁଗଲର ‘Help Me Write’ ଫିଚର

ଆଣ୍ଡ୍ରଏଡ ଏବଂ ଆଇଓଏସ ୟୁଜର୍ସଙ୍କ ପାଇଁ ଏହି ଫିଚର ସମସ୍ତ ଦେଶରେ ଆରମ୍ଭ ହୋଇଛି । ଗୁଗଲ ଓ୍ଵାର୍କସ୍ପେସ୍‌ ଲ୍ୟାବରେ ଆର୍ଲି ଆଡାପ୍ଟର୍ସଙ୍କ ପାଇଁ ଏହା ସୀମିତ ରହିଛି । ଚଳିତ ବର୍ଷ ଶେଷ ସୁଦ୍ଧା ଅଧିକ ସଂଖ୍ୟକ ଲୋକ ଏହି ଫିଚର କୁ ବ୍ୟବହାର କରିବେ ବୋଲି ଆଶା କରାଯାଉଛି । ଏହି ଫିଚର ଆପଣଙ୍କୁ ଇମେଲ କରିବାରେ ଅନେକ ସାହାଯ୍ୟ କରିବ ।

ଜେନେରେଟିଭ AI ଦ୍ୱାରା, ଗୁଗଲ I / O 2023 ସେଣ୍ଟର ଷ୍ଟେଜରେ ଓ୍ଵାର୍କସ୍ପେସ ଲ୍ୟାବ ସ୍ଥାନ ପାଇଛି । ସର୍ଚ୍ଚ ଜିଆଣ୍ଟ ଦେଖାଇଛି ଯେ, AI- ଇଣ୍ଟିଗ୍ରେଟେଡ ପ୍ରଡକ୍ଟ ରୋଲ ଆଉଟ ୟୁଜର୍ସଙ୍କ ଏକ୍ସପେରିଏନ୍ସକୁ ବୃଦ୍ଧି କରୁଛି । ଏହି ସବୁ ପ୍ରଡକ୍ଟ ମଧ୍ୟରୁ Gmail ଅନ୍ୟତମ । ଭବିଷ୍ୟତ ଇମେଲ ପାଇଁ ‘Help Me Write’ ଦ୍ୱାରା ଗୁଗଲ ସାହାଯ୍ୟ କରିବ । ତେବେ ବର୍ତ୍ତମାନ ଆଣ୍ଡ୍ରଏଡ ଏବଂ ଆଇଓଏସ୍‌ ୟୁଜର୍ସ ଏଥିରେ ଦିଆଯାଇଥିବା ଏକ୍ସପେରିଏନ୍ସକୁ ଚେକ କରିପାରିବେ । ତେବେ ଆସନ୍ତୁ ଜାଣିବା ଆଣ୍ଡ୍ରଏଡ ଏବଂ ଆଇଓଏସ୍‌ ରେ ‘Help Me Write’କୁ କିପରି ବ୍ୟବହାର କରିବେ ।

ଆପଣଙ୍କ ମଧ୍ୟରୁ ଯେଉଁମାନେ ଗୁଗଲ ଓ୍ଵାର୍କସ୍ପେସ୍‌ ରେ ସାମିଲ ହୋଇଛନ୍ତି ସେମାନେ ବର୍ତ୍ତମାନ ନିଜ ଆଣ୍ଡ୍ରଏଡ ଏବଂ ଆଇଓଏସ୍‌ ରେ ‘Help Me Write’କୁ ଚେକ କରି ପାରିବେ । ଏହି ଫିଚର ଦ୍ୱାରା ଜେନେରେଟିଭ AI ବ୍ୟବହାର କରି ଆପଣ ଇମେଲ କମ୍ପୋଜ କରିବା ସହ ଇମେଲର ରିପ୍ଲାଏ ଦେଇ ପାରିବେ ।
ଯେଉଁମାନେ ଏଥିରେ ସାମିଲ ହୋଇଛନ୍ତି, କମ୍ପୋଜ ବଟନ କ୍ଲିକ କରିବା ପରେ ଆପଣ ଓ୍ଵାକସ୍ପେସ୍‌ ଲ୍ୟାବ େଓ୍ଵଲକମ ଓ୍ଵିଣ୍ଡୋ ଦ୍ୱାରା ସ୍ୱାଗତ ହେବେ, ଯେଉଁଥିରେ ‘Help Me Write’ ବିଷୟରେ ଏକ ଛୋଟ ସୂଚନା ରହିଛି । ଇମେଲ କମ୍ପୋଜ କରିବା ସମୟରେ, ଆପଣ ନିଜର ଇମେଲ ପାଇଁ AI ଜେନେରେଟିଭ ର ସଜେସନ ନେଇ ପାରିବେ ।

