୧୨ ଜୁଲାଇ ୨୦୨୨ ରୁ ଏହି ୩ ରାଶିର ବ୍ୟକ୍ତି ଶନି ଦଷାରୁ ହୋଇଯିବେ ମୁକ୍ତ, ମିଳିବ ବଡ଼ ଲାଭ

ଶନି ଗ୍ରହ କଥା ଶୁଣିଲେ ପ୍ରାୟ ସମସ୍ତଙ୍କ ମନରେ ଭୟ ସୃଷ୍ଟି ହୋଇଥାଏ । ଶନି ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି, ଏହା କିଛି ରାଶିଙ୍କ ପାଇଁ ଭଲ ହେଉଥିବା ବେଳେ କିଛି ରାଶିଙ୍କ ପାଇଁ ଅଶୁଭ ହୋଇଥାନ୍ତି । ବିଶେଷ କରି ଶନିଙ୍କ ସାଡେ ସାତି କଥା ଶୁଣିଲେ ଏହା ସମସ୍ତଙ୍କ ମନରେ ଭୟ ସଂଚାର କରିଥାଏ । ଆସନ୍ତା ଜୁଲାଇ ୧୨ ରୁ ଶନି ମକର ରାଶିରେ ଚଳନ ହେବେ ।

ଏଠାରେ ଶନିଦେବ ୧୭ ଜାନୁଆରୀ ୨୦୨୩ ଯାଏ ରହିବେ । ଶନିଙ୍କ ଏହି ଗୋଚର କେତେକ ରାଶିର ବ୍ୟକ୍ତିଙ୍କ ଜୀବନରେ ବହୁ ପରିବର୍ତ୍ତନ କରିବେ । ତେବେ ଶନି ଏଠାରେ ୬ ମାସ ଯାଏ ରହିବେ । ଏହାପରେ ନିଜର ଗୋଚର ରାଶି କୁମ୍ଭକୁ ଯିବେ । ଆସନ୍ତୁ ଜାଣିବା ଶନିଙ୍କ ଏହି ପରିବର୍ତ୍ତନ କେଉଁ ରାଶିଙ୍କ ପାଇଁ କ’ଣ ପରିବର୍ତ୍ତନ ନେଇ କରି ଆସିବ ।

ମୀନ ରାଶି :

ଏହି ରାଶିର ବ୍ୟକ୍ତିଙ୍କ ଉପରେ ୨୯ ଅପ୍ରେଲ ୨୦୨୨ରେ ଶନି ଦେବଙ୍କ ସାଡେ ସାତି ଆରମ୍ଭ ହୋଇଥିଲା । ଏବେ ୧୨ ଜୁଲାଇ ୨୦୨୨ ରୁ ୧୭ ଜାନୁଆରୀ ୨୦୨୩ ଯାଏ ମକର ରାଶିରେ ଶନି ରହିବେ । ଏଥିଯୋଗୁ ଆପଣଙ୍କୁ କିଛି ମାତ୍ରାରେ ଉପଶମ ମିଳିବ । ତେବେ ୧୭ ଜାନୁଆରୀ ୨୦୨୩ ପରେ ଆପଣ ପୁଣି ଥରେ ଶନି ସାଡେ ସାତି ପ୍ରଭାବରେ ଆସିବେ । ତେବେ ମକରରେ ଥିବା ବେଳେ ଏହି ୬ ମାସ ଆପଣଙ୍କୁ କିଛି ଲାଭ ମିଳିବ ।

କର୍କଟ ରାଶି :

୨୯ ଅପ୍ରେଲ ୨୦୨୨ରେ ଶନି କୁମ୍ଭ ରାଶିରେ ପ୍ରବେଶ କରିବା ଯୋଗୁ ଆପଣଙ୍କ ଉପରେ ଶନି ଦେଢ଼୍ୟା ଆରମ୍ଭ ହୋଇଥିଲା । ଏବେ ଯେତେବେଳେ ଶନି ୧୨ ଜୁଲାଇରୁ ପୁଣି ଥରେ ମକର ରାଶିରେ ପ୍ରବେଶ କରିବେ, ଆପଣଙ୍କୁ ଶନିଙ୍କ ଦେଢ଼୍ୟାରୁ ୬ ମାସ ପାଇଁ ମୁକ୍ତି ମିଳିବ । ଏହି ସମୟରେ ଆପଣ ଶନି ଦେବଙ୍କ ଭଲ ଫଳ ପାଇବେ । ହେଲେ ୧୭ ଜାନୁଆରୀ ପରେ ଆପଣଙ୍କର ପୁଣିଥରେ ଶନି ଦେଢ଼୍ୟା ଆରମ୍ଭ ହୋଇଯିବ ।

ବିଚ୍ଛା ରାଶି :

କର୍କଟ ରାଶି ଭଳି ବିଚ୍ଛା ରାଶିଙ୍କ ଉପରେ ମଧ୍ୟ ୨୯ ଅପ୍ରେଲ ୨୦୨୨ ରୁ ଶନି ଦେଢ଼୍ୟା ଆରମ୍ଭ ହୋଇଥିଲା । ଏଥିରୁ ମୁକ୍ତି ୨୯ ମାର୍ଚ୍ଚ ୨୦୨୫ ରେ ମିଳିବ । ହେଲେ କିଛି ଦିନ ପାଇଁ ଅର୍ଥାତ ୬ ମାସ ପାଇଁ ଶନିଙ୍କ ମକର ରାଶିରେ ଚଳନ ଏହି ରାଶି ଲୋକଙ୍କୁ ଦେଢ଼୍ୟାରୁ ମୁକ୍ତି ମିଳିବ । ଏହି ସମୟରେ ଆପଣଙ୍କୁ କିଛି ଶୁଭ ଫଳ ମିଳିବାର ଯୋଗ ରହିଛି । ହେଲେ ୧୭ ଜାନୁଆରୀ ୨୦୨୩ ପରେ ପୁଣି ଥରେ ଆପଣ ଶନିଙ୍କ ଦେଢ଼୍ୟାକୁ ଆସିଯିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.