ବିମାନ ସେକ୍ଟରରେ ସବୁଠାରୁ ବଡ୍‌ ଡିଲ୍‌, ଇଣ୍ଡିଗୋ ଦେଲା ୫୦୦ ବିମାନ ଅର୍ଡର

୫୦୦ ବିମାନ କିଣିବାକୁ ଏୟାରବସକୁ ଅର୍ଡର ଦେଇଛି ଇଣ୍ଡିଗୋ। ଆସନ୍ତା ୨୦୩୦ରୁ ୨୦୩୫ ମଧ୍ୟରେ ଏହି ଡିଲ୍ ପୂରଣ ହେବ। ଏଥିସହ ଇଣ୍ଡିଗୋ ଏୟାରଲାଇନ୍ସ ପାଖରେ ୧ ହଜାରରୁ ଅଧିକ ବିମାନ ରହିଥିବ ।

ଘରୋଇ ଏୟାରଲାଇନ୍‌ ଇଣ୍ଡିଗୋ ବିମାନ ଶିଳ୍ପ କ୍ଷେତ୍ରରେ ସବୁଠୁ ବଡ ଡିଲ୍ କରିଛି ।  ୫୦୦ ବିମାନ କିଣିବାକୁ ଏୟାରବସକୁ ଅର୍ଡର ଦେଇଛି ଇଣ୍ଡିଗୋ। ଇଣ୍ଡିଗୋ ତରଫରୁ ବୟାନ ଜାରି କରି ସୂଚନା ଦିଆଯାଇଛି । କମ୍ପାନୀ ତରଫରୁ ୫୦୦ ବିମାନ ପାଇଁ ଇଂଜିନ ଚୟନ ସମୟ ସହିତ କରାଯିବ ।  ଏଥିରେ ଏ୩୨୦ ଏବଂ ଏ ୩୨୧ ବିମାନ ସାମିଲ ରହିଛି ।

୫୦ ବିଲିୟନ ଡଲାରର ଏହି ଡିଲ୍‌କୁ ନେଇ ବେଶ୍ ଉତ୍ସାହିତ ଉଭୟ ଇଣ୍ଡିଗୋ ଏୟାରଲାଇନ୍ସ ଏବଂ ୟୁରୋପୀୟ ବିମାନ ନିର୍ମାତା ଏୟାରବସ୍। ପ୍ୟାରିସ୍ ଏୟାର ସୋ-୨୦୨୩ ଅବସରରେ ଇଣ୍ଡିଗୋ ଏମଡି ରାହୁଲ ଭାଟିଆ ଏବଂ ଏୟାରବସ୍ ସିଇଓ ଗୁଲୋମି ଫୌରୀଙ୍କ ମଧ୍ୟରେ ଏହି ଡିଲ୍ ହୋଇଛି। ୨୦୨୩ ରେକର୍ଡ ମୁତାବକ, ଭାରତର ଘରୋଇ ବିମାନ ଚଳାଚଳ ବଜାରର ଇଣ୍ଡିଗୋର ପ୍ରାୟ ୬୦ ପ୍ରତିଶତ ସେୟାର ରହିଛି ।

କିଛି ଦିନ ତଳେ ଟାଟା ମାଲିକାନାରେ ଥିବା ଏୟାର ଇଣ୍ଡିଆ ଏକ ବଡ ଡିଲ୍ କରିଥିଲା। ଯେଉଁଥିରେ ୪୭୦ଟି ବିମାନ କିଣିବାକୁ ଡିଲ୍ ହୋଇଥିଲା । ଏବେ ସେହି ରେକର୍ଡକୁ ଭାଙ୍ଗିଛି ଇଣ୍ଡିଗୋ ଏୟାରଲାଇନ୍ସ। ଇଣ୍ଡିଗୋ ପାଖରେ ୩୦୦ରୁ ଅଧିକ ବିମାନ ରହିଛି । ଆସନ୍ତା ୨୦୩୦ରୁ ୨୦୩୫ ମଧ୍ୟରେ ଏହି ଡିଲ୍ ପୂରଣ ହେବ। ଏଥିସହ ଇଣ୍ଡିଗୋ ଏୟାରଲାଇନ୍ସ ପାଖରେ ୧ ହଜାରରୁ ଅଧିକ ବିମାନ ରହିଥିବ ।

ଏବେ ଦେଶର ଅନେକ ଏୟାରଲାଇନ୍ କମ୍ପାନୀ ସଂଘର୍ଷ କରୁଛନ୍ତି । ଆର୍ଥିକ ସଙ୍କଟ କାରଣରୁ ଗୋ-ଫାଷ୍ଟ ଏୟାରଲାଇନ୍ସ ଦେବାଳିଆ ସ୍ଥିତି ଦେଇ ଗତି କରୁଛି । ୨୨ ଜୁନ୍‌ ପର୍ଯ୍ୟନ୍ତ ନିଜର ସମସ୍ତ ଉଡାଣକୁ ରଦ୍ଦ କରିଛି ଏୟାରଲାଇନ୍ସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.