ଏହାକୁ କିପରି ବ୍ୟବହାର କରିବେ ତାହା ଜାଣି ରଖନ୍ତୁ ।
. ଆପଣଙ୍କ ସ୍କ୍ରିନର ତଳ ଡାହାଣ କୋଣରେ ଥିବା ‘Help Me Write’ବଟନ ଉପରେ କ୍ଲିକ କରନ୍ତୁ ।
. ପ୍ରମ୍ପଟ୍‌ ଓି୍ଵଣ୍ଡୋରେ କଣ୍ଟେଟ ର ହାଇଲାଇଟିଙ୍ଗ ପଏଣ୍ଟର୍ସରେ ଏଣ୍ଟର କରନ୍ତୁ ।
.ଯଦି ଆପଣ କ୍ୟାନ୍ସଲ ହୋଇଥିବା ଫ୍ଲାଇଟ ଟିକେଟ ଟଙ୍କା ଫେରସ୍ତ ଚାହୁଁଛନ୍ତି ତେବେ ଆପଣ ଇମେଲର ଟୋନାଲିଟି ଏବଂ ପ୍ରେମିସ ପାଇଁ AIକୁ ଆବଶ୍ୟକୀୟ ସୂଚନା ଦିଅନ୍ତୁ ।
. ଯଦି ଆପଣ ସଠିକ ଇନଫରମେସନ ଦେଉଛନ୍ତି ତେବେ ‘Help Me Write’କୁ ଇମେଲ କମ୍ପୋଜ କରିବା ପାଇଁ ସହଜ ହେବ ।
.ଏଣ୍ଟର ବଟନ କ୍ଲିକ କରିବା ପରେ ଜେନେରେଟିଭ AI ଆପଣଙ୍କ ଇମେଲ କମ୍ପୋଜ କରିବ ।
.ଏହା ପରେ ଇମେଲକୁ ଡ୍ରାଫ୍ଟ କରିବା ପାଇଁ ଆପଣ ଇନସେର୍ଟରେ କ୍ଲିକ କରନ୍ତୁ କିମ୍ବା ନ୍ୟୁ ପ୍ରମ୍ପ୍ଟ୍‌ ପାଇବା ପାଇଁ ଆପଣ ରିଫ୍ରେସ ଆଇକନରେ କ୍ଲିକ କରି ପାରିବେ ।

ଆପଣ ମଧ୍ୟ ଆପଣଙ୍କ ଇମେଲ ପାଇଁ ଗ୍ରାନୁଲାର କଷ୍ଟମାଇଜେସନ ଅପ୍ସନ ହାସଲ କରି ପାରିବେ । ଏହି ଫିଚର ଦ୍ୱାରା ଆପଣ ନିଜ ପ୍ରତିକ୍ରିୟାକୁ ଛୋଟ କରି ପାରିବେ, ଇମେଲକୁ ଫର୍ମାଲାଇଜ କରିପାରିବେ, ଏହାକୁ ଅଧିକ ବିସ୍ତତ କରିବା ସହ ଆହୁରି ଅନେକ କିଛି ପରିବର୍ତ୍ତନ ପାରିବେ ।
ଆଣ୍ଡ୍ରଏଡ ଏବଂ ଆଇଓଏସ ୟୁଜର୍ସଙ୍କ ପାଇଁ ଏହି ଫିଚର ସମସ୍ତ ଦେଶରେ ଆରମ୍ଭ ହୋଇଛି । ଗୁଗଲ ଓ୍ଵାର୍କସ୍ପେସ୍‌ ଲ୍ୟାବରେ ଆର୍ଲି ଆଡାପ୍ଟର୍ସଙ୍କ ପାଇଁ ଏହା ସୀମିତ ରହିଛି । ଚଳିତ ବର୍ଷ ଶେଷ ସୁଦ୍ଧା ଅଧିକ ସଂଖ୍ୟକ ଲୋକ ଏହି ଫିଚର କୁ ବ୍ୟବହାର କରିବେ ବୋଲି ଆଶା କରାଯାଉଛି । ଏହି ଫିଚର ଆପଣଙ୍କୁ ଇମେଲ କରିବାରେ ଅନେକ ସାହାଯ୍ୟ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.