ଏହି ଯୋଜନାରେ ପ୍ରତିଦିନ ୫୦ ଟଙ୍କା ନିବେଶ କରି ଅବସର ସମୟରେ ପାଆନ୍ତୁ ୩୪ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି
ସମୟ ସହ ବଦଳୁଛି ଆମ ଜୀବନଶୈଳୀ। ଏଭଳିସ୍ଥିତିରେ ରିଟାୟାରମେଣ୍ଟ ପରେ ମାସିକ ମୋଟା ଅଙ୍କର ଅର୍ଥ ସମସ୍ତଙ୍କୁ ଦରକାର ପଡ଼ିଥାଏ। କିନ୍ତୁ ଅବସର ପରେ ଆମଦାନୀ ଅପେକ୍ଷାକୃତ କମିଯାଏ। ଏଣୁ ଅବସର ପରେ ଚିନ୍ତାମୁକ୍ତ ରହିବା ପାଇଁ ସମସ୍ତେ ରିଟାୟାରମେଣ୍ଟ ଫଣ୍ଡରେ ନିବେଶ କରିଥାନ୍ତି। ବିଶେଷଜ୍ଞଙ୍କ ମତରେ ସମସ୍ତଙ୍କୁ ଚାକିରିର ଆରମ୍ଭରୁ ହିଁ ରିଟାୟାରମେଣ୍ଟ ପାଇଁ ସେଭିଂ କରିବା ଜରୁରୀ। ଏହା ଦ୍ୱାରା ୬୦ ବର୍ଷ ବେଳକୁ ମୋଟା ଅଙ୍କର ଟଙ୍କା ଯୋଗାଡ଼ କରିବାରେ ସହଜ ହେବ। ରିଟାୟାରମେଣ୍ଟ ଫଣ୍ଡ ସହ ଜଡ଼ିତ ଅନେକ ଯୋଜନା ରହିଛି।
ରାଷ୍ଟ୍ରୀୟ ପେନ୍ସନ ଯୋଜନା ରାଜ୍ୟ ସମର୍ଥିତ ପେନ୍ସନ୍ ଯୋଜନାଗୁଡ଼ିକ ମଧ୍ୟରୁ ଗୋଟିଏ, ଯାହା ନିବେଶ ଉପରେ ସୁରକ୍ଷା ସହିତ ପ୍ରଭାବଶାଳୀ ରିଟର୍ଣ୍ଣ ପ୍ରଦାନ କରିଥାଏ। ଏମିତି ହିଁ ଏକ ନିବେଶରେ ନିବେଶକ ପ୍ରତିଦିନ ମାତ୍ର ୫୦ ଟଙ୍କା ନିବେଶ କରି ନିଜ ଅବସର ଗ୍ରହଣ ସମୟରେ ୩୪ ଲକ୍ଷ ଟଙ୍କା ପ୍ରାପ୍ତ କରିପାରିବେ, କିପରି ? ଜାଣନ୍ତୁ
କେମିତି ପାଇବେ ୩୪ ଲକ୍ଷ ଟଙ୍କା?
