Below header

ଏମିତି ବି ଆସେ ମୃତ୍ୟୁ! ଲାଇଭ୍‌ ମ୍ୟାଚ୍‌ ବେଳେ ଚାଲିଗଲା କ୍ରିକେଟରଙ୍କ ଜୀବନ; ଦେଖନ୍ତୁ ପୂରା ଭିଡିଓ

ଲାଇଭ୍‌ ମ୍ୟାଚ୍‌ ବେଳେ ଚାଲିଗଲା କ୍ରିକେଟରଙ୍କ ଜୀବନ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ପୁନେରେ। ଏଠାରେ ଲାଇଭ୍‌ ମ୍ୟାଚ୍‌ ବେଳେ ନନ୍‌ ଷ୍ଟ୍ରାଇକର ଏଣ୍ଡରେ ଛିଡା ହୋଇଥିବା ଜଣେ ଖେଳାଳିଙ୍କର ହାର୍ଟ ଆଟାକ୍‌ ଯୋଗୁ ମୃତ୍ୟୁ ଘଟିଛି। ଏହି ଖେଳାଳି ପୁନେରେ ଆୟୋଜିତ ଏକ ଲୋକାଲ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିଲେ। ଖେଳାଳିଙ୍କ ନାଁ ରମଣ ଗାୟକଓ୍ଵାଡ୍‌ ବୋଲି ଜଣାଯାଇଛି। ମହାରାଷ୍ଟ୍ରରେ ପଡ଼ିଆରେ ଖେଳାଳିଙ୍କ ମୃତ୍ୟୁର ଏହା ଦ୍ୱିତୀୟ ମାମଲା।

ମ୍ୟାଚ୍‌ର ଯେଉଁ ଭିଡିଓ ଭାଇରାଲ ହେଉଛି ସେଥିରୁ ଦେଖାଯାଇଛି ଯେତେବେଳେ ବୋଲର ରନ୍‌ଅପ୍‌କୁ ଫେରୁଛନ୍ତି ସେତେବେଳେ ଏହି ଖେଳାଳି ଅମ୍ପାୟାରଙ୍କ ସହ କଥା ହୋଇ ପ୍ରଥମେ ପିଚ୍‌ରେ ବସୁଛନ୍ତି। ତା’ପରେ ତଳକୁ ଢଳି ପଡ଼ୁଛନ୍ତି।

ଦେଖନ୍ତୁ ଭିଡିଓ:

ସୂଚନା ମୁତାବକ, ଖେଳାଳି ଜଣକ ଅମ୍ପାୟାରଙ୍କୁ ଓଭରରେ ଆଉ କେତେ ବଲ ରହିଲା ସେ ବିଷୟରେ ପଚାରୁଥିଲେ। ତେବେ ପିଚ୍‌ରେ ପଡ଼ିଯିବା ପରେ ଅମ୍ପାୟାର ଓ ବାକି ଖେଳାଳି ତାଙ୍କୁ ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ତୁରନ୍ତ ତାଙ୍କୁ ମେଡିକାଲ ନିଆଯାଇଥିଲେ ମଧ୍ୟ ସେତେବେଳକୁ ହୃଦ୍‌ଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇସାରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.