Below header

ହାରେନ ପାଣ୍ଡ୍ୟା ହତ୍ୟା ମାମଲା, ସୁପ୍ରିମକୋର୍ଟ କଲେ ୧୨ ଜଣଙ୍କୁ ଦୋଷୀ ସାବ୍ୟସ୍ତ

ହାରେନ ପାଣ୍ଡ୍ୟା ହତ୍ୟା ମାମଲାରେ ୧୨ ଜଣଙ୍କୁ ଦୋଷୀ ସାବ୍ୟସ୍ତ କଲେ ସୁପ୍ରିମକୋର୍ଟ । ହାରେନ ପାଣ୍ଡ୍ୟାଙ୍କୁ ୨୦୦୩ ମସିହାରେ ହତ୍ୟା କରାଯାଇଥିଲା। ହେ ହେଉଛନ୍ତି ଗୁଜରାଟର ପୂର୍ବତନ ଗୃହମନ୍ତ୍ରୀ । ଗୁଜରାଟ ହାଇକୋର୍ଟରୁ ଏହି ୧୨ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ । ହାଇକୋର୍ଟ ରାୟକୁ ସିବିଆଇ ଓ ଗୁଜରାଟ ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ।

ଅନ୍ୟପକ୍ଷରେ ସାନି ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ସିପିଆଇଏଲ ନାମକ ଏନଜିଓ କରିଥିବା ପିଆଇଏଲକୁ କୋର୍ଟ ଖାରଜ କରି ଦେଇଛନ୍ତି । ଏଥି ସହ ପାଣ୍ଡ୍ୟା ହତ୍ୟା ଘଟଣାରେ ଆଉ କୌଣସି ଆବେଦନ ଗ୍ରହଣ କରାଯିବ ନାହିଁ ବୋଲି କହିବା ସହ ସିପିଆଇଏଲ ଉପରେ ୫୦ ହଜାର ଟଙ୍କାର ଜରିମାନା କରିଛନ୍ତି ସୁପ୍ରିମକୋର୍ଟ । ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ଥିବା ବେଳେ ୨୦୦୩ ମାର୍ଚ୍ଚ ୨୬ ତାରିଖରେ ପାଣ୍ଡ୍ୟାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.