ଯେଉଁ ନିବେଶକ ନିଜ କ୍ୟାରିୟରରେ ନୂଆ, ସେମାନେ ଏନ୍ପିଏସ୍ରେ ପ୍ରତିଦିନ ମାତ୍ର ୫୦ ଟଙ୍କାର ନିବେଶ କରି ନିଜ ବ୍ୟାଙ୍କରେ ୩୪ ଲକ୍ଷ ଟଙ୍କା ସହିତ ରିଟାୟର ହୋଇପାରିବେ। ଉଦାହରଣ ସ୍ୱରୂପ, ଯଦି ଆପଣ ୨୫ ବର୍ଷର ଏବଂ ପ୍ରତି ମାସରେ ୧୫୦୦ ଟଙ୍କା ନିବେଶ କରୁଛନ୍ତି, ତ ଆପଣ ଅବସର ସମୟରେ ୩୪ ଲକ୍ଷ ଟଙ୍କା ପାଇପାରିବେ। ଯଦିଓ ଏହି ପ୍ରକାରର ରିଟର୍ଣ୍ଣ ପାଇଁ ଆପଣଙ୍କୁ ସ୍କିମ୍ରେ ପାଖାପାଖି ୩୫ ବର୍ଷ ପର୍ଯ୍ୟନ୍ତ ଲଗାତାର ନିବେଶ କରିବାକୁ ହେବ।
କେମିିତି ପାଇବେ ଲାଭ, ଜାଣନ୍ତୁ:
-ନିଜ ନିବେଶ ଆରମ୍ଭ କରିବା ସମୟର ବୟସ: ୨୫ ବର୍ଷ
-ଏନପିଏସ୍ରେ ମାସିକ ନିବେଶ: ୧୫୦୦ ଟଙ୍କା
-ମୋଟ ନିବେଶ ସମୟ: ୩୫ ବର୍ଷ
-ମୋଟ ପଇସା, ଯାହାକୁ ଆପଣ ୩୫ ବର୍ଷରେ ନିବେଶ କରିବେ: ୬.୩୦ ଲକ୍ଷ ଟଙ୍କା
-ଆପଣଙ୍କ ନିବେଶ ଉପରେ ଆପଣଙ୍କୁ ମିଳିବାକୁ ଥିବା ମୋଟ ସୁଧ: ୨୭.୯ ଲକ୍ଷ ଟଙ୍କା
-ପେନଶନ ଉପରେ ମୋଟ ସମ୍ପତ୍ତି: ୩୪.୧୯ ଲକ୍ଷ ଟଙ୍କା
-ମୋଟ କର ସଞ୍ଚୟ: ୧.୮୯ ଲକ୍ଷ ଟଙ୍କା
ଅବସର ସମୟରେ ଆପଣଙ୍କୁ କେତେ ଟଙ୍କା ମିଳିବ?
ଅବସର ସମୟରେ କିମ୍ବା ଯେତେବେଳେ ଆପଣ ୬୦ ବର୍ଷର ହୋଇଯିବେ, ତ ଏନ୍ପିଏସ୍ ସହିତ ନିଜର ମୋଟ ଅର୍ଥର ୬୦ ପ୍ରତିଶତ ପର୍ଯ୍ୟନ୍ତ ଉଠାଇ ପାରିବେ, ମାନେ ଆପଣ ୨୦.୫୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରାଶି ଉଠାଇପାରିବେ।
ବାକି ପଇସାକୁ ଏକ ବାର୍ଷିକୀ ନିବେଶ ଯୋଜନାରେ ଲଗା ଯାଇଥାଏ, ଯାହା ଆପଣଙ୍କୁ ମାସିକ ପେନସନ ପ୍ରଦାନ କରିଥାଏ। ଏହି ମାମଲାରେ ଯଦି ସରକାରଙ୍କ ଦ୍ୱାରା ଦିଆଯାଉଥିବା ସୁଧ ଦର ୮ ପ୍ରତିଶତ ଆଖପାଖରେ ରହୁଛି, ତା’ହେଲେ ଆପଣଙ୍କୁ ପ୍ରତି ମାସରେ ପାଖାପାଖି ୯୦୦୦ ଟଙ୍କାର ମାସିକ ପେନସନ ପ୍ରାପ୍ତ ହେବ। ଆପଣ ସମସ୍ତ ପଇସା ଏକା ଥରକେ ଉଠାଇ ପାରିବେ ନାହିଁ। ଏନ୍ପିଏସ୍ ନିଜ ଗ୍ରାହକମାନଙ୍କୁ ଏହାର ୬୦ ପ୍ରତିଶତ ଉଠାଣର ଅନୁମତି ଦେଇଥାଏ। ବାକି ୪୦ ପ୍ରତିଶତ ବାର୍ଷିକୀରେ ପକାଇ ଦିଆଯାଇଥାଏ।