Below header

ଏବେ ଟ୍ରେନ ଟିକେଟ ବୁକିଂ ପୂର୍ବରୁ କରନ୍ତୁ ନିଜ ଆଇଡିକୁ ଭେରିଫାଏ, ନଚେତ୍‌ ଟିକେଟ ବୁକିଂରେ ହେବ ସମସ୍ୟା

ଯଦି ଆପଣଙ୍କୁ ଟ୍ରେନରେ ଯାତ୍ରା କରିବାର ଅଛି, ତାହେଲେ ଏହାର ପୂର୍ବରୁ ଟିକେଟ୍‌ ବୁକ୍‌ କରିବାକୁ ପଡିଥାଏ। ଦେଖିବାକୁ ମିଳିଥାଏ ଯେ ଲୋକମାନେ ଟ୍ରେନ୍‌ ଟିକେଟ ବୁକ୍‌ କରିବା ପାଇଁ ରେଲେଓ୍ଵ ଟିକେଟ କାଉଣ୍ଟରରେ ଲମ୍ବା ଲମ୍ବା ଲାଇନ୍‌ ଲଗାଇଥାନ୍ତି। ଏହାଛଡା ଲୋକମାନେ ବ୍ରୋକର ଅର୍ଥାତ୍‌ ଟିକେଟ ଏଜେଣ୍ଟ ଦ୍ୱାରା ମଧ୍ୟ ନିଜର ଟିକେଟ୍‌ ବୁକ୍‌ କରିଥାନ୍ତି। ଯେଉଁଥିପାଇଁ ତାଙ୍କୁ ଏକ୍ସଟ୍ରା ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ। କିନ୍ତୁ ଯଦି ଆମେ କହିବା ଆପଣ କାହାକୁ କହିବା ଦରକାର ନାହିଁ କି ଖୋସାମତ୍‌ କରିବାର ଦାରକାର ନାହିଁ, ଏବେ ଆପଣ ନିଜେ ନିଜେ ହିଁ ଘରେ ବସି ସି ହିଁ ଟିକେଟ ବୁକ୍‌ କରିପାରିବେ।

ପ୍ରତ୍ୟେକ ଟ୍ରେନ ଯାତ୍ରୀ ଆଇଆରସିଟିସି ର ଆପ୍‌ କୁ ବ୍ୟବହାର କରି ସେଥିରେ ନିଜ ଆକାଉଣ୍ଟକୁ ତିଆରି କରିଛନ୍ତି । ଏହାଦ୍ୱାରା ଟ୍ରେନ ଟିକେଟ ବୁକ ପାଇଁ କୌଣସି ସମସ୍ୟା ହୋଇନଥାଏ।ଏହାସହ ଟ୍ରେନ କୁ ନେଇ ସବୁ କିଛି ତଥ୍ୟ ଆପଣଙ୍କୁ ଏଠାରେ ମିଳିଯିବ। ଏହାଦ୍ୱାରା ଅନଲାଇନ ଟିକେଟ ବୁକିଂ କରି ସହଜରେ ଯାତ୍ରା କରିହୁଏ।

ଏବେ ତ ପାଖାପାଖି ସ୍ଥାନକୁ ଯିବା ପାଇଁ ମଧ୍ୟ ଲୋକେ ଟ୍ରେନରେ ଯାତ୍ରା କରୁଛନ୍ତି। ଏଥିରେ ଖର୍ଚ୍ଚ କମ ହୁଏ ଓ ସମୟ ମଧ୍ୟ କମ ଲାଗେ। ଆପଣ ବି ଯଦି ଟ୍ରେନରେ ଯାତ୍ରା କରୁଛନ୍ତି ତେବେ ଟିକେଟ ବୁକିଂ ସିଷ୍ଟମକୁ ନେଇ ହୋଇଥିବା ପରିବର୍ତ୍ତନ ବିଷୟରେ ଜାଣିନିଅନ୍ତୁ। ଏମିତିରେ କେଉଁଠି ବି ଯିବାକୁ ହେଲେ କିଛି ସମସ୍ୟା ହେବ ନାହିଁ।

train tour

ଆଇଆରସିଟିସି ଆପ୍‌ ଓ େଓ୍ଵବସାଇଟରେ ଟିକେଟ ବୁକିଂ ନିୟମକୁ ବଦଳାଇ ଦେଇଛି। ନୁଆ ନିୟମ ଅନୁସାରେ ଆପଣ ଏବେ ଟିକେଟ ବୁକିଂ କରିବା ପୂର୍ବରୁ ନିକ ଆକାଉଣ୍ଟକୁ ଭେରିଫାଏ କରିବାକୁ ପଡ଼ିବ। ଭାରତୀୟ ରେଳ ର ସହଯୋଗୀ କମ୍ପାନୀ ଆଇଆରସିଟିସି ନିୟମ ଅନୁସାରେ ୟୁଜର୍ସଙ୍କୁ ଅନଲାଇନ ଟିକେଟ ବୁକିଂ କରିବା ପୂର୍ବରୁ ନିଜ ମୋବାଇଲ ନମ୍ବର ଓ ଇମେଲ ଆଇଡ଼ିକୁ ଭେରିଫାଏ କରିବାକୁ ହେବ। ଏହାବିନା ଟିକେଟ ବୁକିଂ ହୋଇପାରିବ ନାହିଁ।

ମହାମାରୀ ସମୟରେ ଅନେକ ଲୋକ ଏହି ଆପ୍‌ ଜରିଆରେ ଟିକେଟ ବୁକିଂ କରିଛନ୍ତି। ଯଦି ଆପଣ ଲମ୍ବା ସମୟ ପର୍ଯ୍ୟନ୍ତ ଟିକେଟ ବୁକିଂ କରିନାହାନ୍ତି ତେବେ ପ୍ରଥମେ ଭେରିଫିକେସନ କରିନେବା ଜରୁରୀ।

ଏପରି ନିଜ ମୋବାଇଲ ନମ୍ବର ଓ ଇମେଲ କୁ କରନ୍ତୁ ଭେରିଫାଏ:
-ଆଇଆରସିଟିସି ଆପ୍‌ ର େଓ୍ଵବସାଇଟରେ ଥିବା ଭେରିଫିକେସନ ଓ୍ଵିଣ୍ଡୋ ରେ କ୍ଲିକ କରନ୍ତୁ।
-ଏଠାରେ ଆପଣ ନିଜ ରେଜିଷ୍ଟ୍ରର୍ଡ ମୋବଇଲ ନମ୍ବର ଓ ଇମେଲ ଆଇଡି ଦର୍ଜ କରନ୍ତୁ। ପରେ ଭେରିଫାଏ ବଟନ ରେ କ୍ଲିକ କରନ୍ତୁ।
-ଏହାପରେ ଆପଣଙ୍କ ନମ୍ବରକୁ ଏକ ଓଟିପି ଆସିବ , ହାକୁ ଏଣ୍ଟର କରାନ୍ତୁ।
-ଏହାପରେ ଇମେଲ ଆଇଡି ରେ କୋଡ ଆସିବ ଏହାକୁ ଏଣ୍ଟର କରିବା ପରେ ଆଇଡ଼ି ଭେରିଫାଏ ହେବ।
-ଏବେ ର୍ଆପଣ ଯେ କୌଣସି ଟ୍ରେନ ପାଇଁ ଅନଲାଇନ ଟିକେଟ ବୁକିଂ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.