ପ୍ରଣତିଙ୍କ ପ୍ରାଣ ଆରିସା, ଦେଶ ବିଦେଶରେ ସାଉଁଟୁଛି ଆଦର

ନୂଆପଡା : ନୂଆପଡା ଜିଲ୍ଲା ଖଡିଆଳ ସହରସ୍ଥିତ ବିଶୋଇ କଲୋନୀର ପ୍ରଣତି ବିଶୋଇ। ତାଙ୍କ ହାତ ତିଆରି ଆରିଶା ପିଠା ଏବେ ବିଦେଶୀଙ୍କ ପ୍ରଥମ ପସନ୍ଦ ପାଲଟିଛି । ପାରମ୍ପରିକ ଓଡିଆ ଖାଦ୍ୟ ହଜିଯାଉଥିବାବେଳେ ପ୍ରଣତିଙ୍କ ଆରିଶା ପିଠା ଏବେ ସମସ୍ତଙ୍କ ମନ କିଣିନେଇଛି । ସାତ ବର୍ଷ ହେବ ପ୍ରଣତି ଆରିଶା ପିଠା ବିକ୍ରି କରିଆସୁଛନ୍ତି । ହାତ ତିଆରି ଏହି ପିଠା ଅତ୍ୟନ୍ତ ସୁଆଦିଆ ହେତୁ ଲୋକ ପସନ୍ଦ କରୁଛନ୍ତି । ଗୁଡ ଓ ଚିନିରେ ରେ ଏହି ଆରିଶା ପିଠାକୁ ପ୍ରସ୍ତୁତ କରିଥାନ୍ତି । ଲୋକଙ୍କଠାରୁ ଅର୍ଡର ମଧ୍ୟ ନେଇଥାନ୍ତି ପ୍ରଣତି । ଏହି କାର୍ଯ୍ୟରେ ପୁରା ନିଷ୍ଠାରେ ତାଙ୍କୁ ତାଙ୍କ ସ୍ବାମୀ ସହଯୋଗ କରିଥାନ୍ତି ।

arisa-pithaଏହି ଆରିଶା ପିଠାକୁ ବିକ୍ରୀ କରି ସେ ମାସକୁ ପାଖାପାଖି ୧୦ହଜାର ଟଙ୍କା ବ୍ୟବସାୟ କରିଥାନ୍ତି । କେବଳ ଓଡିଶାରେ ନୁହେଁ ଦେଶ ବିଦେଶର ବିଭିନ୍ନ ସ୍ଥାନକୁ ଏହି ପିଠା ପଠାଇଥାନ୍ତି ପ୍ରଣତି । ଏପରି କି, ସୁଦୁର ଆମେରିକା,ଦୁବାଇ, ଋଷିଆ ଆଦିକୁ ଏହି ପିଠା ପଠାଯାଇଥାଏ । ଏପରି କି, ଲୋକେ ପ୍ରଣତିଙ୍କ ଠାରୁ ଆରିଶା କିଣି ବାହାରକୁ ପଠାଇଥାନ୍ତି । ପ୍ରଥମେ ପ୍ରଥମେ ହାତ ତିଆରି ଆରିଶା ପିଠାକୁ ଲୋକେ ଆଦରି ନେବାରୁ ସେହି ଦିନଠାରୁ ଆରିଶା ତିଆରି କରି ଚାଲିଛନ୍ତି  ପ୍ରଣତି।

ଏହାସହ ପଢନ୍ତୁ:

ଜଣେ ଅଲୋଡ଼ା ଖେଳାଳିଙ୍କ ଜୀବନ ସଂଘର୍ଷର କାହାଣୀ, ଦିନେ ଥିଲେ ଓଡ଼ିଶା ଦଳର ଅଧିନାୟିକା ଏବେ ଘର ଘର ବୁଲି ବାଣ୍ଟୁଛନ୍ତି…

ପ୍ରଣତିଙ୍କ ଆରିଶା ପିଠାର ଏକ ନିଆରା ସ୍ବାଦ ରହିଛି । ପରିସ୍କାର ପରିଚ୍ଛନ ସାଙ୍ଗକୁ ସୁଆଦିଆ ହେତୁ ଲୋକେ ଏହି ପିଠାକୁ ବିଶେଷଭାବେ ପସନ୍ଦ କରୁଛନ୍ତି । ବର୍ତ୍ତମାନ ପାର୍ବଣର ସମୟ ତେଣୁ ଏହି ପିଠା ପାଇଁ ପ୍ରଣତିଙ୍କ ପାଖକୁ ବହୁତ ଅର୍ଡର ଆସୁଛି । ତେଣୁ ଦିନରାତି ଏକ କରି ସେ ଏହି କାମରେ ମଜିଯାଇଛନ୍ତି । ଏହି ଆରିଶା ପିଠା ପ୍ରଣତିଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଥିବାବେଳେ ଓଡିଶାର ପରମ୍ପରାକୁ ଦେଶ ବିଦେଶରେ ପ୍ରଚାର ପ୍ରସାର ମଧ୍ୟ କରିପାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.