ଶିକ୍ଷାର ମାନ ବଢାଇବା ପାଇଁ ନିଆରା ଉଦ୍ୟମ, ଫୁଲ ଗଛ ବିକି ଅତିଥି ଶିକ୍ଷକଙ୍କ ଦରମା ଦିଏ ଏହି ସ୍କୁଲ

ଦେଶରେ ଶିକ୍ଷା ବ୍ୟବସ୍ଥା ସୁଦୃଢ କରିବାକୁ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଏବେ ବି ବହୁ ସ୍କୁଲରେ ଶିକ୍ଷକ ନାହାନ୍ତି। କର୍ଣ୍ଣାଟକର ବଣ୍ଟଓ୍ଵାଲ ଓଜାଲା ଗାଁରେ ରହିଛି ଏକ ପ୍ରାଥମିକ ସରକାରୀ ବିଦ୍ୟାଳୟ। ସ୍କୁଲରେ ଅଛନ୍ତି ମାତ୍ର ୨ଜଣ ଶିକ୍ଷକ । ଛାତ୍ରଛାତ୍ରୀମାନଙ୍କ ପାଠପଢା ପାଇଁ ଆବଶ୍ୟକୀୟ ଶିକ୍ଷକ ଯୋଗାଇଦେବାକୁ ସ୍କୁଲ କର୍ତ୍ତୃପକ୍ଷ ନିଆରା ପଦକ୍ଷେପ ନେଇଛନ୍ତି। ବାହାରୁ ଅତିଥି ଶିକ୍ଷକଙ୍କୁ ଆଣିବାକୁ ସ୍କୁଲ କର୍ତ୍ତୃପକ୍ଷ ସ୍କୁଲ ପରିସରରେ ଫୁଲ ଗଛ ଲଗାଉଛନ୍ତି। ଫୁଲକୁ ବଜାରରେ ବିକ୍ରି କରି ଉକ୍ତ ଟଙ୍କାରେ ଅତିଥି ଶିକ୍ଷକଙ୍କୁ ଦରମା ଦିଆଯାଉଛି। ୨ଜଣ ଅତିଥି ଶିକ୍ଷକଙ୍କୁ ଆଣିବାକୁ ସେମାନେ ପ୍ରତିବର୍ଷ ଏପରି ଫୁଲ ଚାଷ କରୁଥିବା କହିଛନ୍ତି ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.