Below header

ଘୁଞ୍ଚିଲା ଜେଇଇ ମେନ୍‌ ପରୀକ୍ଷା ଆବେଦନର ଶେଷ ତାରିଖ

ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି ଦ୍ୱାରା ଜାନୁଆରୀରେ ଆୟୋଜିତ ହେବାକୁଥିବା ଜେଇଇ ମେନ୍‌ ପରୀକ୍ଷା ପାଇଁ ଆବେଦନ କରିବାର ଶେଷ ତାରିଖ ବଢାଇ ଦିଆଯାଇଛି। ବର୍ତ୍ତମାନ ଆବେଦନକାରୀମାନେ ୧୦ ଅକ୍ଟୋବର ୨୦୧୯ ପର୍ଯ୍ୟନ୍ତ ଆବେଦନ କରିପାରିବେ। ପ୍ରଥମେ ଆବେଦନ କରିବାର ଶେଷ ତାରିଖ ୩୦ ସେପ୍ଟେମ୍ବର ରହିଥିଲା। ଯେଉଁ ପାର୍ଥୀମାନେ ବର୍ତ୍ତମାନ ଆବେଦନ କରିନାହାନ୍ତି ବିର୍ତ୍ତମାନ ଜେଇଇ ଅଫିସିୟାଲ ୱେବସାଇଡ୍‌ jeemain.nic.in   ଜରିଆରେ ୧୦ ଅକ୍ଟୋବର ମଧ୍ୟରେ ଆବେଦନ କରିପାରିବେ।

ପରୀକ୍ଷାର ଶେଷ ତାରିଖ କିମ୍ବା ଅନ୍ୟ କୌଣସି ଡିଟେଲ୍ସରେ ପରିବର୍ତ୍ତନ କରାଯାଇନାହିଁ। ଆବେଦନ ପକ୍ରିୟା ୩ ସେପ୍ଟେମ୍ବରରୁ ଆରମ୍ଭ ହୋଇସାରିଛି। ପରୀକ୍ଷା ୬  ରୁ ୧୧ ଜାନୁଆରୀ ୨୦୨୦ ରେ କରାଯିବ। ପରୀକ୍ଷା ପାଇଁ ଆଡମିଟ୍‌ କାର୍ଡ ୬ ଡିସେମ୍ବର ୨୦୧୯ରେ ୱେବସାଇଡ୍‌ ରେ ଜାରି କରାଯିବ।

JEE-Mainଜେଇଇ ମେନ୍‌ ପରୀକ୍ଷା ବର୍ଷରେ ଦୁଇଥର ହେବ। ଏହିପରି ଦ୍ୱିତୀୟ ପର୍ଯ୍ୟାୟର ପରୀକ୍ଷା ଏପ୍ରିଲ ମାସରେ କରାଯିବ। ଏଥିପାଇଁ ରେଜିଷ୍ଟେସନ ୭ ଫେବୃଆରୀରୁ ୭ ମାର୍ଚ୍ଚ ୨୦୨୦ ମଧ୍ୟରେ କରାଯିବ। ପରୀକ୍ଷା ୯ ଏପ୍ରିଲରୁ ୧୩ ଏପ୍ରିଲ ପର୍ଯ୍ୟନ୍ତ ଆୟୋଜିତ ହେବ। ଏହାର ରେଜଲ୍ଟ ୩୦ ଏପ୍ରିଲ ୨୦୨୦ରେ ଜାରି କରାଯିବ। NTA ପୂର୍ବରୁ ପରୀକ୍ଷା ପାଇଁ ସିଲାବସ୍‌ ମଧ୍ୟ ଜାରି କରିସାରିଛି।

ଜେଇଇ ମେନ୍‌ ପରକ୍ଷାରେ ଆବେଦନ କରିବା ପାଇଁ ଛାତ୍ର-ଛାତ୍ରୀମାନେ +୨ ବୋର୍ଡ ପରୀକ୍ଷାରେ ୭୫ ପ୍ରତିଶତ କିମ୍ବା ଟପ୍‌-୨୦ ପ୍ରତିଶତରେ ସ୍ଥାନ ପାଇଥିବା ଆବଶ୍ୟକ। ଏସସି ଏବଂ ଏସଟି ବର୍ଗର ପାର୍ଥୀମାନଙ୍କ ପାଇଁ ୬୫ ପ୍ରତିଶତ ଆବଶ୍ୟକ। ଆବେଦନକାରୀମାନଙ୍କ ପାଇଁ କୌଣସି ପ୍ରକାର ବୟସ ସୀମା ନିର୍ଦ୍ଦାରିତ କରାଯାଇନାହିଁ।

ଏହାସହ ପଢନ୍ତୁ: ୯ଟି ବ୍ୟାଙ୍କ ବନ୍ଦ ହେବା ନେଇ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଲା ରିଜର୍ଭ ବ୍ୟାଙ୍କ, କହିଲା ଏମିତି

ଏପରି କରନ୍ତୁ ଆବେଦନ:

ଜେଇଇ ୱେବସାଇଡ୍‌ jeemain.nic.in ଜରିଆରେ ହୋମ୍‌ ପେଜ୍‌ ‘ଜେଇଇ ମେନ୍‌ ଜାନୁଆରୀ ସତ୍ର ୨୦୨୦’ ଲିଙ୍କ୍‌ରେ କ୍ଲିକ୍‌ କରନ୍ତୁ। ଏହାପରେ ନୂଆ ପେଜ୍‌ରେ ଡିଟେଲ୍ସ ଦେଇ ଲଗ-ଇନ୍‌ କରିପାରିବେ। ବର୍ତ୍ତମାନ  ଫର୍ମକୁ ଧ୍ୟାନରେ ପଢି ସୂଚନା ଅନୁଯାୟୀ ଫଟୋ ଅପଲୋଡ୍‌ କରନ୍ତୁ। ଶେଷରେ ନିର୍ଦ୍ଦାରିତ ମୂଲ୍ୟ ଦେବା ସହ ସବମିଟ୍‌ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.