Below header

ଗ୍ରାହକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆଣିଲା Jio, ରିଚାର୍ଜ କଲେ ମିଳୁଛି କ୍ୟାସବ୍ୟାକ ଅଫର

ରିଲାଏନ୍ସ ଜିଓ ନିଜ ଗ୍ରାହକ ମାନଙ୍କ ପାଇଁ ଏକ ନୂଆ ରିଚାର୍ଜ ଅଫର ଲଞ୍ଚ କରିଛି । ଏହାର ଆରମ୍ଭ ଫେବୃଆରୀ ୧୬ ତାରିଖରୁ ହୋଇଥିବା ବେଳେ ଫେବୃଆରୀ ୨୮ ପର୍ଯ୍ୟନ୍ତ ଏହା ଚାଲୁ ରହିବ । ଏହି ଅଫର ଜରିଆରେ ରିଚାର୍ଜ କଲେ କ୍ୟାସବ୍ୟାକ ସମେତ ରିୱାର୍ଡ ଦେବ କମ୍ପାନୀ । ଏମିତିକି ୧୦୦
ଟଙ୍କା ପର୍ଯ୍ୟନ୍ତର କ୍ୟାସବ୍ୟାକ ଦିଆଯାଉଥିବା ବେଳେ ୧୦୦୦ ଟଙ୍କାର ରିୱାର୍ଡ ଦେଉଛି କମ୍ପାନୀ । ତେବେ ଆସନ୍ତୁ ଏବାବଦରେ ଜାଣିବା ।

ନୂଆ ଅଫର ଅନୁଯାୟୀ ଯଦି ଆପଣ Paytmରୁ ନିଜ ଜିଓ ନମ୍ବରକୁ ରିଚାର୍ଜ କରାନ୍ତି ତେବେ ୧୦୦ ଟଙ୍କା ପର୍ଯ୍ୟନ୍ତର କ୍ୟାସବ୍ୟାକ ମିଳିବ । ନୂଆ ଅଫର ଜିଓ ଗ୍ରାହକଙ୍କ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ରିଚାର୍ଜ ସୁବିଧା ଥିବା ବେଳେ ପୁରୁଣା ଗ୍ରାହକ ମାନଙ୍କୁ ୧୦୦୦ ଟଙ୍କା ପର୍ଯ୍ୟନ୍ତର ରିୱାର୍ଡ ମିଳୁଛି | ଏହାର ଫାଇଦା ନେବା ପାଇଁ ଆପଣଙ୍କୁ ପେଟିଏମରୁ ଅତି କମରେ ୪୮ ଟଙ୍କାର ରିଚାର୍ଜ କରିବାକୁ ହେବ । ରିୱାର୍ଡରେ ଆପଣଙ୍କୁ ମିଳୁଥିବା କୁପନରେ ଆପଣ ଯେକୌଣସି ମଲରୁ ସପିଙ୍ଗ କରିବାର ସୁବିଧା ପାଇପାରିବେ ।

ଯଦି ଆପଣ ଜିଓର ନୂଆ ଗ୍ରାହକ ଓ Phonepay ରୁ ରିଚାର୍ଜ କରାନ୍ତି ତେବେ ୧୪୦ ଟଙ୍କାର କ୍ୟାସବ୍ୟାକ ମିଳିବ । ଏହା ସହ ୨୬୦ ଟଙ୍କାର ସ୍କ୍ରାଚ ଏଣ୍ଡ ବିନ ରିୱାର୍ଡ ମିଳିବ । ପ୍ରଥମ ରିଚାର୍ଜରେ ୮୦ ଟଙ୍କା ଓ ଦ୍ଵିତୀୟ, ତୃତୀୟ ରିଚାର୍ଜରେ ୬୦-୬୦ ଟଙ୍କା କ୍ୟାସବ୍ୟାକ ମିଳିବ । ୟୁପିଆଇ ଆଇଡିରୁ ରିଚାର୍ଜ କଲେ ବି ଏହି ସର୍ତ୍ତ ଲାଗୁ ହେବ । Amazon ସହ ଜିଓ ଅଫର ଦେଖିବେ ତ Amazon ପେରେ ୧୨୫ ଟଙ୍କାର ରିୱାର୍ଡ ମିଳୁଛି । କିନ୍ତୁ ଏହାର ଫାଇଦା ଉଭୟ ନୂଆ ଓ ପୁରୁଣା ଗ୍ରାହକ ମାନେ ନେଇ ପାରିବେ । ରିବାର୍ଡ ପଏଣ୍ଟ ବ୍ୟବହାର Amazon ସପିଙ୍ଗରେ କରାଯାଇ ପାରିବ । Mobikwik ଓ Freechargeରେ ଏହି ଅଫର ମିଳିପାରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.