ମୁଣ୍ଡରେ ତିନୋଟି ଗୁଳି ଲାଗିବା ପରେ ମଧ୍ୟ ୭ କିଲୋମିଟର ଅତିକ୍ରମ କରି ପହଁଚିଲେ ପୋଲିସ ଷ୍ଟେସନ ଆଉ କହିଲେ….

ସମାଜ ଯେତେ ଉନ୍ନତି କରିଚାଲିଛି ମଣିଷ ସେତେ ନିଜର ମାନବିକତା ହରାଇବାରେ ଲାଗିଛି । ଆଜିର ଦୁନିଆରେ ବୋଧହୁଏ ଧନ ସମ୍ପତ୍ତି ମଣିଷ ପାଇଁ ସବୁକିଛି ସେଥିପାଇଁ ବେଳେବେଳେ ମଣିଷ ଏତେ ତଳକୁ ଖସିଯାଏ ଯେ ଆପଣ କେବେ ଏକଥା କଳ୍ପନା କରିପାରିବେ ନାହିଁ । ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପଞ୍ଜାବର ମୁକ୍ତସର ଜିଲ୍ଲାରେ । ସାମାନ୍ୟ କିଛି ଧନସମ୍ପତ୍ତି ଲୋଭରେ ଦଶମ ଶ୍ରେଣୀରେ ପଢ଼ୁଥିବା ଜଣେ ବାଳକ ନିଜ ପିଉସିଙ୍କ ଉପରକୁ ଗୁଳିଚାଳନା କରିଛି । ତାହେଲେ ଆସନ୍ତୁ ଜାଣିବା କଣ ଥିଲା ସମ୍ପୂର୍ଣ୍ଣ ଘଟଣା ।

Image result for punjab-muktsar-three-bullets-in-head-woman-drives-7-km-to-police-station

ଶରୀର ଓ ମୁଣ୍ଡରେ ତିନୋଟି ଗୁଳି ଲାଗିବା ପରେ ମଧ୍ୟ ଜଣେ ୪୨ ବର୍ଷୀୟ ମହିଳା ୭ କିଲୋମିଟର ଅତିକ୍ରମ କରି ନିଜ ଭାଇ ଓ ଭଣଜାଙ୍କ ଵିରୋଧରେ ଜମି ହଡପ କରିବା ମାମଲାରେ ଅଭିଯୋଗ କରିବା ପାଇଁ ପହଂଚିଥିଲେ । ତେବେ ସୁମିତ କୌର ନାମକ ଏହି ମହିଳାଙ୍କ କହିବା ଅନୁଯାୟୀ ଜମି ବିବାଦକୁ ନେଇ ତାଙ୍କ ଭଣଜା (ଭାଇଙ୍କ ପୁଅ) ସୁମିତଙ୍କ ମା ସୁଖବିନ୍ଦର କୌର ଓ ସୁମୀତଙ୍କୁ ମାରିବା ପାଇଁ ଚେଷ୍ଟା କରୁଥିଲେ । କୌଣସି ମତେ ଏହି ଦୁଇଜଣ ବଂଚିଯାଇଥିଲେ ସତ କିନ୍ତୁ ଗୁରୁତର ଭାବେ ଆହତ ହୋଇଥିଲେ ।

Image result for punjab-muktsar-three-bullets-in-head-woman-drives-7-km-to-police-station

ସୂଚନା ଅନୁଯାୟୀ ଘଟଣାଟି ଘଟିଛି ପଞ୍ଜାବର ମୁକ୍ତସର ଜିଲ୍ଲାର ଏକ ଗ୍ରାମରେ । ଅଭିଯୁକ୍ତ ଜଣକ ଦଶମ ଶ୍ରେଣୀରେ ପାଠ ପଢ଼ନ୍ତି । ସୁମିତଙ୍କ କହିବା ଅନୁଯାୟୀ ପିତାଙ୍କ ମୃତ୍ୟୁ ପରେ ସୁମିତ ଓ ତାଙ୍କ ମା’ଙ୍କୁ ୧୬ ଏକର ଜମି ମିଳିଥିଲା । ତେବେ ତାଙ୍କ ଭାଇ ହରିନ୍ଦର ସିଂ ଏହାକୁ ହଡପ କରିବାପାଇଁ ଚାଁହୁଥିଲେ ଯେଉଁଥିପାଇଁ ସେ ତାଙ୍କୁ ମାରିବାକୁ ମଧ୍ୟ ପଛାଇନଥିଲେ । ପୋଲିସ ଷ୍ଟେସନ ପହଂଚିବା ପରେ ଦୁଇ ମହିଳାଙ୍କୁ ପ୍ରଥମେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଓ ଡାକ୍ତରମାନେ ମଧ୍ୟ ତାଙ୍କ ଦେହରୁ ଗୁଳି ବାହାର କରିବାରେ ସକ୍ଷମ ରହିଥିଲେ ।

Image result for punjab-muktsar-three-bullets-in-head-woman-drives-7-km-to-police-station

ଏହାସହିତ ସୁମିତ କହିଛନ୍ତି ଯେ ତାଙ୍କ ଭାଇ ଓ ଭଣଜା ପୂର୍ବରୁ ମଧ୍ୟ ତାଙ୍କୁ ମାରିବାକୁ ଚେଷ୍ଟା କରିଥିଲେ । ତେବେ ପୋଲିସ ଯୁବକ ଓ ତାଙ୍କ ବାପାଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.