ଜିଓର ସ୍ବତନ୍ତ୍ର ଅଭିଯାନ, ନୂଆ ଇଣ୍ଟରନେଟ ବ୍ୟବହାରକାରୀଙ୍କୁ ଡିଜିଟାଲ ଉଡାଣ କାର୍ଯ୍ୟକ୍ରମରେ କରିବ ସଶକ୍ତ

ଟେଲିକମ ସେକ୍ଟରରେ ସର୍ବାଧିକ ଲୋକପ୍ରିୟ ହାସଲ କରିଥିବା ରିଲାଏନ୍ସ ଜିଓ ଏବେ ଭାରତରେ ଏକ ଡିଜିଟାଲ୍‌ ସାକ୍ଷରତା କାର୍ଯ୍ୟକ୍ରମର ଘୋଷଣା କରିଛି। ଯାହର ନାମ ‘ଡିଜିଟାଲ୍‌ ଉଡାନ୍‌’ ଦିଆଯାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ନୂଆକରି ଇଣ୍ଟରନେଟ ବ୍ୟବହାର କରୁଥିବା ଲୋକଙ୍କୁ ଇଣ୍ଟରନେଟର ଉପକାରିତା ଓ କାର୍ଯ୍ୟଧାରା ସମ୍ପର୍କରେ ବୁଝାଇବା ଓ ଡିଜାଟାଲ ସ୍ବାକ୍ଷରତା ମାଧ୍ୟମରେ ଲୋକଙ୍କୁ ସଶକ୍ତ କରିବା।

ଆହୁରି ପଢନ୍ତୁ ଅମରନାଥ ଯାତ୍ରୀଙ୍କ ପାଇଁ ଜିଓ ଲଞ୍ଚ କଲା ୧୦୨ ଟଙ୍କାର ପ୍ରିପେଡ ପ୍ଳାନ

ଏହି କାର୍ଯ୍ୟକ୍ରମ ଫେସବୁକ ସହ ମିଳିତ ହୋଇ ୧୩ଟି ରାଜ୍ୟର ହାରାହାରି ୨୦୦ଟି ଅଞ୍ଚଳରେ ଶୁଭାରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପାଖାପାଖି ୧୦ଟି ଆଞ୍ଚଳିକ ଭାଷାକୁ ସ୍ଥାନ ଦେଇ ଜିଓ ବ୍ୟବହାରକାରୀଙ୍କୁ ଅଡିଓ ଭିସୁଆଲ ମାଧ୍ୟମରେ ପ୍ରଶିକ୍ଷଣ ଦିଆଯାଉଛି। ଖୁବ ଜଲଦି ଏହି ଡିଜିଟାଲ ଉଡାଣ କାର୍ଯ୍ୟକ୍ରମ ୭୦୦୦ରୁ ଉର୍ଦ୍ଧ ସ୍ଥାନରେ ପହଞ୍ଚି ନୂଆକରି ଇଣ୍ଟରନେଟ ବ୍ୟବହାର କରୁଥିବା ଲୋକଙ୍କୁ ସଶକ୍ତ କରିବାରେ ସାହାଯ୍ୟ କରିବ।

ଆହୁରି ପଢନ୍ତୁ ଏବେ ବିନା ନେଟୱାର୍କରେ କଲ କରିପାରିବେ BSNL ବ୍ୟବହାରକାରୀ, କମ୍ପାନୀ ଆଣୁଛି ନୂଆ ଟେକ୍ନୋଲୋଜି

ଜିଓର ନିର୍ଦ୍ଦେଶକ ମୁକେଶ ଅମ୍ବାନୀଙ୍କ କହିବା ମୁତାବକ ଏହି ଡିଜିଟାଲ ଉଡାଣ କାର୍ଯ୍ୟକ୍ରମକୁ ଭାରତର ପ୍ରତିଟି ଗାଁ ଓ ସହରରେ ପହଞ୍ଚାଇ ସାରାଦେଶରେ ଶତପ୍ରତିଶତ ଡିଜିଟାଲ ସାକ୍ଷରତା କରିବାର ଲକ୍ଷ୍ୟ ରଖାଯାଇଛି।ପ୍ରତ୍ୟେକ ଶନିବାର ଦିନ ଜିଓର ବ୍ୟବହାରକାରୀଙ୍କ ସହ ଏହି ଡିଜିଟାଲ ଉଡାଣ ଅଭିଯାନ ମାଧ୍ୟମରେ ସମ୍ପର୍କ ରଖାଯିବ। ଯେଉଁଥିରେ ବ୍ୟବହାରକାରୀଙ୍କୁ ଜିଓ ଫୋନ୍‌ର ବିଭିନ୍ନ ସୁବିଧା, ବିଭିନ୍ନ ଆପର ବ୍ୟବହାର, ଇଣ୍ଟରନେଟ୍‌ର ନିରାପତ୍ତା ଏବଂ ଫେସବୁକ୍‌କୁ କେମିତି ସହଜ,ସୁରକ୍ଷିତ ଏବଂ ନିରାପଦରେ ବ୍ୟବହାର କରିପାରିବେ ସେହି ବିଷୟରେ ଅବଗତ କରାଯିବ।

ଏହି ଅଭିଯାନରେ ଭାଗ ନେଉଥିବା ଜିଓ ବ୍ୟବହାରକାରୀ ମାନେ ଡିଜିଟାଲ ମାଧ୍ୟମରେ ଭାରତ ଓ ବିଶ୍ୱ ସହ ଯୋଡ଼ି ହୋଇପାରିବେ ତା ସହ ଆବଶ୍ୟକ ସେବା ଓ ମନୋରଂଜନ ଫୋନ୍‌ର ଫେସବୁକ୍‌ ଓ ଜିଓ ଆପ୍‌ ମାଧ୍ୟମରେ ପାଇପାରିବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.