Below header

ଆଜି ନିରାମିଶ ବାର, ଘରେ ବନାନ୍ତୁ ‘ପନିର ପୁଲାଓ’ ଏକଦମ୍ ମଜା ଆସିଯିବ

ଭାରତୀୟ ଭୋଜନରେ ରାଇସକୁ ନିହାତି ଭାବେ ସାମିଲ କରାଯାଏ। କିନ୍ତୁ ଏହି ରାଇସକୁ ଅଲଗା ଏବଂ କିଛି ସ୍ପେଶାଲ ଆକାରରେ ବନାଇଲେ ତାହା ଖାସ୍ ହୋଇଯାଏ ଏବଂ ଆପଣଙ୍କ ଭୋଜନର ଆନନ୍ଦକୁ ଦ୍ୱିଗୁଣିତ କରିଦିଏ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ପନିର ପୁଲାଓ ରେସିପି ନେଇ ଆସିଛୁ। ଯାହାର ସ୍ୱାଦ ସମସ୍ତଙ୍କ ପସନ୍ଦ ଆସିବ ଏବଂ ଖାଦ୍ୟର ମଜା ଆଣିଦେବ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ବାସୁମତି ଚାଉଳ – ୨୦୦ ଗ୍ରାମ
ପନିର – ୨୦୦ ଗ୍ରାମ୍ (ଛୋଟ କଟା ହୋଇଥିବା)
ମଟର – ୧/୨ କପ୍‌
ଜିରା – ୧/୨ ଛୋଟ ଚାମଚ୍‌
ବଳ ଅଳେଇଚ – ୨ଟି
ଲବଙ୍ଗ – ୩ରୁ୪ଟି
ଗୋଲମରୀଚ – ୧୦ଟି
ଲେମ୍ବୁ – ଗୋଟାଏ

ପ୍ରସ୍ତୁତି ପ୍ରଣାଳୀ

ପନିର ପୁଲାଓ ବନାଇବା ପାଇଁ ପ୍ରଥମେ ଚାଉଳକୁ ଭଲଭାବେ ଧୋଇ ୩୦ ମିନିଟ୍ ପର‌୍ୟ୍ୟନ୍ତ ଭିଜାଇ ରଖିଦିଅନ୍ତୁ। ଏହାପରେ ଚାଉଳକୁ କୁକରରେ ରାନ୍ଧନ୍ତୁ। ଏହାପରେ ଏକ କଡାରେ ଘିଅ ଗରମ କରିନିଅନ୍ତୁ ଏବଂ ଏହାପରେ ଏଥିରେ କଟେି ରଖିଥିବା ପନିରକୁ ପକାଇ ହାଲକା ଫ୍ରାଏ କରନ୍ତୁ ଏହାପରେ ଏଥିରେ ପେଶା ରଖିଥିବା ଗୋଲମରୀଚ, ଅଳେଇଚ ଦାନା, ଡାଲଚିନି ଏବଂ ଲବଙ୍ଗ ପକାଇ ଭଲଭାବେ ଚଲାଇ କିଛି ମିନିଟ୍ ଭାଜି ଦିଅନ୍ତୁ। ଏହାପରେ ଏଥିରେ ମଟର ପକାଇ ଦିଅନ୍ତୁ ଏବଂ କିଛି ସମୟ ପୁଣି ଭାଜନ୍ତୁ। ଏହାପରେ ଏହାକୁ ଆଉ କିଛି ସମୟ ଘୋଡାଇ ରାନ୍ଧନ୍ତୁ।
ଏହାପରେ ଏଥିରେ ରାନ୍ଧି ରଖିଥିବା ରାଇସ ଏବଂ ଫ୍ରାଏ କରିଥିବା ପନିରକୁ ପକାଇ ଦିଅନ୍ତୁ। ସ୍ୱାଦ ଅନୁଯାୟୀ ଲୁଣ ମଧ୍ୟ ପକାଇ ଦିଅନ୍ତୁ। ଆପଣ ଚାହିଁଲେ ଏହା ଉପରେ ସାମାନ୍ୟ ଲେମ୍ବୁ ମଧ୍ୟ ପକାଇ ପାରିବେ। ଏହାପରେ ଏହାକୁ ଧନିଆ ପତ୍ର ଏବଂ କାଜୁରେ ସଜାଇ ଦିଅନ୍ତୁ। ଏବେ ଗ୍ୟାସ ବନ୍ଦ କରିଦିଅନ୍ତୁ ଏବଂ ଗରମା ଗରମ ସର୍ଭ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.