ସାରା ରାଜ୍ୟରେ ଶୀତ ସାଙ୍ଗକୁ କଲବଲ କରୁଛି କୁହୁଡ଼ି, ଗତ ୨୪ ଘଣ୍ଟାରେ ଚାନ୍ଦବାଲିରେ ଲୋ ଭିଜିବିଲିଟି ରେକର୍ଡ

ଭୁବନେଶ୍ବର: ସାରା ରାଜ୍ୟରେ ଶୀତ ସାଙ୍ଗକୁ କୁହୁଡ଼ି କରୁଛି କଲବଲ । ଗତ ୨୪ ଘଣ୍ଟାରେ ଚାନ୍ଦବାଲିରେ ଲୋ ଭିଜିବିଲିଟି ରେକର୍ଡ କରାଯାଇଛି । ଏଠାରେ ମାତ୍ର ୨୫ ମିଟର ଥିଲା ଭିଜିବିଲିଟି । ଗତକାଲି ଅନୁଗୁଳରେ ସର୍ବନିମ୍ନ ତାପମାତ୍ରା ୭.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେହିପରି ଭୁବନେଶ୍ୱର ସର୍ବନିମ୍ନ ତାପମାତ୍ରା ୧୬.୭ ଡିଗ୍ରୀ ସେଲସିୟସ ରହିଥିଲା । ଆସନ୍ତା ୫ ଦିନ ଯାଏ ଘନ କୁହୁଡ଼ି ଲାଗି ରହିବ । ସେହିପରି ଆସନ୍ତା ୩ରୁ ୪ ଦିନ ଯାଏ ରାତିର ତାପମାତ୍ରାରେ ବଡ଼ ଧରଣର ପରିବର୍ତ୍ତନ ଘଟିବାର ସମ୍ଭାବନା ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.