ଜିଏସ୍‌ଟି ଠକେଇ ଅଭିଯୋଗ, ପଞ୍ଜାବରୁ ଆସୁଥିବା ଟ୍ରକ୍ ଉପରେ କଳାହାଣ୍ଡିରେ ଲାଗିଲା ୧ ଲକ୍ଷ ୮୨ହଜାର ୨୫୨ଟଙ୍କା ଜରିମାନା

କଳାହାଣ୍ଡି: ଟ୍ରକକୁ ବଡ ଫାଇନ୍‌ । ପଞ୍ଜାବରେ ଠକେଇ, କଳାହାଣ୍ଡିରେ ଜବତ। ଜିଏସ୍‌ଟି ଠକେଇ ଅଭିଯୋଗରେ ପଞ୍ଜାବରୁ ଆସୁଥିବା ଏକ ଟ୍ରକ ଉପରେ ୧ ଲକ୍ଷ ୮୨ହଜାର ୨ଶହ ୫୨ଟଙ୍କା ଜରିମାନା ।

ଭବାନୀପାଟଣା ଏନ୍‌ଫୋର୍ସମେଣ୍ଟ ରେଞ୍ଜ ପକ୍ଷରୁ ଚଢାଉରେ ଧରାପଡିବା ପରେ ଜିଏସ୍‌ଟି ଫାଙ୍କିବା ନେଇ ଜରିମାନା ଆଦାୟ କରାଯାଇଛି। ପଞ୍ଜାବ ଫିରୋଜପୁର ସହରର ଇଣ୍ଡିଆନ୍‌ ଫାଉଣ୍ଡରି ୱାର୍କସକୁ ୧୯ଲକ୍ଷ ୧୩ ହଜାର ୬୨୫ଟଙ୍କାର ରାଇସ ମିଲ୍‌ ସରଞ୍ଜାମ ନେଇ କଳାହାଣ୍ଡି ଜିଲ୍ଲାର ଲଡୁଗାଁକୁ ଆସୁଥିଲା। ଏନେଇ ବାଣିଜ୍ୟକର ଓ ଜିଏସ୍‌ଟି ଡେପୁଟି କମିଶନର ତପନ କୁମାର ପାଢୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.