Below header

ଏୟାରଟେଲ-ଭୋଡାଫୋନକୁ ପଛରେ ପକାଇ ଦେଶର ସବୁଠାରୁ ବଡ ଦୂରସଞ୍ଚାର କମ୍ପାନୀ ହେଲା jio

ରିଲାଏନ୍ସ ଜିଓ ତିନି ବର୍ଷ ପରେ ଦେଶର ସବୁଠାରୁ ବଡ ଦୂରସଞ୍ଚାର କମ୍ପାନୀର ନାମକୁ ନିଜ ନାମରେ କରିଛି। ଭାରତୀୟ ଦୂରସଞ୍ଚାର ନିୟମ ପ୍ରାଧିକରଣ (ଟ୍ରାଇ) ଦ୍ୱାରା ୨୦୧୯ ଜାରି କରାଯାଇଥିବା ତାଲିକାର ଶୀର୍ଷରେ ରହିଛି ରିଲାଏନ୍ସ ଜିଓ । ଦ୍ୱିତୀୟ ସ୍ଥାନରେ ଏୟାରଟେଲ ଥିବା ବେଳେ ତୃତୀୟ ସ୍ଥାନକୁ ଖସିଆସିଛି ଭୋଡାଫୋନ ଆଇଡିଆ । ସୂଚନା ଅନୁଯାୟୀ ନଭେମ୍ବର ୨୦୧୯ରେ ରିଲାଏନ୍ସ ଜିଓର ମାର୍କେଟିଙ୍ଗ ସେୟାର ଥିଲା ୩୨.୦୪ ପ୍ରତିଶତ । ସେହିପରିନଭେମ୍ବରରେ ଜିଓ ୫୬ ଲକ୍ଷ ନୂଆ ଗ୍ରାହକକୁ ନିଜ ସହ ଯୋଡିଥିଲା ।

jioସେହିପରି ଭାରତୀ ଏୟାରଟେଲର ମାର୍କେଟିଙ୍ଗ ସେୟାର ୨୮.୩୫ ପ୍ରତିଶତ ଓ ଭୋଡାଫୋନ ଆଇଡିଆ ମାର୍କେଟିଙ୍ଗ ସେୟାର ୨୯.୧୨ ପ୍ରତିଶତ ରହିଛି। ସେହିପରି ନଭେମ୍ବରରେ ଭୋଡାଫୋନକୁ ଅକ୍ଟୋବର ମାସ ମୁକାବିଲାରେ ୩ ଦଶମିକ ୬୪ କୋଟି ଗ୍ରାହକ ଛାଡିଥିଲେ । ଯେଉଁ କାରଣରୁ ଭୋଡାଫୋନର ମାର୍କେଟ ସେୟାରରେ ୯ ଦଶମିକ ୭ ପ୍ରତିଶତର କ୍ଷତି ଉଠାଇବାକୁ ପଡିଲା ।

jioଭାରତୀ ଏୟାରଟେଲ ୱାୟରଲେସ କ୍ୟାଟଗୋରୀରେ ୧୬ ଲକ୍ଷ ନୂଆ ଗ୍ରାହକକୁ ନିଜ ନେଟୱାର୍କ ସହ ଯୋଡିପାରିଛି । ଅକ୍ଟୋବର ୨୦୧୯ରେ ଏୟାରଟେଲକୁ ୮୮୩୦ କୋଟି ଗ୍ରାହକ ଛାଡିଥିବା ସୂଚନା ମିଳିଛି । ସେହିପରି ବିଏସଏନଏଲ ୬୩.୮ ଲକ୍ଷ ଗ୍ରାହକ ଥିଲେ, ଯାହା ସେପ୍ଟେମ୍ବର ମାସରେ କମି ୬୩.୭ ଲକ୍ଷ ହୋଇଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.